ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ରେ ବୁଲିଲା ବଜ୍ରପାତ ସଚେତନତା ରଥ 

ଡାବୁଗାଁ ବ୍ଲକ ରେ ବୁଲିଲା ବଜ୍ରପାତ ସଚେତନତା ରଥ 

ଡାବୁଗାଁ, ୧୬ /୮ (ମ. ନି. ସ.)- ବଜ୍ରପାତରୁ ଜନସାଧାରଣଙ୍କ ସୁରକ୍ଷା ତଥା ଏ ସମ୍ବନ୍ଧୀୟ ସତର୍କତା ଅବଲମ୍ବନ ନିମନ୍ତେ ଶନିବାର ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ଶରତ ମାଝୀ ଙ୍କ ଦ୍ବାରା ବଜ୍ରପାତ ସୁରକ୍ଷା ସମ୍ପର୍କିତ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ବ୍ଲକ ର ସମସ୍ତ ପଞ୍ଚାୟତ ଏବଂ ଗ୍ରାମ ଗୁଡ଼ିକ ପରିକ୍ରମା କରି ଜନସାଧାରଣଙ୍କୁ ବଜ୍ରପାତ ସମୟରେ ଉଚିତ ପଦକ୍ଷେପ ନେଇ କିପରି ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ କିପରି ସୁରକ୍ଷିତ ରଖିପାରିବେ ଏଥି ସମ୍ବନ୍ଧୀୟ ସଚେତନ‌ତା ବାର୍ତ୍ତା ପ୍ରଦାନ କରିବ। ଏହି ବଜ୍ରପାତ ସଚେତନତା ରଥ ସତର୍କତାମୂଳକ ପଦକ୍ଷେପ, ସୁରକ୍ଷା ବାର୍ତ୍ତା, ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା କମ କରିବା ଉପରେ ସୂଚନା ପ୍ରଚାର ପ୍ରସାର କରିବ l ଏଥିରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ, ସିପି ପ୍ରବୀଣ ପଟ୍ଟନାୟକ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଟେକ୍ନୋୱାର୍ଲ୍ଡରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

masiha

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!