ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଶ୍ରୀ ରେଣୁ ବିଶି ପାଇବେ ଜାତୀୟ ଶିଶୁ କଳାକାର ବୃତ୍ତି ସମ୍ମାନ  

ସୁଶ୍ରୀ ରେଣୁ ବିଶି ପାଇବେ ଜାତୀୟ ଶିଶୁ କଳାକାର ବୃତ୍ତି ସମ୍ମାନ  

ଭବାନୀପାଟଣା ଟିଭି ସେଣ୍ଟର୍ ପଡ଼ାର ସୁଶ୍ରୀ ରେଣୁ ବିଶି ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନସ୍ଥ ସିସିଆରଟି ତରଫରୁ ଜାତୀୟ ଶିଶୁ କଳାକାର ବୃତ୍ତି ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି। ରେଣୁ ବିଶି ସକ୍ଷମ ନୃତ୍ୟ ଏକାଡେମୀ ରେ ଗୁରୁଶ୍ରୀ ଲିପ୍ସା ରାଣୀ ବାରିକ ଙ୍କ ଠାରୁ ନୃତ୍ୟ ପ୍ରଶିକ୍ଷଣ ନେଉଛନ୍ତି , ସରସ୍ୱତୀ ଶିଶୁ ମନ୍ଦିର ବାଲାଜୀ ବିହାର ର ଅଷ୍ଟମ ଶ୍ରେଣୀ ର ଛାତ୍ରୀ ,ଶ୍ରୀ ଯୋଗେଶ୍ୱର ବିଶି ଓ ରେବତୀ ବିଶି ଙ୍କ ସୁପୁତ୍ରୀ। ଗୁରୁ ଲିପ୍ସା ରାଣୀ ବାରିକଙ୍କ ଠାରୁ ଲୋକନୃତ୍ୟ ପ୍ରଶିକ୍ଷଣ ନେଇ ଏହି ସମ୍ମାନ ପାଇବା ପାଇଁ ଚୟନ ହୋଇଛନ୍ତି। ରେଣୁ ବିଶି କଳାହାଣ୍ଡିର ଲୋକନୃତ୍ୟ ରେ ୭ ବର୍ଷ ପର୍ଯ୍ୟନ୍ତ ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିବେ।ରେଣୁ ବିଶି ଏହି ବୃତ୍ତି ପାଇଲା ପରେ ଜିଲ୍ଲାରେ ଖୁସିର ଲହର ଖେଳିଯାଇଛି। ଏହା ସହ ତାଙ୍କ ପରିବାର ସହ , ଵିଶିଷ୍ଟ ନାଟ୍ୟକାର ପରମେଶ୍ୱର ମୁଣ୍ଡ , ବିଶିଷ୍ଟ ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା , ସମାଜସେବୀ ଆଲୋକ କୁମାର ସାହୁ ,ଗୁରୁ ସଙ୍ଗୀତା ରାଉତ ,ଗୌରୀଶଙ୍କର ଦୁର୍ଗା, ଜନ୍ମେଜୟ ନାଏକ ଅଭିନନ୍ଦନ ଜଣାଇଥିଲେ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ 

Sunil Chandra Nayak

ଧରାକୋଟ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା,ଚାଷୀ ତରତର

ଲାଇଟ ହାଉସ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ

masiha

Leave a Comment

error: Content is protected !!