ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ କାର୍ଯ୍ୟକ୍ରମ ନେଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଭବ୍ୟ ଆୟୋଜନ 

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ କାର୍ଯ୍ୟକ୍ରମ ନେଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଭବ୍ୟ ଆୟୋଜନ 

  ମୟୂରଭଞ୍ଜ – ୧୭/୦୧ ( ମସିହା)ଆଜି ପୌଷ ମାସ ଶୁଳ୍କ ସପ୍ତମୀ ।ଶ୍ରୀ କ୍ଷେତ୍ର ସ୍ବର୍ଣ୍ଣମୟୀ ଇତିହାସରେ ନୂତନ ଏକ ଫର୍ଦ ଯୋଡାଯାଇଛି ।ଆଜି ଅପରାହ୍ନରେ ୧ ଟାଏ ୧୫ ରୁ ଦେଢଟା ମଧ୍ଯରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଗନ୍ନାଥ ପ୍ରେମର ଅନନ୍ୟ ପରିକଳ୍ପନା ତଥା ପୁରୀ ଜଗନ୍ନାଥ ମନ୍ଦିରକୁ ସମଗ୍ର ବିଶ୍ବ ଦରବାରରେ ଏକ ନିଆରା ଛବି ସୃଷ୍ଟି କରିବା ଆକର୍ଷଣ କରିବା ତଥା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ନେଇ ଅଧିକ ଆକର୍ଷଣ ପାଇଁ ଜଗନ୍ନାଥ ଚମତ୍କାର ମନ୍ଦିର ପରିକ୍ରମାର ବହୁ ପ୍ରତିକ୍ଷିତ କାର୍ଯ୍ୟକ୍ରମ ଆଜି ସାକାର‌ହେଵା ସହ ତାଙ୍କ କରକମଳରେ ବିଶ୍ୱବାସୀଙ୍କ ପାଇଁ ଲୋକାର୍ପିତ ହୋଇଛି । ଏଥିପାଇଁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ପୌର ପ୍ରଶାସନ ଆନୁକୁଲ୍ୟରେ ଏକ ଭବ୍ୟ ଭଜନ‌ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଖ୍ୟାତ ଭଜନ ଗାୟକ କୈଳାଶ ସାହୁ,ସରୋଜ ନାୟକ,ମାନସୀ ଦାସ,ନିଶି ପାଣି ପ୍ରମୁଖ ସୁଲଳିତ କଣ୍ଠରେ ସୁନ୍ଦର ସୁନ୍ଦର ଭଜନ ଗାନ କରି ଶ୍ରଦ୍ଧାଳୁଙ୍କ ମନ ମୋହି ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପିତ ସମୟରେ ଶ୍ରଦ୍ଧାଳୁମାନେ ଶଙ୍ଖ, ହୁଳହୁଳି,ଘଣ୍ଟ ବଜାଇ ଏକ ଜଗନ୍ନାଥ ମଧ୍ୟ ପରିବେଶ ସୃଷ୍ଟି କରିଥିଲେ ।ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ,ପୌର ଅଧିକାରୀ ରମେଶ ନାୟକ,ଅନ୍ୟ କର୍ମଚାରୀ, କାଉନସିଲର ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କାଉନସିଲ୍ ବୈଠକ ଅନୁଷ୍ଠିତ

Sunil Chandra Nayak

ଥିପାଖୋଲ ପର୍ଯ୍ୟଟନ ସ୍ଥଳି ରେ ମର୍ମନ୍ମୁଦ ଅଘଟଣ: ପାଣିରେ ବୁଡ଼ି ନିଖୋଜ ଯୁବକ ଙ୍କ ମୃତଦେହ ଉଦ୍ଧାର

Sunil Chandra Nayak

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ସାର୍ବଜନୀନ ସେବା ପାଇଁ ୫୦ “ସେଞ୍ଚୁରିଆନ ସାଥୀ”ଙ୍କୁ ସମ୍ମାନିତ 

Sunil Chandra Nayak

Leave a Comment

error: Content is protected !!