ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୭ତମ ବନ ମହୋତ୍ସବରେ ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଓ୍ବେଲଫେୟାର ଆସୋସିଏସନ ପକ୍ଷରୁ ବୃକ୍ଷରୋପଣ

୭୭ତମ ବନ ମହୋତ୍ସବରେ ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଓ୍ବେଲଫେୟାର ଆସୋସିଏସନ ପକ୍ଷରୁ ବୃକ୍ଷରୋପଣ

ରାଉରକେଲା ୬/୭, ୭୭ତମ ବନ ମହୋତ୍ସବ ଅବସରରେ ଛେଣ୍ଡ କଳିଙ୍ଗବିହାର ସ୍ଥିତ ଉମାଶଙ୍କର ପୀଠ ପରିସରରେ ରାଉରକେଲାର ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଓ୍ବେଲଫେୟାର ଆସୋସିଏସନ ତରଫରୁ ବନମହୋତ୍ସବ ପାଳନ କରାଯାଇଥିଲା l ସଭାପତି ବିଶ୍ୱମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ଓ ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତଙ୍କ ସଂଯୋଜନାରେ ପୀଠ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା l ସାଧାରଣ ସମ୍ପାଦକ ଡ଼କ୍ଟର ଦତ୍ତ ସମସ୍ତଙ୍କୁ ସ୍ୱାଗତ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁରୋଧ କରିଥିଲେ l ଭଞ୍ଜ କଲଚରାଲ ଟ୍ରଷ୍ଟର ସାଧାରଣ ସମ୍ପାଦକ ରାଧାକୃଷ୍ଣ ମହାପାତ୍ର ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ, ଉତ୍ତପ୍ତ ବିଶ୍ୱର ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତିରେ ବୃକ୍ଷ ରୋପଣ ଏକ ମାତ୍ର ବିକଳ୍ପ ବୋଲି ଆହ୍ୱାନ ଦେବା ସହ ଆସୋସିଏସନର ଏଇଭଳି ଗୁଣାତ୍ମକ ସାମାଜିକ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ l କାର୍ଯ୍ୟକ୍ରମରେ ପୂର୍ବତନ ପୋଲିସ ଅଫିସର୍ସ ଓ୍ବେଲଫେୟାର ଆସୋସିଏସନର ଗୟାଧର ବାରିକ, ପ୍ରମୋଦ ବେହେରା, କୀର୍ତ୍ତନ ସାମଲ, ପଞ୍ଚାନନ ବିଶ୍ୱାଳ, ବ୍ରହ୍ମାନନ୍ଦ ମହାନ୍ତି ଓ ଅନ୍ୟମାନେ ଯୋଗ ଦେଇଥିଲା ବେଳେ ମନ୍ଦିର କମିଟିର ରାଜୀବ ଜ୍ୟୋତିଷ, ନବ କୁମାର ଦାସ, ଅନୁପ ଦାସ , ରାଜେନ୍ଦ୍ର ରଥ, ସୁଦାମ ସାହୁ ଓ ମହିଳା ବାହିନୀ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ l ବନବିଭାଗ ତରଫରୁ ବିନାମୂଲ୍ୟରେ ବିଭିନ୍ନ ପ୍ରକାର ଗଛ ଯୋଗାଇ ଦିଆଯିବା ସହ ସହଯୋଗ କରାଯାଇଥିଲା l ଶେଷରେ କାର୍ଯ୍ୟକାରୀ ସଭାପତି ଯଦୁମଣି ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଆସୋସିଏସନ ତରଫରୁ ଆଗାମୀ ଦିନରେ ଆହୁରି ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରକାଶ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଆଲୁମିନାରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

masiha

ଲାଞ୍ଜିଗଡ଼ ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଏମ. ଚନ୍ଦ୍ରଶେଖର ସଭାପତି : କିଶୋର ପେସନିଆ ସାଧାରଣ ସଂପାଦକ

Sunil Chandra Nayak

ରାସୋଳ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପନୀ ସମାରୋହ

masiha

Leave a Comment

error: Content is protected !!