ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ଅନୁଷ୍ଠିତ ହେଲା ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ବାଲେଶ୍ଵର,୧୩/୧୨/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଗରସଙ୍ଗ ସ୍ଥିତ ବିବେକାନନ୍ଦ ଆଦର୍ଶ ଶିକ୍ଷା କେନ୍ଦ୍ର ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଜମ୍ବେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗଣିତ ଅଧ୍ଯାପକ ମନୀନ୍ଦ୍ର କୁମାର ଦୀକ୍ଷିତ ଓ ଶିକ୍ଷାବିତ୍ କୃଷ୍ଣ ଚନ୍ଦ୍ର ଖିଲାର ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ । ଶିକ୍ଷାବିତ୍ ଶିବ ପ୍ରସାଦ ବଳଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବେ ମଦନମୋହନ ଜେନା, ପ୍ରଫୁଲ୍ଲ କୁମାର ଦାସ, କାହ୍ନୁ ଚରଣ ଜେନା, ଦିବ୍ୟସିଂହ ତ୍ରିପାଠୀ ଓ ଦିବାକର ଜେନା ଯୋଗଦେଇ ଥିଲେ । ବରିଷ୍ଠ ଗୁରୁଜୀ ହରେନ୍ଦ୍ର ଖିଲାର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ବିଜ୍ଞାନ ମେଳାରେ ମୋଟ ୨୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଦେବେନ୍ଦ୍ର କୁମାର ବାରିକ୍ ଓ ଉଗ୍ରସେନ ନାୟକ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ପ୍ରମୋଦ ଘୋଷ ଓ ସାଇକ୍ରିଷ୍ଣା ମହାପାତ୍ର ଯଥାକ୍ରମେ ସିନିୟର ଓ ଜୁନିୟର ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଓ ଗୁରୁମା ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୁଡୁମୀ ଜାତି ଭାଇଭଉଣୀ ଙ୍କୁ ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ବାହରା ଙ୍କ ବାର୍ତ୍ତା

Sunil Chandra Nayak

ଏସଡିସି ଉପଦେଷ୍ଟାପ୍ରଦୀପ ମାଝୀଙ୍କ ଚନ୍ଦାହାଣ୍ଡି ଗସ୍ତ

masiha

ପୁରୁଷୋତ୍ତମପୁର କୋର୍ଟପକ୍ଷରୁ ସୁରକ୍ଷିତ ଶୈଶବ ସୁକକ୍ଷିତ ଭବିଶ୍ଯତ କାର୍ଯକ୍ରମ ଅନୁଷ୍ଠିତ 

Leave a Comment

error: Content is protected !!