ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାରୁବ୍ରହ୍ମ ଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଦାରୁବ୍ରହ୍ମ ଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 କେନ୍ଦ୍ରାପଡ଼ା : ଅଦ୍ୟ ତା ୮/୬,କେନ୍ଦ୍ରାପଡ଼ା ଜିଲ୍ଲା ଗୁଣୁପୁରସ୍ଥିତ ଦାରୁବ୍ରହ୍ମ ଙ୍କ ଘୋଷଯାତ୍ରା ନିମନ୍ତେ ମା ବରୁଣାଇ ଦେବୀଙ୍କ ବେଢାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଦାରୁବ୍ରହ୍ମ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ କୁଳମଣି ଦାସଙ୍କ ପୌରୋହିତ୍ୟରେ କମିଟିର ସମ୍ପାଦକ ଶ୍ରୀଯୁକ୍ତ ମାଗୁଣୀ ଦଳାଇ, ଉପସଭାପତି ଶ୍ରୀଯୁକ୍ତ ହିମାଂଶୁ ଶେଖର ଜେନା , ସହ ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ ତରାଇ, କୋଷାଧ୍ୟକ୍ଷ ରାଜେନ୍ଦ୍ର ବେହେରା କମିଟି ର ସଭ୍ୟ ଅଭିମନ୍ୟୁ ତରାଇ, ସାନନ୍ଦ ଦଳାଇ ,ଜୟରାମ ମାଝି, ପ୍ରଭାକର ତରାଇ , ନାରାୟଣ ସୁତାର, ପ୍ରଫୁଲ୍ଲ ପାତ୍ର, ରବୀନ୍ଦ୍ର ପାତ୍ର, ରଥ କାରିଗର ସୁନାକର ମାଝି ,ଓ ମାଉସୀ ମା ମନ୍ଦିର ପରିଚାଳନା କମିଟି ର ସଭ୍ୟ ମାନେ ଉପସ୍ଥିତ ରହି ଚଳିତ ବର୍ଷ ରଥଯାତ୍ରା ର ଖସଡ଼ା ପ୍ରସ୍ତୁତ କରିଥିଲେ । ଘୋଷଯାତ୍ରା ପୂର୍ବରୁ ରଥ ଦାଣ୍ଡ ର ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ସରପଞ୍ଚ ଶ୍ରୀମତୀ ସନ୍ତୋଷିନି ଜେନା ପ୍ରତିଶ୍ରୁତି ଦେଇଥିଲେ। ଚଳିତ ବର୍ଷ ହେବାକୁଥିବା ରଥଯାତ୍ରାର ଜନସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳା, ସ୍ବଚ୍ଛତା, ବିଦ୍ୟୁତ୍ ସେବା, ପାନୀୟଜଳ ବ୍ୟବସ୍ଥା କୁ ବିଶେଷ ଦୃଷ୍ଟି ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକରେ ବିଜୟ ତରାଇ,ରମେଶ ବେହେରା,ବିଶ୍ଵନାଥ ସାମଲ, ସୁଶାନ୍ତ ତରାଇ ଆଦି କର୍ମକର୍ତ୍ତାଗଣ ଉପସ୍ଥିତ ରହି ମହାପ୍ରଭୁଙ୍କ ନବ ଦିନାତ୍ମକ ରଥଯାତ୍ରାକୁ ସରସ ସୁନ୍ଦର କରିବା ନିମନ୍ତେ ପ୍ରତିଶ୍ରୁତି ଗ୍ରହଣ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଓ ଏମ୍ ସି ଖଣି କମ୍ପାନୀ ତରଫରୁ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

masiha

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର- ୬ରେ ଓଜୋନ ଦିବସ ପାଳିତ

masiha

*Rayagada Launches Awareness Campaign on Lightning and Thunderstorm Safety*

masiha

Leave a Comment

error: Content is protected !!