ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ ଲେଫ୍ରିପଡ଼ା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ସୁନ୍ଦରଗଡ ଲେଫ୍ରିପଡ଼ା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ସୁନ୍ଦରଗଡ଼ ୬/୭, ଲେଫ୍ରିପଡ଼ା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ପଂଚାୟତ ସମିତି ସଭାକକ୍ଷରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। 

    ମୋଟ ୬୩ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା। ସେଥିମଧ୍ୟରୁ ୩୫ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨୮ଟି ସାମୁହିକ ଅଭିଯୋଗ ରହିଥିଲା। ଏଥିମଧ୍ୟରୁ ୧୨ଗୋଟି ଅଭିଯୋଗର ତତକ୍ଷଣାତ ସମାଧାନ କରାଯାଇଥିଲା। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଥିିକ ସହାୟତା ପାଇଁ ୧୨ ଜଣ ବ୍ୟକ୍ତି ଆବେଦନ କରିଥିଲେ। ଆସିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା। 

       ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁରଂଜନ ସାହୁ, ଉପଜିଲ୍ଲାପାଳ ସଦର ତେଜସ୍ଵୀନି ବେହେରା, ସିଡିଏମ୍ଓ ଡାକ୍ତର ସୁରେଶ ଚନ୍ଦ୍ର ମହାନ୍ତି , ଗୋଷ୍ଠି ଉନ୍ନୟନ ଅଧିକାରୀ ଅତସୀ ପରିଡ଼ାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସୁରୁ ମୁଣ୍ଡାଙ୍କୁ କେବେ ମିଳିବ ବିଦ୍ୟୁତ ସେବା ?

masiha

ରାଇରଙ୍ଗପୁରରେ ଗଜାନନ ବେଶରେ ଦର୍ଶନ ଦେଲେ ସାଆନ୍ତେ 

masiha

ଭୁବନେଶ୍ଵର ରେ ଆୟୋଜିତ ହେବ ୧୭ତମ ଆନନ୍ଦ ଉତ୍ସବ ଓ ଆନନ୍ଦ ଶ୍ରୀ ସମ୍ମାନ ସମାରୋହ

masiha

Leave a Comment

error: Content is protected !!