ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ରାୟଗଡା ଗସ୍ତ, ବିଭିନ୍ନ ଶୀଳ୍ପନୁଷ୍ଠାନ, ଉଦ୍ୟୋଗ ପରିଦର୍ଶନ 

ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ରାୟଗଡା ଗସ୍ତ, ବିଭିନ୍ନ ଶୀଳ୍ପନୁଷ୍ଠାନ, ଉଦ୍ୟୋଗ ପରିଦର୍ଶନ 

ରାୟଗଡ:-ତା. ୧୪/୦୮-ଓଡିଶା ସରକlରଙ୍କ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ରାୟଗଡା ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ କରି ବିଭିନ୍ନ ଶୀଳ୍ପନୁଷ୍ଠାନ,ବୈଷୟକ ଶିକ୍ଷlନୁଷ୍ଠାନ ପରିଦର୍ଶନ କରିବା ସହିତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି l ଆଜି ସକାଳ ଜେକେପୁର ସ୍ଥିତ ଜେକେ କାଗଜ କଳ ପରିଦର୍ଶନ କରିବା ସହିତ କାଗଜ କଳ କର୍ମକର୍ତ୍ତା ବିନୋୟ ଦ୍ବିବେଦୀ ଓ ଅନ୍ୟ କର୍ମଚାରୀ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ବିଶେଷ କରି କଞ୍ଚାମାଲ, ଚେଡେମ, ପାଣି ସମସ୍ୟା ଆଦି ଉପରେ ଆଲୋଚନା କରିବା ପରେ କଲନାରା ବ୍ଲକସ୍ଥିତ ଭୁଜବଳ ଠାରେ ସ୍ଥାପିତ ମିଟସ ମେଗା ଫୁଡ ପାର୍କ ପରିଦର୍ଶନ କରିଥିଲେ l ଅନୁଷ୍ଠାନ ମୁଖ୍ୟ ବାଳକୃଷ୍ଣ ପଣ୍ଡା ଓ ଅନ୍ୟ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ସେଠାରୁ ଆସି ସ୍ଥାନୀୟ ଉତ୍କଳ ଗୌରବ ମଧୁସୂଦନ ଦାଶ ବୈଷୟକ ଶିକ୍ଷନୁଷ୍ଠାନର ଅଧ୍ୟକ୍ଷ, ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଏହାପରେ ବିଷମକଟକ ବ୍ଲକସ୍ଥିତ ଗଜବହାଳି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ l ଅନୁଷ୍ଠାନ ଅଧ୍ୟକ୍ଷ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଭିତ୍ତି ଭୂମି ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ l ସେଠାରୁ ହଟାମୁନିଗୁଡା ଠାରେ ଅବସ୍ଥିତ ରାମକୃଷ୍ଣ ଆଶ୍ରମ ଚାଉଳଥିବା ରେମୋଣ୍ଡ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ l ସେଠାକାର ପରିଚାଳକ, ତାଲିମ ଦାତା ଓ ଅନ୍ୟାନ୍ୟ କର୍ମଚାରୀ, ତାଲିମ କର୍ତ୍ତlଙ୍କ ସହିତ ଆଲୋଚନା କରିଥିଲେ l ଏହାପରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ବିଭଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ଉପସ୍ଥିତିରେ ଜିଲ୍ଲା ଶିଳ୍ପକେନ୍ଦ୍ର, ଇଡ଼କୋ, ଦୀପା ଓ ଦକ୍ଷତା ବିକାଶ ଓ ନିୟୋଜନ ବିଭାଗର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ l ବିଶେଷକରି ରାୟଗଡ , କଲାନାରା, କଲ୍ୟାଣୀସିଂପୁର, କାଶୀପୁର ଓ ମୁନିଗୁଡା ତହସିଲଦାର ମାନେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଜମି ଯୋଗାଇବା କ୍ଷେତ୍ରରେ ବିଳମ୍ବ ହେଉଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭସ୍କର ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଞ୍ଜନ କହଁର, ଜମି ଅଧିଗ୍ରହଣ ଅଧିକାରୀ ମନଭଞ୍ଜନ କହଁର,ଉପଜିଲ୍ଲାପାଳ ରାୟଗଡ, କଲ୍ୟାଣୀ ସଂଘମିତ୍ରା ଦେଵୀ,ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିଜୟ କୁମାର ସାହୁ,ଜିଲ୍ଲା ଦକ୍ଷତା ବିକାଶ ତଥା କର୍ମ ନିଯୁକ୍ତି ଅଧିକାରୀ ତତ୍ତ୍ୱମୋସୀ ମହାପାତ୍ର,କଲ୍ୟାଣ ସିଂହପୁର ତହସିଲଦାର ରଞ୍ଜନ ମାନସ୍ଥ, ରାୟଗଡ ତହସିଲଦାର ପ୍ରିୟଦାର୍ଶନି ସ୍ୱାଇଁ, ମୁନିଗୁଡା ତହସିଲଦାର ଏମ ଅନୁରାଧା, କାଲନରଲ ତହସିଲଦାର ଏବଂ କାଶୀପୁର ତହସିଲଦାର ଯୋଗଦାନ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟସନ ରେ ହାକାଥନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ 

masiha

Leave a Comment

error: Content is protected !!