ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତିଆଣ ଆକ୍ଷେପ ଓ ଦଳିତ କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତକୁ ୨ ବର୍ଷ ଜେଲ ଦଣ୍ଡାଦେଶ

ଜାତିଆଣ ଆକ୍ଷେପ ଓ ଦଳିତ କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତକୁ ୨ ବର୍ଷ ଜେଲ ଦଣ୍ଡାଦେଶ

ଧର୍ମଗଡ: ୨୦୧୬ ମସିହାରେ ଜୟପାଟଣା ଥାନା ଅନ୍ତର୍ଗତ କୁକୁଡ଼ି ମନିଭଟା ଗ୍ରାମର ରତନ ନାଏକ ମଦ ପିଇ ସେହି ଗ୍ରାମର ହରିଜନ ସମ୍ପ୍ରଦାୟର ସହଦେବ ଠାକୁରଙ୍କୁ ଜାତିଆଣ ଆକ୍ଷେପ କରି ଅଭଦ୍ର ଭାଷା ରେ ଗାଳିଗୁଲଜ କରିବା ସହ ବାଉଁଶ ଠେଙ୍ଗା ଯୋଗେ ଗୋଡ଼କୁ ଆକ୍ରମଣ କରିଥିବା ତାଙ୍କ ଭାଇ ପ୍ରସନ୍ନ ଠାକୁର ଜୟପାଟଣା ଥାନା ରେ ଲିଖିତ ଏତାଲା ପ୍ରଦାନ କରିଥିଲେ। ଜୟପାଟଣା ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୧୩୮/ ୦୮.୦୬.୨୦୧୬ ବଳରେ ଅଭିଯୁକ୍ତ ରତନ ନାଏକ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଦୀର୍ଘ ୭ ବର୍ଷ ଧରି ଏହି ମାମଲା ଧର୍ମଗଡ଼ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା।ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଆଜି ମାମଲା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୨୫ ବଳରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ସହ ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ଏକମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଙ୍କ ତରଫରୁ ସ୍ଵତନ୍ତ୍ର ସରକାରୀ ଓକିଲ ଧିରେନ୍ଦ୍ର ନାଥ ପାତ୍ର ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅମର ଯୁକ୍ତ ତିନି ମହାବିଦ୍ୟାଳୟ ଠାରେ  ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ

ଛାତ୍ରଛାତ୍ରୀଙ୍କୁ ପୋଷକ ବିତରଣ

Sunil Chandra Nayak

ନର୍ଲା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!