ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା ଜଣେ ମୃତ ଓ ଜଣେ ଆହତ 

ମୋଟର ସାଇକେଲ ଦୁର୍ଘଟଣା ଜଣେ ମୃତ ଓ ଜଣେ ଆହତ 

ଡାବୁଗାଁ, ୧୦/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଜଟାବାଲ ଗ୍ରାମ ନିକଟରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣଙ୍କ ର ମୃତ୍ୟୁ ଘଟିଥିବା ନେଇ ସୋମବାର ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ରବିବାର ରାତ୍ରି ରେ ଜଟାବାଲ ଗ୍ରାମର ମଙ୍ଗରୁ ହରିଜନ (୪୨) ଓ ୟାର ଖାନ (୫୫) ମୋଟର ସାଇକେଲ ନଂ ଓଆର ୨୪ ଏ ୩୪୮୨ ଯୋଗେ କେନ୍ଦୁଗୁଡା ଗ୍ରାମକୁ ଯାତ୍ରା ଦେଖିବାକୁ ଯାଉଥିଲେ | ଜଟାବାଲ ଗ୍ରାମ ର ଏମଇ ସ୍କୁଲ ଛକ ପାଣି ଟାଙ୍କି ପାଖରେ ପଛ ପଟୁ ଏକ ମୋଟର ସାଇକେଲ ନଂ ଓଡି ୨୪ ଏଚ ୫୬୧୮ ଗାଡି ଦୃତ ଗତିରେ ଆସି ଧକ୍କା ଦେଇଥିଲା | ଫଳରେ ମଙ୍ଗରୁ ହରିଜନ ଛିଟିକି ପଡିଥିଲେ | ପରେ ୨ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରଯାଇଥିଲା | ସେଠାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନତର କରଯାଇଥିଲା | ସେଠାରୁ ଉତ୍ତମ ଚିକିତ୍ସା ପାଇଁ ପରିଆବର ଲୋକେ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟନମ ଠାରେ ଚିକିତ୍ସିତ ଅବସ୍ଥାରେ ସୋମବାର ସନ୍ଧ୍ୟାରେ ମଙ୍ଗରୁ ଙ୍କ ମୃତ୍ୟୁ ଘଟିଥିଲା | ଏନେଇ ସୋମବାର ରାତି ମୃତକର ଶଳା ବିଶ୍ଵନାଥ ଚେଟି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଏହାପରେ ବିଶାଖାପାଟନମରୁ ମଙ୍ଗରୁ ଶବ ନବରଙ୍ଗପୁର ଅଣାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ମଙ୍ଗଳବାର ପହଞ୍ଚିବା ପରେ ଥାନା ଏଏସଆଇ ଗୋପାଳ କୃଷ୍ଣ ହାଲୱା ମଙ୍ଗଳବାର ମଧ୍ୟାନ୍ନ ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ପରେ ଶବ ବ୍ୟବଚ୍ଛେଦ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ୟାର ଖାନ ସାମାନ୍ୟ ଆହତ ହୋଇଥିଲେ | ଏନେଇ ଥାନା କେସ ନଂ ୧୨୪/୨୫ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅଞ୍ଜଳି ଆୱାର୍ଡ଼ ପାଇଲେ ସୁରେଶ ଚୋୖଧୁରୀ

Sunil Chandra Nayak

ବଟକୃଷ୍ଣ ବିଶ୍ଵାଳ ମେମୋରିଆଲ ଟ୍ରଷ୍ଟ ତରଫରୁ + ୨ ବିଜ୍ଞାନ ଓ କଳା ଟପର ସମ୍ବର୍ଦ୍ଧିତ

Sunil Chandra Nayak

ବିଜାତଳା ଲ୍ୟାମ୍ପ୍ସରେ ଧାନମଣ୍ଡି ଶୁଭ ଉଦ୍ଘାଟିତ 

masiha

Leave a Comment

error: Content is protected !!