ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲେଶ୍ୱରରେ ଗଡ଼ିଲା ଶିଶୁ ଶ୍ରମ ନିରାକରଣ ଓ ସଚେତନତା ରଥ

ବାଲେଶ୍ୱରରେ ଗଡ଼ିଲା ଶିଶୁ ଶ୍ରମ ନିରାକରଣ ଓ ସଚେତନତା ରଥ

ବାଲେଶ୍ୱର,୨୬/୬/୨୪-: ଆଜି ପୂର୍ବାହ୍ନ ଘ. ୧୧.୩୦ ମି ସମୟରେ ନୂତନ କଲେକ୍ଟୋରେଟ ପରିସରରୁ ଶିଶୁ ଶ୍ରମ ନିରାକରଣ ଓ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି I ଜିଲ୍ଲା ଶ୍ରମ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ନଗର ପରିକ୍ରମା କରିଥିଲା I ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଜିଲ୍ଲାରୁ ତଥା ରାଜ୍ୟରୁ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଏବଂ ଏହାର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଜିଲ୍ଲା ସ୍ତରରେ ସଚେତନତା ପାଇଁ ଏହି ପଦକ୍ଷେପ ନିଆଯାଇଛି I 

ସୂଚନା ଥାଉ କି, ୧୪ ବର୍ଷରୁ କମ ବୟସର ପିଲାମାନଙ୍କୁ କୌଣସି ସ୍ଥାନରେ ଶ୍ରମିକ ଭାବେ କାର୍ଯ୍ୟ କରାଇବା ଏକ ଦଣ୍ଡନୀୟ ଅପରାଧ ଏବଂ ଶିଶୁ ଶ୍ରମ (ନିଷେଧ ଏବଂ ନିୟମାବଳୀ) ଅଧିନିୟମ, ୧୯୮୬ ଅନୁସାରେ ଭାରତ ସରକାର ଏହାକୁ ସମ୍ପୂର୍ଣ୍ଣ ଅବୈଧ ବୋଲି ଘୋଷଣା କରିଛନ୍ତି। ଏହି ସଚେତନତା ରଥ ମାଧ୍ୟମରେ ସମସ୍ତ ନାଗରିକମାନଙ୍କୁ ସଚେତନ କରାଇବା ସହିତ ଏହି ଘୃଣ୍ୟ ଏବଂ କୁପ୍ରଥାକୁ ବିମୋଚନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସର୍ବଦା କାର୍ଯ୍ୟରତ। ତେଣୁ ଏହି ନିୟମକୁ ମାନି ଏକ ସୁସ୍ଥ ଭବିଷ୍ୟତ ପାଇଁ ଶିଶୁ ଶ୍ରମିକ ପ୍ରଥାକୁ ରୋକା ଯିବା ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । 

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଶିବ ନାରାୟଣ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଏବଂ ଜିଲ୍ଲା ଶ୍ରମ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବଲେରୋ ଓ ଟ୍ରକ ଧକ୍କାରେ ଡ୍ରାଇଭର ମୃତ,୪ ଗୁରୁତର।

masiha

ଜିଲ୍ଲାସ୍ତରୀୟ ୮୯ତମ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ମାତୃଭାଷାର ପ୍ରଗତିରେ ଜାତିର ଉନ୍ନତି: ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର

masiha

କଳାହାଣ୍ଡି ‘ସୁରଭି’ରେ ସର୍ବାଗ୍ରେ ନର୍ଲା ବ୍ଲକ୍ : ରାଜ୍ୟ ସ୍ତରକୁ ଯିବେ ୧୩ ଛାତ୍ରଛାତ୍ରୀ

masiha

Leave a Comment

error: Content is protected !!