ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

ରାଇରଙ୍ଗପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

 ମୟୂରଭଞ୍ଜ -୧୭/୦୧ (ମସିହା)ରାଇଜ ପୌରାଞ୍ଚଳ ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡର ରଘୁନାଥ ଜୀଉ ମଠ ସମ୍ମୁଖରେ ଏକ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁବିଧା ସମଗ୍ର ଦେଶବାସୀ ପାଉଛନ୍ତି କି ନାହିଁ ଏବଂ ନ ପାଉଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା ରଥ ସମଗ୍ର ଭାରତ ବର୍ଷର କୋଣେ ଅନୁକୋଣେ ପରିଭ୍ରମଣ ପରିପ୍ରେକ୍ଷୀରେ ବୁଧବାର ଦିନ ରାଇରଙ୍ଗପୁର ମ୍ୟୁନିସିପାଲଟି ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଭାରାପ୍ରାପ୍ତ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,୧୦ ନମ୍ବର ଓ୍ବାର୍ଡର କାଉନସିଲର ଆଲୋକ ରଂଜନ ମହାନ୍ତ୯ ନମ୍ବର କାଉନସିଲର ଦେବାଶିଷ ନାଏକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଶୁଭସ୍ମିତା ସିଂ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ଗଣ କେନ୍ଦ୍ର ସରକାରଙ୍କ ଉଜ୍ଵଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଶନ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା,ଘର ଘର ପାଇବା ପାଣି,ସମସ୍ତଙ୍କ ଘରକୁ ବିଜୁଳି,ଏକଲବ୍ୟ ମଡେ଼ଲ ସ୍କୁଲ ,କେନ୍ଦ୍ରୀୟ ବିଦ୍ୟାଳୟ,ନଵୋଦୟ ବିଦ୍ୟାଳୟ,ଏମ୍ସ ପ୍ରତିଷ୍ଠା,ଆଇଆଇଟି,ନାଇଜର,ଆଇଜର,ଆୟୁଷ୍ମାନ ଯୋଜନା, ସୁକନ୍ୟା ଯୋଜନା, ଦକ୍ଷତା ବିକାଶ ଯୋଜନା, ରେଳ ବିକାଶ , ଦିବ୍ୟାଙ୍ଗ,କୃଷକ ସଶକ୍ତିକରଣ ଯୋଜନା,ଭଳି ବହୁ କିଛି ଯୋଜନା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ସଫଳ କରିବାରେ ରାଇରଙ୍ଗପୁର ପୌର ବିଭାଗର ନୋଡାଲ ଅଫିସର ଇଂ ମୃତ୍ୟୁଞ୍ଜୟ ପହି, କନିଷ୍ଠ , ଶେଷଦେଵ ପଲାଇ,ସିଓ ଜୟନ୍ତୀ ଗିରି,ଏମଆଇଏସ ସନ୍ତୋଷ ଦାଶ, ଚିନ୍ମୟ ନାଏକ,ମନୋଜ ମଣ୍ଡଳ, ବାସନ୍ତୀ ମହାନ୍ତ, ସୌଦାମିନୀ ତ୍ରିପାଠୀ,ସରିତା ସାଓ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି, ସ୍ଵୟଂ ସହାୟିକା ଗୋଷ୍ଠୀ, ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ଆଧାର କାର୍ଡ,ଗ୍ଯାସ କନେକ୍ସନ ପ୍ରଭୃତି ପଂଜିକରଣ କରାଯାଉଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାର୍ଷିକ ଉତ୍ସବର ସଫଳ କାମନା ନିମନ୍ତେ ମା’ ଙ୍କ ନିକଟରେ ଶରଣ

masiha

ବହଳଦା ଏକଲବ୍ୟ ବିଦ୍ୟାଳୟ ଛାତ୍ର ରାମଚନ୍ଦ୍ର – ଜାତୀୟ ସ୍ତରରେ ଗୌରବ ଆଣିଲେ

Sunil Chandra Nayak

କୁତମୁଣ୍ଡାରେ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା

Sunil Chandra Nayak

Leave a Comment

error: Content is protected !!