ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଟ ପରୀକ୍ଷାରେ ଡାବୁଗାଁ ର ଆଶୁତୋଷଙ୍କ କୃତିତ୍ଵ

ଡାବୁଗାଁ, ୧୫/୬ (ମ.ନି.ସ.)-ସର୍ବ ଭାରତୀୟ ମେଡିକାଲ ପରୀକ୍ଷା (ନିଟ) ପରୀକ୍ଷାରେ ନବରଙ୍ଗପୁର ଜିଲା ଡାବୁଗାଁ ରେ ରହୁଥିବା ଆଶୁତୋଷ ଦୁର୍ଗାପ୍ରସାଦ ନାୟକ ସଫଳତା ପାଇଛନ୍ତି | ଆଶୁତୋଷ ନିଟ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୧୯୨୮ ନଂରେ ରହିଛନ୍ତି ଓ ୭୨୦ରୁ ୬୭୬ ନମ୍ବର ରଖିଛନ୍ତି | ସେ ତୃତୀୟ ପ୍ରୟାସରେ ଏହି ସଫଳତା ପାଇଥିବା ଜଣାପଡିଛି | ତାଙ୍କ ମା ନୟନା ନାୟକ ଜଣେ ଶିକ୍ଷୟତ୍ରୀ ଓ ବାପା ଅଶୋକ କୁମାର ନାୟକ ଜଣେ ବ୍ୟବସାୟୀ ରହିଛନ୍ତି | ମୋଟାମୋଟି ଭାବେ ଏକ ମଧ୍ୟ ବର୍ଗୀୟ ପରିବାର ରେ ଛୋଟରୁ ବଡ ହୋଇଛନ୍ତି ଆଶୁତୋଷ | ପରିବାରର ସ୍ଵପ୍ନ ଭବିଷ୍ୟତରେ ପୁଅ ଜଣେ ଡାକ୍ତର ହେବ | ଛୋଟ ବେଳୁ ଡାକ୍ତର ହେବା ଲକ୍ଷ୍ୟ ରାଖୀ ମାତା ପିତା ପୁଅକୁ ପାଠ ପଢଉଥିଲେ | ପୁଅ ଆଶୁତୋଷ ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ୧ମ ଶ୍ରେଣୀରୁ ୮ ମ ଶ୍ରେଣୀ ପାସ କରିବା ପରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୯ ମ ଓ ୧୦ ମ ଶ୍ରେଣୀ ପାଠ ପାଢୀ ଉତ୍ତୀର୍ଣ୍ଣ ହୋଇଥିଲେ | କୋରାପୁଟ ଟ୍ୟାଲେଣ୍ଟ କଲେଜରୁ ୨୦୨୦ ମସିହାରେ ଯୁକ୍ତ ୨ ବିଜ୍ଞାନ ପାଠ ଶେଷ କରି ଭୁବନେଶ୍ଵରରେ ନିଟ କୋଚିଙ୍ଗ ନେଇଥିଲେ | ୨ ଥର ପ୍ରୟାସ କରି ଅସଫଳ ହୋଇ ମଧ୍ୟ ହାର ମାନିନଥିଲେ | ୩ ୟ ଥର ଚେଷ୍ଟା କରି ସଫଳତା ହାସଲ କରିଛନ୍ତି | ତାଙ୍କ ସଫଳତାରେ ଡାବୁଗାଁ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି | ବିଭିନ୍ନ ଆଡୁ ଆଶୁତୋଷଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦୀର୍ଘ ମାସ ପରେ ମୈତ୍ରୀ କମ୍ପାନୀ ସହଯୋଗ ରେ ବିରଵାଫୁଲ ଗାଁ ଲୋକେ ଆଲୁଅ ଦେଖିଲେ

masiha

କଳାହାଣ୍ଡି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଗୁରୁତ୍ବପୂର୍ଣ୍ଣ ବୈଠକ

masiha

ସବଡେଗା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!