ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲିରେ ଗୃହ ତାଳିକା ଓ ଗୃହ ଗଣନା ଆରମ୍ଭ 

ସିନାପାଲିରେ ଗୃହ ତାଳିକା ଓ ଗୃହ ଗଣନା ଆରମ୍ଭ 

ସିନାପାଲି :୧୮ /0୪- ସ୍ୱୟଂଗଣନ ପ୍ରକ୍ରିୟା ଶେଷ ହେବା ପରେ ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟ ଅନୁଯାୟୀ ଗୃହ ତାଲିକା ଓ ଗୃହ ଗଣନା କାର୍ଯ୍ୟ ସିନାପାଲି ବ୍ଲକ ଅଂଚଳରେ ଆରମ୍ଭ ହୋଇଯାଇଛି l ବ୍ଲକ ଇନାଚାର୍ଜ ଅଫିସର ସିନାପାଲି ତହସିଲଦାରଙ୍କ ତତ୍ୱାବଧାନରେ ମୋଟ 204.. ଜଣ ଗଣନାକାରୀ ଓ….34…. ଜଣ ପର୍ଯ୍ୟବେକ୍ଷକ ଏହି ରାଷ୍ଟ୍ର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଆପତ୍ତକାଲିନ ସୁବିଧା ପାଇଁ ପ୍ରାୟ ୧୦ ପ୍ରତିଶତ କର୍ମଚାରୀ ରିଜର୍ଭ ରହିଥିବା ଜଣାପଡିଛି l ଗଣନାକାରୀ ମାନେ ନିଜ ନିଜ କ୍ଷେତ୍ର ଅନ୍ତର୍ଗତ ଘରଘର ବୁଲି ପ୍ରଥମେ ଜନଗଣନା ଘର ଚି଼ହ୍ନଟ କରୁଛନ୍ତି l ଏହା ପରେ ନିର୍ଦ୍ଧାରିତ ପ୍ରାୟ ୩୩ ଟି ପ୍ରଶ୍ନ ମାଧ୍ୟମରେ ପ୍ରତି ପରିବାରର ବିବରଣୀ ସଂଗ୍ରହ କରିବେ ବୋଲି ଜଣାପଡିଛି l ଦେଶର ଜନଗଣନାର ଏହି ମହାନ ଓ ଜରୁରୀ କାର୍ଯ୍ୟରେ ସମସ୍ତେ ସହଯୋଗ କରିବାର ଆବଶ୍ୟକତା ରହିଛି l

Related posts

ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ଜୟନ୍ତି ପାଳନ 

Sunil Chandra Nayak

ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ଛେଣ୍ଡରେ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ଦାବି

Sunil Chandra Nayak

୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!