ଡାବୁଗାଁ, ୧୫/୬ (ମ.ନି.ସ.)-ସର୍ବ ଭାରତୀୟ ମେଡିକାଲ ପରୀକ୍ଷା (ନିଟ) ପରୀକ୍ଷାରେ ନବରଙ୍ଗପୁର ଜିଲା ଡାବୁଗାଁ ରେ ରହୁଥିବା ଆଶୁତୋଷ ଦୁର୍ଗାପ୍ରସାଦ ନାୟକ ସଫଳତା ପାଇଛନ୍ତି | ଆଶୁତୋଷ ନିଟ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୧୯୨୮ ନଂରେ ରହିଛନ୍ତି ଓ ୭୨୦ରୁ ୬୭୬ ନମ୍ବର ରଖିଛନ୍ତି | ସେ ତୃତୀୟ ପ୍ରୟାସରେ ଏହି ସଫଳତା ପାଇଥିବା ଜଣାପଡିଛି | ତାଙ୍କ ମା ନୟନା ନାୟକ ଜଣେ ଶିକ୍ଷୟତ୍ରୀ ଓ ବାପା ଅଶୋକ କୁମାର ନାୟକ ଜଣେ ବ୍ୟବସାୟୀ ରହିଛନ୍ତି | ମୋଟାମୋଟି ଭାବେ ଏକ ମଧ୍ୟ ବର୍ଗୀୟ ପରିବାର ରେ ଛୋଟରୁ ବଡ ହୋଇଛନ୍ତି ଆଶୁତୋଷ | ପରିବାରର ସ୍ଵପ୍ନ ଭବିଷ୍ୟତରେ ପୁଅ ଜଣେ ଡାକ୍ତର ହେବ | ଛୋଟ ବେଳୁ ଡାକ୍ତର ହେବା ଲକ୍ଷ୍ୟ ରାଖୀ ମାତା ପିତା ପୁଅକୁ ପାଠ ପଢଉଥିଲେ | ପୁଅ ଆଶୁତୋଷ ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ୧ମ ଶ୍ରେଣୀରୁ ୮ ମ ଶ୍ରେଣୀ ପାସ କରିବା ପରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୯ ମ ଓ ୧୦ ମ ଶ୍ରେଣୀ ପାଠ ପାଢୀ ଉତ୍ତୀର୍ଣ୍ଣ ହୋଇଥିଲେ | କୋରାପୁଟ ଟ୍ୟାଲେଣ୍ଟ କଲେଜରୁ ୨୦୨୦ ମସିହାରେ ଯୁକ୍ତ ୨ ବିଜ୍ଞାନ ପାଠ ଶେଷ କରି ଭୁବନେଶ୍ଵରରେ ନିଟ କୋଚିଙ୍ଗ ନେଇଥିଲେ | ୨ ଥର ପ୍ରୟାସ କରି ଅସଫଳ ହୋଇ ମଧ୍ୟ ହାର ମାନିନଥିଲେ | ୩ ୟ ଥର ଚେଷ୍ଟା କରି ସଫଳତା ହାସଲ କରିଛନ୍ତି | ତାଙ୍କ ସଫଳତାରେ ଡାବୁଗାଁ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି | ବିଭିନ୍ନ ଆଡୁ ଆଶୁତୋଷଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି |