ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ରାଉରକେଲା ପକ୍ଷରୁ ଆନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଚାଲାଣ ଦିବସ ପାଳନ 

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ରାଉରକେଲା ପକ୍ଷରୁ ଆନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଚାଲାଣ ଦିବସ ପାଳନ 

ରାଉରକେଲା:ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ରାଉରକେଲା ପକ୍ଷରୁ ଆନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଚାଲାଣ ଦିବସ ପାଳନ ହୋଇଯାଇଛି । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା-ଏନ୍‌ଏସ୍‌ଏସ୍‌, ଯୁବ ରେଡ୍‌କ୍ରସ- ୱାଇଆର୍‌ସି ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ – ଏନ୍ ସି ସି ଶାଖା ପକ୍ଷରୁ ମିଳିତଭାବେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସଙ୍ଗଠନ ସହଯୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଏନ୍‌ଏସ୍‌ଏସ୍‌ର ସଂଯୋଜକ ଅଧ୍ୟାପକ ସମୀର ସୌରଭ ପୃଷ୍ଟି ଓ ସଂଯୋଜିକା ଅଧ୍ୟାପିକା ରାମେଶ୍ୱରୀ ଭୋଇ, ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଅଧିକାରୀ ଅଶୋକ ମିଞ୍ଜ, ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡ ସ୍ମୃତି ସ୍ନିଗ୍ଧା ମିଶ୍ର, ଏନ୍‌ସିସିର ଭାରପ୍ରାପ୍ତ ଅଧିକାରୀ କ୍ୟାପ୍‌ଟେନ୍‌ ମୀନା ଦାସ ପ୍ରମୁଖ ପରିଚାଳନା ଓ ସଂଯୋଜନା କରିଥିଲେ । 

ପ୍ରଫେସର ଡ ବେହେରା କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ଦେଇ ନିଷିଦ୍ଧ ଔଷଧ ବା ବିଭିନ୍ନ ପ୍ରକାରର ନିଶା ସେବନ ବିଷୟରେ ଆମେ ପ୍ରାୟ ସମସ୍ତେ ଅଳ୍ପ ବହୁତେ ଅବଗତ ଅଛନ୍ତି ବୋଲି କହିବା ସହ ଯୁବ ପିଢ଼ି ବିଶେଷ କରି ଛାତ୍ରଛାତ୍ରୀମାନେ ଏ ନେଇ ସଚେନନ ହେବାକୁ ଆହ୍ବାନ ଦେଇଥିଲେ । ଏଥିରେ ସ୍ବତନ୍ତ୍ର ବକ୍ତାଭାବେ ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟାଳୟରୁ ଆସିଥିବା ବି କେ ରାଜୀବ ବିଭିନ୍ନ ନିଶାଦ୍ରବ୍ୟର ମାତ୍ରାଧିକ ଚୋରାଚାଲାଣ ଅନ୍ତର୍ଜାତିକ କ୍ଷେତ୍ରରେ ଏକ ସମାନ୍ତରାଳ ଅର୍ଥନୀତି, ଯୁଦ୍ଧର ଘନଘଟା, ଅନୈତିକ ବେପାର, ଅପରାଧ ଦୁନିଆ ଓ ପ୍ରକାରାନ୍ତରେ ମାନବ ସମାଜ ପାଇଁ ଗୁରୁତର ସଙ୍କଟ ସୃଷ୍ଟି କରିଛି ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସଭାପତି- ସ୍ବରୂପ ପାଣିଗ୍ରାହୀ ଯୋଗଦେଇ ନିଷିଦ୍ଧ ଔଷଧ ପ୍ରସାର ଏବଂ ବ୍ୟବହାର ବନ୍ଦ ପାଇଁ ଜନସାଧାରଣ ଓ ବ୍ୟବହାରକାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସମ୍ପର୍କରେ କହିଥିଲେ । ଶ୍ରୀ ପୃଷ୍ଟି ପ୍ରତିବର୍ଷ ଜୁନ୍‌ ୨୬ ତାରିଖକୁ ‘ଅନ୍ତର୍ଜାତୀୟ ନିଷିଦ୍ଧ ଔଷଧ ଅପବ୍ୟବହାର ଓ ଏହାର ଚୋରାଚାଲାଣ ଦିବସ’ ବା ‘ନିଷିଦ୍ଧ ଔଷଧ ଦିବସ’ ଭାବରେ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀମତୀ ଭୋଇ ଦିବସ ପାଳନର ଚଳିତବର୍ଷର ପ୍ରସଙ୍ଗ ‘ତଥ୍ୟ ପ୍ରମାଣ ପ୍ରାଞ୍ଜଳ ଅଟେ : ଏହାର ପ୍ରତିଷେଧକ ପାଇଁ ଅର୍ଥ ବିନିଯୋଗ ଜରୁରୀ’ ସମ୍ପର୍କରେ ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଓଡ଼ିଶା କ୍ରାଇମ ବ୍ରାଞ୍ଚ୍‌ର ଅଧିକାରୀ ଉମେଶ ଚନ୍ଦ୍ର ବେହେରା ଯୋଗଦେଇ ଦିବସ ପାଳନର ବିଭିନ୍ନ ଆଇନଗତ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟ ତମ ଅତିଥିଭାବେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସମ୍ପାଦକ ପ୍ରକାଶ ପାଢ଼ୀ ଓ ବ୍ରହ୍ମାକୁମାରୀ ମଧୁ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ବିଭିନ୍ନ ବର୍ଗର ୩୧୨ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜନ୍ମ ମାଟିରେ ଇଂ.ସୁରଜ୍ କୁମାର ବେହେରା ସମ୍ବର୍ଦ୍ଧିତ

masiha

Rotary Club of Rourkela Steel City Organizes Inspiring Teachers’ Training Seminar at DAV Public School

Sunil Chandra Nayak

ଆଞ୍ଜୁଳାଏ ଫୁଲ’ କବିତା ସଂକଳନ ଲୋକାର୍ପିତ 

masiha

Leave a Comment

error: Content is protected !!