ଡାବୁଗାଁ, ୧୫/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପଦୋନ୍ନତି ନେଇ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳଙ୍କୁ ସୋମବାର ପ୍ରଦାନ କରାଯାଇଛି | ଏଥିରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ନଂ ୧୦୬୮୬ ତା ୬.୫.୨୩ ରେ ପଦୋନ୍ନତି ସମ୍ବନ୍ଧୀୟ ଯେଉଁ କ୍ଲାରିଫିକେସନ ଦିଆଯାଇଛି ସେଥିରେ ଥିବା ୩ ନଂ ପଏଣ୍ଟରେ ଯାହା ଉଲ୍ଲେଖ କରାଯାଇଛି | ତାହା ୨୦୧୯ କ୍ୟାଡର ରୁଲ କ୍ଲଜ ୮ (ବି)(୨)ର ପରିପନ୍ଥୀ ଅଟେ | ପ୍ରକାଶ ଥାଉକି ୨୦୧୯ କ୍ୟାଡର ରୁଲ ପ୍ରକାରେ ଗତ ୨୪.୯.୨୦୨୦ ଓ ୨୬.୧୧.୨୦୨୧ ମସିହା ମାସରେ ଲେଭେଲ –ଭି (ବି) ଓ ଲେଭେଲ ଆଇଭି (ସବଜେଟ ଟିଚର) ଓଟିଇଟି ବିନା ସେମାନଙ୍କୁ ପଦୋନ୍ନତି ଦିଆଯାଇଥିଲା | ଫଳରେ ବର୍ତ୍ତମାନ ସେମାନଙ୍କର ସ୍ଥିତି କଣ ହେବ | ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲାରେ ବିଭିନ୍ନ ପ୍ରକାର ଚିଠି ବରିଷ୍ଠତାକୁ ନେଇ ଜିଲା ଶିକ୍ଷା କାର୍ଯ୍ୟ|ଳୟ ରେ ପ୍ରକାଶ ପାଇଅଛି , ଯାହାକି ପଦୋନ୍ନତି କାର୍ଯ୍ୟରେ ବାଧା ସୃଷ୍ଟି କରୁଅଛି | ସ୍ୱଳ୍ପ ସମୟ ଲାଗି ମିଳିଥିବା ରେସିଡେନ୍ସି ପିରିଅଡ କୋହଳରେ ଅବଧି ମଧ୍ୟ ସଠିକ ଭାବରେ ବିନିଯୋଗ ହୋଇପାରିବ ନାହିଁ ବୋଲି ସଂଗଠନ ଅନୁଭବ କରୁଛି | ଏଣୁ ଉକ୍ତ ଚିଠିର ପରିବର୍ତ୍ତନ କରାଯାଇ କ୍ୟାଡର ରୁଲ ଅନୁଯାଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘ ସଭାପତି ଦୟାନିଧି ବଞ୍ଜରା, ଉପସଭାପତି ଗୀତାଞ୍ଜଳି ନିହାଲ ଓ ସୂର୍ଯ୍ୟନାରାୟଣ ମାଝି, ସମ୍ପାଦକ ଦିବାକର ବାରିକ, ସହ ସମ୍ପାଦକ ଦଶରୁ ଭତ୍ରା, ସଂଗଠକ ସମ୍ପାଦକ ଘାସି ମାଝି, କୋଷାଧ୍ୟକ୍ଷ ନୀଳକଣ୍ଠ ମାଝି, ଉପଦେଷ୍ଠା ପୂର୍ଣ୍ଣଚନ୍ଦ୍ର ମାଝି ଓ ପଦ୍ମନାଭ ପୂଜାରୀ, ଧନସିଂ ତନ୍ତୀ, ଧଳେନ୍ଦ୍ର ଦ୍ଵାରୀ, ସୌଭାଗ୍ୟ ବିଶ୍ଵାଳ ଓ ବହୁ ଶିକ୍ଷକ ମାନେ ଉପସ୍ଥିତ ଥିଲେ |
previous post
next post