ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦରଲୀପଡା ପ୍ରାଥମିକ ବିଦ୍ୟାଳୟରେ ଶୋଚନୀୟ ଅବସ୍ଥା ଗୋଟିଏ କୋଠରୀରେ ରୋଷେଇ, ଓ ପାଠପଢା

ଦରଲୀପଡା ପ୍ରାଥମିକ ବିଦ୍ୟାଳୟରେ ଶୋଚନୀୟ ଅବସ୍ଥା

ଗୋଟିଏ କୋଠରୀରେ ରୋଷେଇ, ଓ ପାଠପଢା

ଜୁନାଗଡ଼ ୨୭/୬ ( ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ପଞ୍ଚାୟତର ଦରଲିପଡ଼ା ପ୍ରାଥମିକ ବିଦ୍ୟାଳୟ ଏବେ ଶୋଚନୀୟ ଅବସ୍ଥା ରେ ରହିଛି । ଶ୍ରେଣୀ ଗୃହ ଅଭାବ ଥିବାରୁ ଛାତ୍ରଛାତ୍ରୀ ମାନେ ଦୟନୀୟ ଅବସ୍ଥାରେ ପାଠ ପଢୁଛନ୍ତି । ଶିକ୍ଷା ବିଭାଗ ମଧ୍ୟ ସବୁ ଜାଣି ଚୁପ ରହିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଦରଲିପଡ଼ା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୨୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ଏଥିରେ ୨ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି । ଆଗରୁ ଦୟନୀୟ ଅବସ୍ଥାରେ ରୋଷେଇ ଘର ଥିଲା । ବର୍ତ୍ତମାନ ଝଡ଼ବର୍ଷା ଯୋଗୁଁ ତାହା ଭାଙ୍ଗିଗଲା ।  ,ଏବେ ଭଙ୍ଗା ଦଦରା ଅବସ୍ଥାରେ  ପଡି ରହିଛି । ଯାହା ଫଳରେ ସେଠାରେ ରୋଷେଇ କରିବା ସମ୍ଭବ ନୁହେଁ ।ଏବେ ଗୋଟିଏ କୋଠରି ରେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ବେଳେ ଗୋଟିଏ କୋଠରୀରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢା ଯାଉଛି । ଗୋଟିଏ କୋଠରିରେ ୫ଟି ଶ୍ରେଣୀ ବସୁଥିବା ଯୋଗୁଁ ପାଠ ପଢ଼ାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଯେଉଁ ଗୋଟିଏ କୋଠରି ରେ ପାଠ ପଢା ହେଉଛି ସେଥିରେ ପାଣି ମଧ୍ୟ ଝରୁଛି । ଏପଟେ ବର୍ଷା ଋତୁ ଆସି ଯାଇ ଥିବାରୁ ସ୍କୁଲ ଭିତରକୁ ବିଭିନ୍ନ ପ୍ରକାର ବିଷଧର ସାପ ସ୍କୁଲ ଭିତରକୁ ପଶୁ ଥିବା ସ୍କୁଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।କାରଣ ବିଦ୍ୟାଳୟର ଚାରି ପଟେ ବିଭିନ୍ନ ପ୍ରକାର ଅନା ବନା ଓ ଭେଲୁଆ  ବଗିଚା ରହିଛି । ପଞ୍ଚାୟତ କତ୍ତୁପକ୍ଷଙ୍କୁ ମରାମତି  ପାଇଁ କହିଥିବା ବେଳେ ଚୁପ ରହିବା ନେଇ ସାଧାରଣରେ ଉଦବେଗର ବିଷୟ ହୋଇଛି । ତୁରନ୍ତ ସ୍କୁଲ ଓ ରୋଷେଇ ଗୃହ ନିର୍ମାଣ କରିବାକୁ ଅଭିଭାବକ ମାନେ ଦାବୀ କରିଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଧରତୀ ଆବାଙ୍କ ଶାଶ୍ଵତ ପ୍ରେରଣା କୁ ପ୍ରଣାମ ଜଣାଇ ଜନଜାତୀୟ ଗୌରବ ଦିବସ ପାଳନ ଅବସରେ ବିଜେପିର ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ବାଇକ ଦୁର୍ଘଟଣା ଘଟଣାରେ ହତ୍ୟା ଅଭିଯୋଗରେ ରାସ୍ତାରୋକ

masiha

ଡାକ ଉପଖଣ୍ଡ ବିଭାଗ ପକ୍ଷରୁ କେରଡ଼ାଗଡ଼ ଠାରେ ଡାକ ମେଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!