ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପ୍ରସ୍ତୁତି ବୈଠକ

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପ୍ରସ୍ତୁତି ବୈଠକ

ଜୁନାଗଡ଼,୧୩/୧୨(ମ ନି ସ)ଜୁନାଗଡ଼ ବ୍ଲକ ସଭାଗୃହ ଠାରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୪ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ କରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜୁନାଗଡ଼ ବ୍ଲକ ଅଧକ୍ଷ୍ୟା ସବିତା ମେହେର, ଜିଲ୍ଲା ପରିଷଦ ଉପାଧକ୍ଷ୍ୟା ସୁଧିରା ମେହେର ,ଏନଏସି ନଗରପାଳ ମୁକେଶ ଅଗ୍ରୱାଲ,ବ୍ଲକ ଉପାଧକ୍ଷ୍ୟ ପ୍ରମୋଦ ବେହେରା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମଲାଲ ହିଆଳ, ଅତିରିକ୍ତ ତହସିଲଦାର , ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ, ସରପଞ୍ଚ ସଂଘ ସଭାପତି ତାରାପ୍ରସାଦ ରାୟଗୁରୁ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ। ଆସନ୍ତା ଜାନୁୟାରୀ ,୬,୭ ଓ ୮ ତାରିଖରେ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ୩ଦିନ ବ୍ୟାପି ଶୃଙ୍ଖଲିତ ଭାବେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ କରାଯିବ ବୋଲି ନିଷ୍ପତି ହୋଇଥିଲା।ଏଥିନେଇ ବିଭିନ୍ନ କମିଟି ମାନ ଗଠିତ ହୋଇଥିଲା।ଚଳିତ ବର୍ଷ ଉତ୍ସବ କୁ କିପରି ଅଧିକ ଆକର୍ଷଣୀୟ କରାଯିବ ସେଥିନେଇ ବିଭନ୍ନ ପ୍ରସ୍ତାବ ସବୁ ଆଗତ କରଯାଇଥିଲା।ଏହି ବୈଠକରେ ବିଭିନ୍ନ ବିଭାଗର କର୍ମଚାରୀ, ସାମ୍ବାଦିକ, ବିଭିନ୍ନ ପଂଚାୟତର ପ୍ରତିନିଧି, ବିଭିନ୍ନ ସଂଗଠନର କର୍ମକର୍ତା ଓ ଜନସାଧାରଣ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ସ୍ଥାୟୀ ମନ୍ଦିର ପରିଚାଳନା କମିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

masiha

ଏସପିସିବି ପକ୍ଷରୁ ୧୧ ଟି ଅଟୋମୋବାଇଲସ ଓ ୨ ଟି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ ସଂସ୍ଥା କୁ କାରଣ ଦର୍ଶାଅ ନୋଟିସ

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!