ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ରେ ଘର ଘର ତ୍ରିରଙ୍ଗା, ଘର ଘର ସ୍ଵଚ୍ଛତା ଯାତ୍ରା 

ରାୟଗଡ଼ ରେ ଘର ଘର ତ୍ରିରଙ୍ଗା, ଘର ଘର ସ୍ଵଚ୍ଛତା ଯାତ୍ରା 

ରାୟଗଡ଼ ତା ୮-୮-୨୦୨୫ —       ରାୟଗଡ଼ ଜିଲ୍ଲା ପ୍ରଶାସନ ତଥା ରାୟଗଡ଼ ବ୍ଳକ ତରଫରୁ ଶୁକ୍ରବାର ଘରେ ଘରେ ତ୍ରିରଙ୍ଗା , ଘରେ ଘରେ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି। ଏଥି ନିମନ୍ତେ ଏକ ଶୋଭାଯାତ୍ରା ଜିଲ୍ଲା ପରିଷଦ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା, ଗାନ୍ଧୀନଗର ବନଖଣ୍ଡ ଅଧିକାରୀଙ୍କ ବାସଭବନ, ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ରାସ୍ତା ଦେଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ପହଞ୍ଚିଥିଲା। ବ୍ୟାନର, ତ୍ରିରଙ୍ଗା, ପ୍ଲାକାର୍ଡ ଓ ସ୍ଲୋଗାନରେ ମୁଖରିତ ଶୋଭାଯାତ୍ରା ସ୍ଵଚ୍ଛତାର ବାର୍ତ୍ତା ବହନ କରି ଜନସଚେତନତା ସୃଷ୍ଟି କରିଥିଲା । 

    ସମସ୍ତ ଅଂଶଗ୍ରହଣକାରୀଙ୍କୁ ନେଇ ପଞ୍ଚାୟତ ସମିତି ସଦଭାବନା ଗୃହରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ଓ ସମାଜରେ ସ୍ଵାଧୀନତା ଓ ସ୍ଵଚ୍ଛତାର ଆବଶ୍ୟକତା ବିଷୟରେ ସଚେତନ କରିଥିଲେ। ବରେଣ୍ୟ ଅତିଥି ଭାବେ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ମନିଷା ଦାସ, ବିଜୟ କୁମାର ନାୟକ, ରଶ୍ମି ରଞ୍ଜନ ପରିଡା , ପ୍ରଭାତ ଲେଙ୍କା, ନିହାର ରଞ୍ଜନ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ଦୋରା, ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। 

      ବୈଠକ ପ୍ରାରମ୍ଭରେ ଛାତ୍ରୀଙ୍କ ଦ୍ଵାରା ସ୍ଵଚ୍ଛତା ସମ୍ପର୍କିତ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ଘରେ ଘରେ ତ୍ରିରଙ୍ଗା ଓ ସ୍ଵଚ୍ଛତା ବିଷୟରେ ବକ୍ତୃତା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ସ୍ଵଚ୍ଛତା ଶପଥପାଠ କରାଇଥିଲେ। ଅତିଥି ବୃନ୍ଦ ନିଜ ଶରୀର ସହ ଘର, ଗାଁ ଓ ପରିବେଶକୁ ସ୍ବଚ୍ଛ ରଖିବାର ଆବଶ୍ୟକତା କିପରି ଦେଶର ବିକାଶରେ ସହାୟକ ହୋଇଥାଏ, ଘରେ ଘରେ ତ୍ରିରଙ୍ଗାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଆଠ ତାରିଖ ଠାରୁ ସ୍ବାଧୀନତା ଦିବସ ପର୍ଯ୍ଯନ୍ତ ପ୍ରତ୍ୟେକ ସ୍ଥାନରେ ପାଳନ କରାଯିବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି । ଉଭୟ ରାୟଗଡ ବ୍ଲକ ଓ ଜିଲ୍ଲା ପରିଷଦର କର୍ମକର୍ତ୍ତା, ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଏଥିରେ ଯୋଗ ଦେଇଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ)ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖାର ସ୍ବତନ୍ତ୍ର ଅଧିବେଶନ -୨୦୨୬ ଅନୁଷ୍ଠିତ 

Sunil Chandra Nayak

ରୁଷିଆରେ ବାଲୁକା କଳା ପ୍ରଦର୍ଶନ କରିବେ ଓଡ଼ିଆ ପୁଅ ଓମ୍‌ ପ୍ରକାଶ

ଆର ଏସ ଏସ ପକ୍ଷରୁ ପ୍ରମୁଖ ନାଗରିକ ସଂଗୋଷ୍ଠି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!