କୋକସରା,୨୩/୦୧- କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହା ବିଦ୍ୟାଳୟ ଠାରେ ତିନିଦିନିଆ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିରର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମହାବିଦ୍ୟାଳୟର ପରିଚାଳନା ପରିଷଦର ପ୍ରତିଷ୍ଠାତା ସଂପାଦକ ବ୍ୟୋମକେଶ ପଣ୍ଡା ସଭାପତିତ୍ୱ କରିଥିଲେ।
ମହା ବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, ମୂଖ୍ୟବକ୍ତା ଥୁଆମୂଲ ରାମପୁର ସ୍ଥିତ ମାଁ ମାଣିକେଶ୍ବରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା,
ସମ୍ମାନିତ ଅତିଥି ଭାବେ ପ୍ରତିଷ୍ଠାତା ସଭ୍ୟ ପୁରୁଷୋତ୍ତମ ଦାସଗୁପ୍ତା ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ “ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଏହିପରି ଶିବିରର ଆୟୋଜନର ଆବଶ୍ୟକତା ରହିଛି” ବୋଲି ଅତିଥି ମାନେ କହିଥିଲେ । ଜିଲ୍ଲା ଯୁବ ରେଡକ୍ରସର ସଂଯୋଜକ ଶାନ୍ତନୁ କୁମାର ପରିଡା ତିନିଦିନିଆ ଶିବିରର ଅନୁଭୂତି ବର୍ଣ୍ଣନା କରିଥିଲେ ।
ଶିବିରର ନିର୍ଦ୍ଦେଶକ ଅଧ୍ୟାପକ ସୁବ୍ରତ କୁମାର ବେହେରା ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପରାମର୍ଶଦାତା ମାନସ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଈରୀ ନାଶନ ଚିନ୍ଦା ଓ ଚନ୍ଦ୍ରଚୁଡ ବେହେରା ପରିଚାଳନା କରିଥିଲେ।
ଯୁବ ରେଡକ୍ରସର ତିନିଦିନ ପାଇଁ ଉଦ୍ଧିଷ୍ଟ ଏହି ଶିବିରରେ ରେଡକ୍ରସ ଇତିହାସ, ବିକାଶ ଓ ଚିହ୍ନ, ମୌଳିକ ନିୟମ ବିଷୟରେ ମାନସ ପଣ୍ଡା, ବିପର୍ଯ୍ୟୟ ପରିଚାଳନା ବିଷୟରେ ଓଡିଶା ଅଗ୍ନିଶମ ବିଭାଗ, ପ୍ରାଥମିକ ଚିକିତ୍ସା ବିଷୟରେ ମୋହନ ଚରଣ ବିଷି, ରକ୍ତଦାନର ମହତ୍ତ୍ଵ ବିଷୟରେ ଗୋବିନ୍ଦ ସାହୁ, ସଡକ ସୁରକ୍ଷା ବିଷୟରେ ଦଶମନ୍ତ ରଣା,
ଏଚଆଇଭି ଏଡ଼ସ୍ ବିଷୟରେ ସଂଜିବ ସାହୁ ଓ ଝସକେତନ ବାରିକ, ନେତୃତ୍ୱର ବିକାଶ ବିଷୟରେ ଶାନ୍ତନୁ କୁମାର ପରିଡା, ବିଶ୍ୱତାପାୟାନ ବିଷୟରେ ସରୋଜ କୁମାର ପଣ୍ଡା, ନିଶା ମୁକ୍ତ କ୍ୟାମ୍ପସ୍ ବିଷୟରେ ସଂଜିବ କୁମାର ମୁଣ୍ଡ, ବ୍ୟକ୍ତିତ୍ୱ ବିକାଶ ବିଷୟରେ ଚନ୍ଦ୍ରଚୁଡ ବେହେରା ଓ ଯୋଗ ବିଷୟରେ ଅନିଲ କୁମାର ମାଝୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏହା ବ୍ୟତୀତ ଶିବିରାର୍ଥୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଏବଂ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶିବିରାର୍ଥୀ ମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା। ଏହି ଶିବିରର ଦ୍ଵିତୀୟ ଦିବସରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇ ୩୩ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।
ଏହି ଅବସରରେ ସ୍ବେଚ୍ଛାସେବୀ ମାନେ କୋକସରା ପରିକ୍ରମା କରି ସଡକ ସୁରକ୍ଷା, ନିଶା ନିବାରଣ, ଏଡ଼ସ୍, ସ୍ବଚ୍ଛତା, ବୃକ୍ଷରୋପଣ ଉପରେ ସଚେତନ କରିଥିଲେ। ଶିବିରରେ ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୧୨୦ ଜଣ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଯୋଗଦାନ କରିଥିଲେ। ଶିବିର ପରିଚାଳନାରେ କୋକସରା ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଯୁବ ରେଡକ୍ରସ ଏନସିସି ଓ ଏନଏସଏସ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।
ମସିହା ନିୟୁଜ୍ ସର୍ଭିସ୍


