ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ପ୍ରବାଦପୁରୁଷ ଦିବସ ପାଳନ 

ଧରାକୋଟ ରେ ପ୍ରବାଦପୁରୁଷ ଦିବସ ପାଳନ 

ଆସିକା,୧୭/୪/୨୬ (ଶିବ ଶଙ୍କର ମିଶ୍ର ) ଓଡ଼ିଆ ଜାତିର ସ୍ୱାଭିମାନୀ ଜନନାୟକ,ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ,ପ୍ରବାଦ ପୁରୁଷ,ଝଡ଼ର ଇଗଲ,ଦେଶର ବରପୁତ୍ର,ବିକାଶର ସାରଥୀ ଓ ଇଣ୍ଡୋନେସିଆ ର ଭୂମିପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ 29 ତମ ତିରୋଧାନ ଦିବସ ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ରେ ପାଳନ କରାଯାଇଛି । ଏହି ଅବସରରେ ବଲ୍ମିକେଶ୍ୱର ଅନାଥ ଆଶ୍ରମ ପରିସରରେ ସ୍ୱର୍ଗତ ଜନନାୟକ ବିଜୁ ପଟ୍ଟନାୟକ ଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପଦାନ କରାଯାଇଥିଲା । ଅନାଥ ଆଶ୍ରମ ପରିସରରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ, ଧରାକୋଟ ସରପଞ୍ଚ ପୁନିଆ ଦାସ, ସମିତି ସଭ୍ୟ ଦୟାନିଧି ପ୍ରଧାନ, ପୂର୍ବତନ ଉପାଧ୍ୟକ୍ଷ ବଲବନ୍ତ ସିଂହ,ପୂର୍ବତନ ସରପଞ୍ଚ ଦିଲିପ ସ୍ୱାଇଁ, କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ବିପିନ ବିହାରୀ ସ୍ୱାଇଁ,ସୁନିଲ ଗୌଡ଼, ଅରବିନ୍ଦ ପଟ୍ଟନାୟକ,ମୀନ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। କାଳଜୟୀ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ଚାରଣ ପରେ ଅନାଥ ଆଶ୍ରମ ଅନ୍ତେବାସୀ ମାନଙ୍କୁ ଅତିଥିମାନେ ଫଳ ବଣ୍ଟନ କରିଥିଲେ ।

Related posts

କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

Sunil Chandra Nayak

ଶ୍ରଦ୍ଧା ରେ ଇର୍ଣ୍ଟନସିଭ୍ ବିଦ୍ୟାର୍ଥୀ ଙ୍କୁ ସାର୍ଟିଫିକେଟ ପ୍ରଦାନ ସମାରୋହ

Sunil Chandra Nayak

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ୍ ପ୍ରଦାନ ଶିବିର ଉଦଯାପିତ 

masiha

Leave a Comment

error: Content is protected !!