ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ପଞ୍ଚାୟତୀରାଜ ଓ ଲୋକ ସେବା ଦିବସ ପାଳିତ

ଡାବୁଗାଁ, ୫/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ରବିବାର ପଞ୍ଚାୟତ ସମିତି ସ୍ତରୀୟ ଲୋକ ସେବା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ଞ୍ଚାୟତ ସମିତି ଅଧକ୍ଷା ବୀଣା ମାଝୀଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମନୋହର ରନ୍ଧାରୀ, ଉପାଧକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଷୋୟୀ , ବିଡିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସହାକାରୀ ନିର୍ବାହୀ ମାନସ କୁମାର ନେଟି, ସିଡିପିଓ ଗୀତାଞ୍ଜଳୀ ମହାରଣା ମଞ୍ଚାସୀନ ରହି ଥିବା ବେଳେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ ମଞ୍ଚ ପରିଚାଳନା କରି ଥିଲେ। ପ୍ରବାଦପୁରୁଷ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ, ଧୁପଦୀପ ପ୍ରଜ୍ଵଳନ କରାଇ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା। ମୁଖ୍ୟ ଅତିଥି ଓ ସମସ୍ତ ମଞ୍ଚାସୀନ ଅତିଥି ପ୍ରବାଦ ପୁରୁଷ୍ ଙ୍କ ଜିବନୀ, ରାଜନୈତିକ କ୍ଷେତ୍ରରେ ରାଜ୍ୟ ଓ ଦେଶ ଗଠନରେ ପ୍ରମୁଖ ଭୁମିକା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ତାଙ୍କ ଜନ୍ମ ଦିବସକୁ ପଞ୍ଚୟତୀରାଜ ଦିବସ ରୁପେ ପାଳନ କରିବା ପାଇ ଉଛର୍ଗୀକ୍ରୁତକରି ଥିବା ବେଳେ ଏବର୍ଷ ଲୋକ ସେବା ଦିବସ ଯୋଡା ଯାଇଛି। ବିଭିନ୍ନ ଲାଇନ ଵିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ମୃତ୍ତିକା ସଂରକ୍ଷଣ ବିଭାଗର ରେଞ୍ଜର ଗୈ।ତମ ସେଠୀ ତାଙ୍କ ବିଭାଗର ସରକାରୀ ଯୋଜନା, କୃଷି ବିଭାଗର ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ ତାଙ୍କ ବିଭାଗର ସରକାରୀ ଯୋଜନା, ମତ୍ସ୍ୟ ବିଭାଗର ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗିତା ସାମଲ ମାଛ ଚାଷପାଇଁ ସରକାରୀ ଯୋଜନା, ସିଡିପିଓ ମା ମାନଙ୍କ ସରକାରୀ ଜୋଜନା,କିଶୋରୀ ମାନଙ୍କ ନୁଆ ଜୋଜନା ଉପରେ,ଡାବୁଗାଁ ବ୍ଲକ ନନ୍ଦପୁରାରେ ମା ମାନଙ୍କ ଜୋଜନା ଜୋଗୁ ରାଜ୍ୟରେ ଦିତୀୟ ହୋଇ ପୁରସ୍କ୍ରୁତ ହୋଇଥିବା କଥା ସୁଚନା ଦେବା ସହ ସମସ୍ତଙ୍କୁ ପୋଗ୍ରାମର ଶୋ ଦେଖାଇଥିଲେ।ଉପସ୍ଥିତ ଥିବା ସରପଞ୍ଚ୍,ସମିତି ସଭ୍ୟ ଓ ସରକାରୀ କର୍ମଚାରୀ ମାନଙ୍କୁ ବୁଝାଇଥିଲେ।ଶେଷରେ ଧନ୍ୟବାଦ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ ଘୋଷଣା କରି ଥିଲେ।

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

masiha

ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ

masiha

ଭବାନୀପାଟଣା ଠାରେ ଖରିଫ ଋତୁ ୨୦୨୩ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!