ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣଧୀନ ରାସ୍ତା କାର୍ଯ୍ୟ କୁ ଜମି ମାଲିକାନା ଓ କ୍ଷତିପୂରଣ ଦାବି କରି ବନ୍ଦ କଲେ, ଫେରିଗଲେ ପ୍ରଶାସନିକ ଅଧିକାରୀ

ନିର୍ମାଣଧୀନ ରାସ୍ତା କାର୍ଯ୍ୟ କୁ ଜମି ମାଲିକାନା ଓ କ୍ଷତିପୂରଣ ଦାବି କରି ବନ୍ଦ କଲେ, ଫେରିଗଲେ ପ୍ରଶାସନିକ ଅଧିକାରୀ

କୋକସରା ବ୍ଲକ ଜାତୀୟ ରାଜପଥ ୨୬ ବୋବରିଆ ଛକ ରୁ ଡେଙ୍ଗାଗୁଡା ମହିମା ପର୍ଯ୍ୟନ୍ତ ସଂଯୋଗ କରୁଥିବା ୬.୧୭୦ କିମି ରାସ୍ତା ପାଇଁ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜୈନିକ ଠିକାସଂସ୍ଥା କାର୍ଯ୍ୟାଦେଶ ପାଇ କାର୍ଯ୍ୟ ସମ୍ପାଦନ କରିଥିଲେ। ତେବେ ବୋବରିଆ ରୁ ଡେଙ୍ଗାଗୁଡା ଗାଁ ମଝିରେ ଥିବା ପାଖାପାଖି ୩୦୦ ମିଟର ରାସ୍ତା କୁ ସ୍ଥାନୀୟ ବୋବରିଆ ଗ୍ରାମର ସ୍ବର୍ଗତ ରାମନାଥ ଦଳପତି ଙ୍କ ପୁଅ ମାନେ ନିଜର ମାଲିକାନା ହକ ଥିବା ନେଇ ରାସ୍ତା ନିର୍ମାଣ କାର୍ଯ୍ୟ ସମୟରୁ କ୍ଷତିପୂରଣ ଦାବି କରି ବନ୍ଦ କରି ରଖିଛନ୍ତି। ରାସ୍ତା ନିର୍ମାଣ ଅବରୋଧ କରିବା ପରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋକସରା ତହସିଲ କାର୍ଯ୍ୟାଳୟ ରେ ଲିଖିତ ଭାବେ ଅଭିଯୋଗ କରିବା ସହ ରାସ୍ତା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିବାକୁ ବିଭାଗୀୟ ଚିଠି ଲେଖିଥିଲେ। ଘଟଣା ର ତଦନ୍ତ କରି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଧର୍ମଗଡ଼ ଉପ ଜିଲ୍ଲାପାଳ ଙ୍କୁ ଏନେଇ ଅବଗତ କରାଇବା ପରେ ତହସିଲଦାର ଙ୍କ ରିପୋର୍ଟ କୁ ଆଧାର କରି ଉପ ଜିଲ୍ଲାପାଳ ଧର୍ମଗଡ଼ ପକ୍ଷରୁ ଦିର୍ଘ ୫୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି ରାସ୍ତା ସର୍ବ ସାଧାରଣ ଙ୍କ ଯାତାୟାତ ପାଇଁ ରହିଛି। ଏଣୁ କୌଣସି ସର୍ଵ ସାଧାରଣ ରାସ୍ତା ନିର୍ମାଣ ରେ କୌଣସି ବ୍ୟକ୍ତି ଅବରୋଧ କରି ପାରିବେ ନାହଁ ଓ ଯଦି କରନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାସହ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ଠିକାସଂସ୍ଥା ପକ୍ଷରୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଆମପାଣି ଆଇଆଇସି ଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ଓ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ସୁରେଶ ବରିହା ଙ୍କ ଉପସ୍ଥିତି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଆସିଥିବା ବେଳେ ଜମି ମାଲିକାନା ଓ ପ୍ରଶାସନ ପକ୍ଷରୁ ଲିଖିତ ଭାବେ କ୍ଷତିପୂରଣ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଦେବୁ ନାହିଁ ବୋଳି ରାସ୍ତା ନିର୍ମାଣ ସାମଗ୍ରୀ ନେଇ ଆସିଥିବା ଭାରିଯାନ ଆଗରେ ମାଲିକାନା ଦାବି କରୁଥିବା ପିତାମ୍ବର ଦଳପତି, ହିମାଦ୍ରୀ ଦଳପତି,ଯୋଗୀନ୍ଦ୍ର ଦଳପତି ଓ ତାଙ୍କ ପରିବାର ର ମହିଳା ପିଲାଛୁଆ ବସି ପଡ଼ିଥିଲେ। ଉପସ୍ଥିତ ଅତିରିକ୍ତ ତହସିଲଦାର ଶ୍ରୀ ଜେନା , ଆମପାଣି ଆଇଆଇସି ବିଜୟଲକ୍ଷ୍ମୀ ହିକକ୍କା ଓ ବିଭାଗୀୟ ଯନ୍ତ୍ରୀ ଶ୍ରୀ ବରିହା ପରିବାର ଲୋକ ଙ୍କୁ ବୁଝାଇବା ସତ୍ତ୍ୱେ ମଧ୍ୟ ସେମାନେ ନିଜ ଜିଦ ରେ ଅଡ଼ି ବସିଥିବାରୁ ଶେଷରେ ରାସ୍ତା ନିର୍ମାଣ କାର୍ଯ୍ୟ ଅଧ ପହନ୍ତରିଆରେ ଛାଡି ପ୍ରଶାସନିକ ଅଧିକାରୀ ଓ ପୁଲିସ ଟିମ ଫେରି ଯାଇଥିଲେ। ତେବେ ଏନେଇ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ ଙ୍କ ପ୍ରତିକ୍ରିୟା ନେବାରୁ ମାଲିକାନା ଥିବା ବ୍ୟକ୍ତି ଙ୍କ ସହ ଆଲୋଚନା ଜାରି ରହିଛି, ଶୀଘ୍ର ରାସ୍ତା ନିର୍ମାଣ ପାଇଁ ସମାଧାନ କରିବାକୁ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପୂର୍ବତନ ପ୍ରଧାନଶିକ୍ଷକ ଖଗେନ୍ଦ୍ର ସାର୍ ଙ୍କ ପରଲୋକ

Sunil Chandra Nayak

“ସେବା ପାଇଁ ଖୋଲିଲା ଆରୋଗ୍ୟ ମନ୍ଦିର, କିନ୍ତୁ ଚିକିତ୍ସା ପାଇଁ ଘୁରୁଛନ୍ତି ଲୋକ”

Sunil Chandra Nayak

ତେରେସିଂହା ବିରାଟ ପର୍ବ: ଗୋଧନ ହରଣ ଓ ଅର୍ଜୁନ ଙ୍କ ଦଶନାମ ମଞ୍ଚସ୍ଥ

Sunil Chandra Nayak

Leave a Comment

error: Content is protected !!