ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବିଶେଷ ଜନ ସଚେତନତା ପାଇଁ ସାମ୍ୱାଦିକ ସମ୍ମିଳନୀ 

ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବିଶେଷ ଜନ ସଚେତନତା ପାଇଁ ସାମ୍ୱାଦିକ ସମ୍ମିଳନୀ 

ନବରଙ୍ଗପୁର:( ତା ୧୦.୬.୨୦୨୫)(ରବି ନାରାୟଣ ମହାନ୍ତି) ଆସନ୍ତା ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ସ୍ଥାନୀୟ ମଣ୍ଡେଇ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ)ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ୱଜିତ୍ ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଏବଂ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରାଜୀବ ସାହୁ ଉପସ୍ଥିତ ଥିଲେ। ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସମସ୍ତଙ୍କୁ ସ୍ବାଗତ ପୂର୍ବକ ଆହୂତ ସମ୍ମିଳନୀର ଉଦ୍ଦେଶ୍ୟ ଉପରେ କହିଥିଲେ। ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ବିଭିନ୍ନ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ସବିଶେଷ ତଥ୍ଯ ଉପସ୍ଥାପନ କରିଥିଲେ।ଏହି ମେଳାରେ ୬୧ଗୋଟି ଷ୍ଟଲ ମଧ୍ୟରୁ ୨୫ ଟି ପାରମ୍ପାରିକ ଖାଦ୍ୟ ଷ୍ଟଲ ଓ ୩୧ ଟି ବିଭିନ୍ନ ବିଭାଗର ବିକାଶ ମୂଳକ ପ୍ରଦର୍ଶନୀ ଷ୍ଟଲ ରହିବ । ୧୨ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୧୦ ଗୋଟି ବିକାଶ ବାହନ ୧୦ ଦିନ ଧରି ସରକାର ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସାରା ବିଭିନ୍ନ ଜନ ହୀତକର ଯୋଜନାର ପ୍ରସାର ପ୍ରଚାର କରିବ।ମେଳାରେ ବିଭିନ୍ନ ବିଭାଗୀୟ ଷ୍ଟଲ୍,ସୁଭଦ୍ରା ଶକ୍ତି ଖାଦ୍ୟ ମେଳା, ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା,ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିକାଶ ମେଳା କାର୍ଯ୍ୟକ୍ରମରେ ଅତିଥି ରୂପେ ମାନ୍ୟବର ମନ୍ତ୍ରୀ,ବିଧାୟକ ଓ ଜନ ପ୍ରତିନିଧି ଯୋଗ ଦେବେ।ଜିଲ୍ଲାସ୍ତରୀୟ ବିକାଶ ମେଳା ଠାରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ, ଶୁଭଦ୍ରା ଯୋଜନାରେ ଲାଭ ପାଇଥିବା ମହିଳା, ସବସିଡି ମାଧ୍ୟମରେ କୃଷିର ଉନ୍ନତି କରିଥିବା ଚାଷୀ, ଉଦ୍ୟୋଗୀ, ଗୋ ପାଳନ ଓ ଛେଳି ପାଳନ ଭଳି ବିଭିନ୍ନ ସଫଳ ଚାଷୀ ଓ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ମହିଳା, ଯୁବ, ଆଦିବାସୀ ଓ କୃଷକ ସମାବେଶ ଅନୁଷ୍ଠିତ ହେବ । ଏନେଇ ମାନ୍ୟବର ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ତଥା ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ବିଭୁତି ଭୂଷଣ ଜେନା ଗତ ୮/ ୬/୨୦୨୫ ତାରିଖରେ ପ୍ରସ୍ତୁତି ବୈଠକ ର ଅଧ୍ୟକ୍ଷତା କରିସାରିଛନ୍ତି । ଜିଲ୍ଲା ସ୍ତରୀୟ ବିକାଶ ମେଳାର ବିଭିନ୍ନ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦.୩୦ ମୀ ସମୟରେ ଆରମ୍ଭ ହେବ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୩ ହଜାର ୫ ଶହ ଟଙ୍କା ଭତ୍ତା ପାଇବାକୁ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ବସୁନ୍ଧରା, ଜଙ୍ଗଲ ଜମି ସତ୍ତାଧିକାର ଯୋଜନାରେ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯିବ। ସେହିଭଳି ଚାଷୀଙ୍କୁ ମୃତ୍ତିକା କାର୍ଡ, ବିହନ ସହାୟତା, ମୁଖ୍ୟମନ୍ତ୍ରୀ ମକା ମିଶନ ସହାୟତା,ଶ୍ରମିକ କଲ୍ୟାଣ ସହାୟତା, ଗ୍ରାମୀଣ ଆବାସ କାର୍ଯ୍ୟଦେଶ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଯିବ । ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । କୃଷି ବିଭାଗ ପକ୍ଷରୁ କୃଷି ସମ୍ପର୍କ ରଥ, ଜଙ୍ଗଲ ବିଭାଗ ପକ୍ଷରୁ “ଏକ ପେଡ ମା କେ ନାମ “ମାଧ୍ୟମରେ ବୃକ୍ଷ ରୋପଣ ପାଇଁ ପ୍ରଚାର ପ୍ରସାର ରଥ, ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ ସଂକଳ୍ପ ରଥ ଜିଲାର ସମସ୍ତ ବ୍ଲକ ଓ ପଞ୍ଚାୟତରେ ପ୍ରଚାର ପ୍ରସାର କରିବ। ଗୋଟିଏ ବିକାଶ ବାହନରେ ଏଲଇଡ଼ି ମାଧ୍ୟମରେ କ୍ଷୁଦ୍ର ଚଳଚିତ୍ର ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନ ହୀତକର ଯୋଜନାର ପ୍ରଚାର ସହିତ ଲିଫଲେଟ ମଧ୍ୟ ବିତରଣ କରାଯିବ । ବ୍ଲକ ସ୍ତରରେରେ ସଂକଳ୍ପ ରଥକୁ ଲୋକ ପ୍ରତିନିଧି ସମେତ ଅଧିକାରୀ ଓ ଜନସାଧାରଣ ସ୍ୱାଗତ ଜଣାଇବେ। ଏହି ଅବସରରେ ବ୍ଲକସ୍ତରରେ ମଙ୍ଗଳବାର ସୁଭଦ୍ରା ଶକ୍ତି ଖାଦ୍ୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବୋଲି ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି।ସମ୍ମିଳନୀରେ ଧର୍ତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ମାଧ୍ୟମରେ ଆସନ୍ତା ୧୫ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବିଶେଷ ସଚେତନତା ଓ ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଥିଲା।ନବରଙ୍ଗପୁର ଜିଲ୍ଲାରେ ୧୭୮ ଟି ପଞ୍ଚାୟତ ର ୫୩୬ ଟି ଗ୍ରାମରେ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ ହେବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସୁଦର୍ଶନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶିଳ୍ପ ସଚେତନତା ଶିବିର

Sunil Chandra Nayak

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବୃକ୍ଷରୋପଣ 

masiha

ରଞ୍ଜିତ ସିଂହ ବାବୁ ଚେସ କୋଚ୍ ଭାବେ କୃତିତ୍ୱ ଲାଭ 

masiha

Leave a Comment

error: Content is protected !!