ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ରେ ବୁଲିଲା ବଜ୍ରପାତ ସଚେତନତା ରଥ 

ଡାବୁଗାଁ ବ୍ଲକ ରେ ବୁଲିଲା ବଜ୍ରପାତ ସଚେତନତା ରଥ 

ଡାବୁଗାଁ, ୧୬ /୮ (ମ. ନି. ସ.)- ବଜ୍ରପାତରୁ ଜନସାଧାରଣଙ୍କ ସୁରକ୍ଷା ତଥା ଏ ସମ୍ବନ୍ଧୀୟ ସତର୍କତା ଅବଲମ୍ବନ ନିମନ୍ତେ ଶନିବାର ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ଶରତ ମାଝୀ ଙ୍କ ଦ୍ବାରା ବଜ୍ରପାତ ସୁରକ୍ଷା ସମ୍ପର୍କିତ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ବ୍ଲକ ର ସମସ୍ତ ପଞ୍ଚାୟତ ଏବଂ ଗ୍ରାମ ଗୁଡ଼ିକ ପରିକ୍ରମା କରି ଜନସାଧାରଣଙ୍କୁ ବଜ୍ରପାତ ସମୟରେ ଉଚିତ ପଦକ୍ଷେପ ନେଇ କିପରି ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ କିପରି ସୁରକ୍ଷିତ ରଖିପାରିବେ ଏଥି ସମ୍ବନ୍ଧୀୟ ସଚେତନ‌ତା ବାର୍ତ୍ତା ପ୍ରଦାନ କରିବ। ଏହି ବଜ୍ରପାତ ସଚେତନତା ରଥ ସତର୍କତାମୂଳକ ପଦକ୍ଷେପ, ସୁରକ୍ଷା ବାର୍ତ୍ତା, ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା କମ କରିବା ଉପରେ ସୂଚନା ପ୍ରଚାର ପ୍ରସାର କରିବ l ଏଥିରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ, ସିପି ପ୍ରବୀଣ ପଟ୍ଟନାୟକ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

A five day workshop on Enhancing Digital Literacy of School Teachers towards Women Empowerment 

ରାଜପୁର ଗ୍ରାମରେ ଦୋଳ ପୂର୍ଣ୍ଣିମା ଅବସରରେ ବିଶାଳ କଳସ ଶୋଭାଯାତ୍ରା 

masiha

ବିଶୋଇ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟି ଟଙ୍କା ରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

masiha

Leave a Comment

error: Content is protected !!