ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କୃଷକ ସଚେତନ କାର୍ଯ୍ୟକ୍ରମ

ପାପଡାହାଣ୍ଡି,15/5, ମନିସ — ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ପାପଡାହାଣ୍ଡି କୃଷି ସୂଚନା ଓ ପରାମର୍ଶ କାର୍ଯ୍ୟାଳୟ ପରିସରରେ ଏକ ବ୍ଲକ ସ୍ତରୀୟ ମୃତିକା ସଂରକ୍ଷଣ ସମ୍ପର୍କରେ କୃଷକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବ୍ଲକ କୃଷି ଅଧିକାରୀ ସୌମ୍ୟ ରଞ୍ଜନ ପାତ୍ରଙ୍କ ଅଧକ୍ଷତାରେ କୃଷି ଜିଲ୍ଲା ଅଧିକାରୀ ଜି ଭେଙ୍କେଟ ରାଓ ସଭାପତିତ୍ବ କରିଥିଲେ | କାର୍ଯ୍ୟକ୍ରମରେ ପାପଡାହାଣ୍ଡି ଲ୍ୟାମ୍ପସ ର 12 ଗୋଟି ପଂଚାୟତ ର ସମସ୍ତ କୃଷକ ସାଥି ଏବଂ 50ରୁ ଅଧିକ ଅଗ୍ରଣୀ ଚାଷି ଉପସ୍ଥିତ ଥିଲେ | ମୃତିକା ସଂରକ୍ଷଣ ର ନମୁନା ପ୍ରଣାଳୀ, ମୃତିକା ପରୀକ୍ଷାର ଉପାଦେୟତା, ଆଗୁଆ ସାର ଓ ବିହନ ଗଛିତ ରଖିବା ସମ୍ବନ୍ଧ ରେ ଆଲୋଚନା ହୋଇଥିଲା | ବୈଠକରେ ନବରଙ୍ଗପୁର ମୃତିକା ପରୀକ୍ଷାଗାରର ରାସାୟନବିତ ପ୍ରମୋଦ କୁମାର ବେହେରା, ଲ୍ୟାମ୍ପସ ଏମଡି ଇସ୍ମାଇଲ ସନଫୁଲ, କୃଷି ଅଧି ଦର୍ଶକ ରମେଶ ଚନ୍ଦ୍ର ମିଶ୍ର, ଏଟିମ ଦେବର୍ଚ୍ଚଣ ଭଟ୍ଟ, ରାଜେଶ ମିଶ୍ର ପୁନମ ମିଶ୍ର ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗାଁ ସାଥି ସଂଘର ବୈଠକ  ବିଭିନ୍ନ ସମସ୍ୟା ଉପରେ ଆଲୋଚନା

Sunil Chandra Nayak

ଆଜି ଯୀଶୁଙ୍କ ପୁନରୁଥାନ ଦିବସ ପାଳନ କଲେ ଚର୍ଚ୍ଚରେ କ୍ରିଷ୍ଟ ଧର୍ମବଲମ୍ବି 

masiha

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!