ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ସଂଘର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଡାବୁଗାଁ, ୧୫/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପଦୋନ୍ନତି ନେଇ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳଙ୍କୁ ସୋମବାର ପ୍ରଦାନ କରାଯାଇଛି | ଏଥିରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ନଂ ୧୦୬୮୬ ତା ୬.୫.୨୩ ରେ ପଦୋନ୍ନତି ସମ୍ବନ୍ଧୀୟ ଯେଉଁ କ୍ଲାରିଫିକେସନ ଦିଆଯାଇଛି ସେଥିରେ ଥିବା ୩ ନଂ ପଏଣ୍ଟରେ ଯାହା ଉଲ୍ଲେଖ କରାଯାଇଛି | ତାହା ୨୦୧୯ କ୍ୟାଡର ରୁଲ କ୍ଲଜ ୮ (ବି)(୨)ର ପରିପନ୍ଥୀ ଅଟେ | ପ୍ରକାଶ ଥାଉକି ୨୦୧୯ କ୍ୟାଡର ରୁଲ ପ୍ରକାରେ ଗତ ୨୪.୯.୨୦୨୦ ଓ ୨୬.୧୧.୨୦୨୧ ମସିହା ମାସରେ ଲେଭେଲ –ଭି (ବି) ଓ ଲେଭେଲ ଆଇଭି (ସବଜେଟ ଟିଚର) ଓଟିଇଟି ବିନା ସେମାନଙ୍କୁ ପଦୋନ୍ନତି ଦିଆଯାଇଥିଲା | ଫଳରେ ବର୍ତ୍ତମାନ ସେମାନଙ୍କର ସ୍ଥିତି କଣ ହେବ | ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲାରେ ବିଭିନ୍ନ ପ୍ରକାର ଚିଠି ବରିଷ୍ଠତାକୁ ନେଇ ଜିଲା ଶିକ୍ଷା କାର୍ଯ୍ୟ|ଳୟ ରେ ପ୍ରକାଶ ପାଇଅଛି , ଯାହାକି ପଦୋନ୍ନତି କାର୍ଯ୍ୟରେ ବାଧା ସୃଷ୍ଟି କରୁଅଛି | ସ୍ୱଳ୍ପ ସମୟ ଲାଗି ମିଳିଥିବା ରେସିଡେନ୍ସି ପିରିଅଡ କୋହଳରେ ଅବଧି ମଧ୍ୟ ସଠିକ ଭାବରେ ବିନିଯୋଗ ହୋଇପାରିବ ନାହିଁ ବୋଲି ସଂଗଠନ ଅନୁଭବ କରୁଛି | ଏଣୁ ଉକ୍ତ ଚିଠିର ପରିବର୍ତ୍ତନ କରାଯାଇ କ୍ୟାଡର ରୁଲ ଅନୁଯାଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘ ସଭାପତି ଦୟାନିଧି ବଞ୍ଜରା, ଉପସଭାପତି ଗୀତାଞ୍ଜଳି ନିହାଲ ଓ ସୂର୍ଯ୍ୟନାରାୟଣ ମାଝି, ସମ୍ପାଦକ ଦିବାକର ବାରିକ, ସହ ସମ୍ପାଦକ ଦଶରୁ ଭତ୍ରା, ସଂଗଠକ ସମ୍ପାଦକ ଘାସି ମାଝି, କୋଷାଧ୍ୟକ୍ଷ ନୀଳକଣ୍ଠ ମାଝି, ଉପଦେଷ୍ଠା ପୂର୍ଣ୍ଣଚନ୍ଦ୍ର ମାଝି ଓ ପଦ୍ମନାଭ ପୂଜାରୀ, ଧନସିଂ ତନ୍ତୀ, ଧଳେନ୍ଦ୍ର ଦ୍ଵାରୀ, ସୌଭାଗ୍ୟ ବିଶ୍ଵାଳ ଓ ବହୁ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଲିଗୁଡା ରେ ୮୮ ତମ ଉତ୍କଳ ଦିବସ ପାଳିତ

Sunil Chandra Nayak

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି 

masiha

ବିଷାକ୍ତ ସାପ କାମୁଡାରେ ନାବାଳିକା ମୃତ

masiha

Leave a Comment

error: Content is protected !!