ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅବସରରେ ଗୀତିନାଟ୍ୟ କାଞ୍ଚିକାବେରୀ ମଞ୍ଚସ୍ଥ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅବସରରେ ଗୀତିନାଟ୍ୟ କାଞ୍ଚିକାବେରୀ ମଞ୍ଚସ୍ଥ 

କେନ୍ଦ୍ରାପଡ଼ା, ତା 17/01/24: ଶ୍ରୀ ଜଗନ୍ନାଥ ଓଡ଼ିଆ ଅସ୍ମିତାର ପୁଣ୍ୟ ପ୍ରତୀକ l ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ସ୍ଥାନୀୟ ସଂସ୍କୃତି ଭବନଠାରେ ମଞ୍ଚସ୍ଥ ହୋଇଯାଇଛି ଗୀତିନାଟ୍ୟ କାଞ୍ଚିକାବେରୀ l ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ଏହି ନାଟକଟିରେ ଅଭିନୟ କରିଥିଲେ ଗୋପାଳ ଦାସ ସ୍ମାରକୀ କଳା ମନ୍ଦିର (ଗଡମେକର)ର କଳାକାରମାନେ l

ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ବିଜୟ ଘଟଣା ଓ କାଞ୍ଚି ରାଜଜେମା ପଦ୍ମାବତୀଙ୍କ ସହ ଗଜପତିଙ୍କ ଶୁଭ ପରିଣୟ ହେଉଛି କାଞ୍ଚିକାବେରୀ ଗୀତିନାଟ୍ୟର ବିଷୟବସ୍ତୁ l ମୂଳ ରଚନା ଗଣକବି ଗୋପାଳ ଦାଶ l ରୂପାନ୍ତର ଓ ନିର୍ଦ୍ଦେଶନା ଗୁରୁଶ୍ରୀ ନଗେନ୍ ପରିଜା l ପରିଚାଳନା ଗଡମେକର୍ ନିର୍ଦ୍ଦେଶକ ସୁଶାନ୍ତ କୁମାର ପାଣି l 

ସଙ୍ଗୀତାଭିନୟରେ ସର୍ବଶ୍ରୀ ସୁଶାନ୍ତ କୁମାର ପାଣି, ଈପ୍ସାରାଣୀ ବେହେରା, ଗଙ୍ଗାଧର ପଣ୍ଡା, ଚିନ୍ମୟ ଦାସ, ସ୍ମୃତିପ୍ରିୟା ପ୍ରଧାନ, ଜଗବନ୍ଧୁ ନାୟକ, ଜୟଶ୍ରୀ ଧଳ, ପ୍ରସନ୍ନ ମିଶ୍ର, ସୁଶୀଲ ସେନ୍, ରୀତା ସେଠୀ, ପ୍ରଫୁଲ୍ଲ ନାୟକ ଓ ପ୍ରିୟଙ୍କା ବେହେରା।

ବାଦ୍ୟ ବର୍ଣ୍ଣାଳିରେ ସର୍ବଶ୍ରୀ ରବୀନ୍ଦ୍ର ମଲ୍ଲିକ, ଚୈତନ୍ୟ ଜେନା, ଅଜୟ ଜେନା, ଅକ୍ଷୟ ମଲ୍ଲିକ ଓ କୈଳାସ ସେଠୀ।ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ନଡ଼ିଆ ବାଡେଇ ଉଦଘାଟନ କରିଥିଲେ l

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

କୁମୁସି ସେବାଶ୍ରମ ରେ ପିତା ମାତା ସହ ଭାଗିତା ବୈଠକ ଅନୁଷ୍ଠିତ

masiha

ତୃତୀୟ ପର୍ଯ୍ୟାୟ ୧୧ ତମ କୃଷି ଜନଗଣନା ସମ୍ଭନ୍ଧିୟ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ

ଦୀର୍ଘସ୍ଥାୟୀ ଭିତ୍ତିଭୂମି ସହିତ ଗ୍ରାମୀଣ ସମୁଦାୟ କୁ ସଶକ୍ତ କରିବା ଉପରେ ତାଲିମ 

Sunil Chandra Nayak

Leave a Comment

error: Content is protected !!