ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଧୋଇବା ସମୟରେ କୋଏଲ ନଦୀରେ ଯୁବକ ବୁଡ଼ିଗଲେ

ଗାଧୋଇବା ସମୟରେ କୋଏଲ ନଦୀରେ ଯୁବକ ବୁଡ଼ିଗଲେ

ରାଉରକେଲା ୬/୭, ଆଜି ଅପରାହ୍ନରେ ରାଉରକେଲାର କୋଏଲ ନଦୀରେ ଜଣେ ଯୁବକ ତାଙ୍କ ବନ୍ଧୁମାନଙ୍କ ସହିତ ଗାଧୋଇବା ସମୟରେ ବୁଡ଼ି ଯାଇଥିବା ସୂଚନା ମିଳିଛି। ମୃତକଙ୍କ ନାମ ମହମ୍ମଦ ଆସିଫ୍ ଅହମ୍ମଦ ଏବଂ ସେ ସେକ୍ଟର-୧୯ ସ୍ଥିତ ଆଜାଦ ବସ୍ତିର ରହୁଥିବା ବୋଲି ଚିହ୍ନଟ କରାଯାଇଛି।ଅପରାହ୍ନରେ କୋଏଲ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

     ସୂଚନା ଅନୁସାରେ, ଯୁବକ ଜଣକ ଦୁଇରୁ ତିନି ଜଣ ବନ୍ଧୁଙ୍କ ସହିତ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ଲଗାତାର ବର୍ଷା ଯୋଗୁଁ ନଦୀରେ ପ୍ରବଳ ସ୍ରୋତ ପ୍ରବାହିତ ହେଉଥିଲା। ଗାଧୋଇବା ସମୟରେ ସେ ପ୍ରଚଣ୍ଡ ସ୍ରୋତରେ ଭାସି ଯାଇଥିଲେ। ତାଙ୍କ ବନ୍ଧୁମାନେ ପାଟି କରିବାରୁ, ପାଟି ଶୁଣି ସ୍ଥାନୀୟ ଲୋକମାନଙ୍କ ସମେତ ଅଗ୍ନିଶମ ସେବା ଦଳ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ପାଇପାରି ନଥିଲେ। ସୋମବାର ଯୁବକଙ୍କୁ ନଦୀରୁ ବାହାର କରାଯାଇଥିଲା ଏବଂ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। 

      ଡାକ୍ତରଖାନାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାଇ ଖେଳାଇ ଦେଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶୋଚନୀୟ ଅବସ୍ଥାରେ ଖଇରା ଦମକଳ ଅଫିସ୍ ରାସ୍ତା, କେବେ ପଡିବ ପ୍ରଶାସନର ଦୃଷ୍ଟି

Sunil Chandra Nayak

ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର ପକ୍ଷରୁ ୧୯ତମ ସ୍ଵନକ୍ଷତ୍ର ଉତ୍ସବ ଓ ଓଡିଶା ପ୍ରତିଭା ସମ୍ମାନ ୨୦୨୬ ପ୍ରଦାନ

Sunil Chandra Nayak

ବଣି ଜରାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲି ଉଦ୍ଘାଟିତ ଦୂର ହେବ କୃଷକଙ୍କ ସମସ୍ୟା ଉପକୃତ ହେବେ ୫ଶହରୁ ଅଧିକ ଚାଷୀ

Sunil Chandra Nayak

Leave a Comment

error: Content is protected !!