ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେକେ ପେପର ରେ ଜରୁରୀକାଳୀନ ପରିସ୍ଥିତି ପାଇଁ ମକ୍ ଡ୍ରିଲ୍ ଅନୁଷ୍ଠିତ

ଜେକେ ପେପର ରେ ଜରୁରୀକାଳୀନ ପରିସ୍ଥିତି ପାଇଁ ମକ୍ ଡ୍ରିଲ୍ ଅନୁଷ୍ଠିତ

ଗତ ତା ୨୬.୧୨.୨୦୧୩ ରିଖରେ ରାୟଗଡାସ୍ଥିତ ଜେକେ ପେପେର ମିଲ ଏହାର କେମିକାଲ ପ୍ଲାଣ୍ଟ ପରିସରରେ ସିଲିଣ୍ଡର ଓ ପାଇପଲାଇନରୁ କ୍ଲୋରିନ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ସମ୍ଭାବିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାପାଇଁ ନିଜର ପ୍ରସ୍ତୁତିର ସମୀକ୍ଷା କରିବାପାଇଁ ଜିଲ୍ଲାପ୍ରଶାସନର ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ପୂର୍ଣ୍ଣବିକଶିତ ମକ୍ ଡ୍ରିଲ୍ ର ଆୟୋଜନ କରିଥିଲା |

ଜେକେ ପେପରମିଲର ସିନିୟର ଜି.ଏମ୍ ଶ୍ରୀ ଏମ୍ ଆର କେ ଏମ୍ ରୟ କାରଖାନା ଓ ବାଷ୍ପୀତ୍ର ବିଭାଗର ରାୟଗଡା ଡିଭିଜନର ଉପନିର୍ଦ୍ଧେଶକ ଶ୍ରୀ ଏସ ଏନ ସେଠି ଓ ରାୟଗଡା ପ୍ରଦୂଷଣ ବିଭାଗର ଉପଯନ୍ତ୍ରୀ ଶ୍ରୀ ରିପୁକୁମାର ସାହୁଙ୍କ ସମେତ ଜିଲ୍ଲାର ପ୍ରମୁଖ ଉଦ୍ୟୋଗ ତଥା ଉତ୍କଳ ଆଲୁମିନା, ଇମ୍ଫା, ହିନ୍ଦୁସ୍ଥାନ ପେଟ୍ରୋଲିଅମ, ସତ୍ୟମ ପ୍ୟାକର, ଫିମାକେମ ଓ ପରିପାର୍ଶ୍ଵିକ ଗ୍ରାମଗୁଡିକର ପ୍ରତିନିଧିମାନଙ୍କୁ ପୁଷ୍ପଗୁଚ୍ଛସହିତ ସ୍ୱାଗତ କରିଥିଲେ | ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଓ ପଦ୍ଧତି ବିଷୟରେ ନିମନ୍ତ୍ରିତ ସମସ୍ତ ଅତିଥିମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ବିସ୍ତୃତ ବିବରଣୀ ଦିଆଯାଇଥିଲା |   

ଜେକେ ପେପରମିଲ୍ ର ପ୍ରଶିକ୍ଷିତ ଜରୁରୀକାଳୀନ ଦଳ ତାଙ୍କ କାର୍ଯ୍ୟନିର୍ବାହୀ ୱାର୍କ୍ସମ୍ୟାନ କଣ୍ଟ୍ରୋଲର ଶ୍ରୀ ଏମ୍ ଆର କେ ଏମ୍ ରୟ, ସାଇଟ ଇଂସିଡେଣ୍ଟ କଣ୍ଟ୍ରୋଲର ଶ୍ରୀ ସି. ଏସ. ଆର ଆପ୍ପାରାଓ, ସୁରକ୍ଷା ସଂଯୋଜକ ମୁଖ୍ୟ ଶ୍ରୀ ସତ୍ୟଜିତ ମହାନ୍ତିଙ୍କ ମାର୍ଗଦର୍ଶନରେ ଉଭୟ ସିଲିଣ୍ଡର ଓ ପାଇପଲାଇନରୁ କ୍ଲୋରିନ୍ ଗ୍ୟାସର ନିର୍ଗମନକୁ ରୋକିବା ସହିତ ଉଦ୍ଧାର କାର୍ଯ୍ୟକୁ ଯଥାଶୀଘ୍ର ସମ୍ପାଦନ କରିବାର କୌଶଳ ବହୁତ ସୁନ୍ଦର ଭାବରେ ମକ୍ ଡ୍ରିଲ୍ ଜରିଆରେ ପ୍ରଦର୍ଶନ କରିଥିଲେ |

ମକ୍ ଡ୍ରିଲ୍ ସନ୍ଧ୍ୟା ୫ଟା ବାଜି ୨୦ ମିନିଟ ରେ ଆରମ୍ଭ ହୋଇ ୫ଟା ବାଜି ୪୫ ମିନିଟରେ ଶେଷ ହୋଇଥିଲା | କାରଖାନା ଓ ବାଷ୍ପୀତ୍ର ବିଭାଗର ରାୟଗଡା ଡିଭିଜନର ଉପନିର୍ଦ୍ଧେଶକ ଶ୍ରୀ ଏସ ଏନ ସେଠିଙ୍କ ସମେତ ମକ୍ ଡ୍ରିଲ୍ ର ଅନ୍ୟାନ୍ୟ ସାକ୍ଷମାନେ ଜେକେ ପେପରମିଲ୍ ର ଏହି ଜରୁରୀକାଳୀନ ପରିସ୍ଥିତିପାଇଁ ପ୍ରସ୍ତୁତି ଓ ଉନ୍ନତ ପଦ୍ଧତିର ଭୂୟଶୀ ପ୍ରଶଂସା କରିଥିଲେ | ପରିଶେଷରେ ଗୁଣବତ୍ତା ନିୟନ୍ତ୍ରଣ ବିଭାଗର ଜେନେରାଲ ମ୍ୟାନେଜେର ଶ୍ରୀ ଜି.ଏସ.ପଟନାୟକ ଉପସ୍ଥିତ ସମସ୍ତ ଅଧିକାରୀବୃନ୍ଦ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରି ମକ୍ ଡ୍ରିଲ୍ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ମେଡ଼ିକାଲ କର୍ମଚାରୀଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଵହଳଦା: ଗମ୍ଭାରିଆରୁ – ଜଗନ୍ନାଥ ପୁର ସ୍ଥାୟୀ ୩ କିମି ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଦାବି ନେଇ ୩ ଖଣ୍ଡ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କ ଦ୍ଵାରସ୍ଥ

masiha

ଟି ପି ଏନ ଓ ଡି ଏଲ (TPNODL )ର ସର୍ବୋଚ୍ଚ ଯନ୍ତ୍ରୀ ହେଲେ ବ୍ରଜସୁନ୍ଦର ପରିଡା

Sunil Chandra Nayak

Leave a Comment

error: Content is protected !!