ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି ଆଇ କଲେଜ ରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ

ପି ଆଇ କଲେଜ ରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ 

ଜୁନାଗଡ଼୫/୧୨ (ମ ନି ସ) -ଜୁନାଗଡ଼ ସହର ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରାମହାବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସ ୟୁନିଟ ଆନୁକୂଲ୍ୟରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଦେବେନ୍ଦ୍ର ବେହେରା ଯୋଗ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ବିବେକାନନ୍ଦ ମହାନନ୍ଦ ଯୋଗଦେଇ ଛାତ୍ର ଛାତ୍ରୀ ଓ ସ୍ବେଛାସେବୀ ମାନଙ୍କୁ ଏଚ ଆଇ ଭି ଓ ଏଡ୍ସ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ମାର୍ଗ ଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପିକା ସାଗରୀକା ଦାସ, ପ୍ରାଧ୍ୟାପକ ଆଦିତ୍ୟ କୁମାର ଖମାରି ପ୍ରମୁଖ ମଂଚାସୀନ ଥିବା ବେଳେ ପ୍ରାକ୍ତନ ଯୁବ ରେଡ କ୍ରସ ମରାମର୍ଶଦାତା ଅଧ୍ୟାପକ ପ୍ରିୟବର୍ତ୍ତ ବlଣୁଆ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ l ଯୁବ ରେଡ଼କ୍ରସ ପରାମର୍ଶ ଦାତା ଅଧ୍ୟାପକ ବିଶ୍ୱରଂଜନ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ସ୍ବେଛାସେବୀ ଓମ ପ୍ରକାଶ ନାଏକ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

masiha

କଦମଡିହି ଗ୍ରାମରେ ୨୩ ତମ ଲକ୍ଷ୍ମୀ ପୂଜା ଧୂମଧାମରେ ପାଳିତ

masiha

ରାଇରଙ୍ଗପୁରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!