ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରିପ୍ରୁରାରୁ ଆସିଲା ସେନା କର୍ମଚାରୀଙ୍କ ମୃତ ଦେହ;ରାଇବାଡି ଗ୍ରାମରେ ବିଏସଏଫ ସେନା ତରଫରୁ ଗାର୍ଡ ଅଫ ଅନର୍ ; ପଞ୍ଚଭୂତ ରେ ଲୀନ ହେଲେ ବୀର ସୈନିକ; ତିରିଂ ଅଞ୍ଚଳରେ ଶୋକାକୁଳ ପରିବେଶ

. ତ୍ରିପ୍ରୁରାରୁ ଆସିଲା ସେନା କର୍ମଚାରୀଙ୍କ ମୃତ ଦେହ;ରାଇବାଡି ଗ୍ରାମରେ ବିଏସଏଫ ସେନା ତରଫରୁ ଗାର୍ଡ ଅଫ ଅନର୍ ;

ପଞ୍ଚଭୂତ ରେ ଲୀନ ହେଲେ ବୀର ସୈନିକ; ତିରିଂ ଅଞ୍ଚଳରେ ଶୋକାକୁଳ ପରିବେଶ

ମୟୂରଭଂଜ – ୧୫/୦୯ — ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଲୁପୁଙ୍ଗ ପଞ୍ଚାୟତର ରାଇବାଡି ଗ୍ରାମର ସୁଯୋଗ୍ୟ ସନ୍ତାନ ଲାଲୁ ମୁର୍ମୁ ତ୍ରିପୁରା ରେ ବିଏସଏଫ ରେ କନଷ୍ଟେବଳ ଚାକିରୀ କରୁଥିବା ସମୟରେ ଦେହ ଅସୁସ୍ଥତା ଯୋଗୁଁ ୧୩/୦୯/୨୫ଶନିବାର ଦିନ ଦେହାନ୍ତ ହୋଇଥିଲା ।ଆଜି ସୋମବାର ଦିନ ଲାଲୁ ମୁର୍ମୁଙ୍କ ମୃତ ଦେହକୁ ବିଏସଏଫ ତରଫରୁ ତାଙ୍କ ପୈତୃକ ଗ୍ରାମ ରାଇଵାଡି ଗ୍ରାମକୁ ଅଣାଯାଇଥିଲା ।ଗାଁରେ ମୃତ ଲାଲୁଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ।ତାଙ୍କର ଘରେ ଦୁଇ ଦିନ ହେଲା ଚୁଲି ଜଳୁ ନାହିଁ ।ପତ୍ନୀ ସୁନିତା ପତିଙ୍କ ମୃତ୍ୟୁ ଖବର ପାଇ ଭାଙ୍ଗି ପଡିଥିବାବେଳେ ଘଣ୍ଟାକୁ ଘଣ୍ଟା ଚେତାଶୂନ୍ଯ ହୋଇ ପଡ଼ୁଛନ୍ତି ।ତାଙ୍କର ୧୧ ବର୍ଷୀୟ‌ ପୁଅ ସୋମାଇ ଏବଂ ୩ ବର୍ଷୀୟ ଶିଶୁକନ୍ୟା କାନ୍ଦି କାନ୍ଦି ଧୂଳିରେ ଗଡ଼ି ଯାଉଛନ୍ତି ।ଗାଁରେ ଶୋକାକୂଳ ପରିବେଶ ହୋଇଛି ।ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ବୀର ସୈନିକ ଲାଲୁ ମୁର୍ମୁ ଅମର ରହେ ନାରାରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ ।ପରେ ଗାଁ ଶ୍ମଶାନରେ ଵିଏସଏଫ ସେନା ତରଫରୁ ଗାର୍ଡ ଅଫ୍ ଅନର୍ ତାଙ୍କୁ ଦିଆଯାଇଥିଲା ।ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ଓ ପଞ୍ଚଭୁତରେ ଲୀନ ହେଲେ ଵୀର ସୈନିକ । ଏହି କାର୍ଯ୍ଯକ୍ରମରେ ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ,ପ୍ରାକ୍ତନ ଅଧ୍ୟକ୍ଷ ବଳଦେବ ହେମ୍ବ୍ରମ, ଜିଲ୍ଲାପରିଷଦ ସଦସ୍ୟ ପରେଶ ମୁଣ୍ଡା, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ବଳଦେବ ହେମ୍ବ୍ରମ,ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଜେନାମଣି ଷୁଣ୍ଢି, ସମାଜସେବୀ ପାର୍ଥ ସାରଥି ଷଡ଼ଙ୍ଗୀ ଏବଂ ଵହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ଵୀର‌ସୈନିକଙ୍କ ଶରୀରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରଶାସନ ତରଫରୁ ତିରିଂ ବିଡ଼ିଓ ଭାଗବତ ପ୍ରସାଦ ମହାପାତ୍ର, ତହସିଲଦାର ଏବଂ ତିରିଂ ଥାନାଧିକାରୀ ପ୍ରଶାନ୍ତ ଯେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ କରାଇଥିଲେ ।

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଙ୍କଡ଼ାହାଡ଼ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନା ସୂଚନା ଫଳକରେ କାର୍ଯ୍ୟ

Sunil Chandra Nayak

ରଥଯାତ୍ରା-୨୦୨୬ ଉପଲକ୍ଷେ  ସଂସ୍କୃତିଜ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ବୈଠକ 

Sunil Chandra Nayak

ଡାବୁଗାଁରେ ବରିଷ୍ଠ ନାଗରିକ ଦିବସ -୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!