ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

_ରାଜ୍ୟ କାର୍ଯ୍ୟାଳୟରେ ୧୩୬ତମ ଆମ୍ବେଦକର ଜୟନ୍ତୀ ପାଳନ_ ବାବାସାହେବଙ୍କ ଆଦର୍ଶକୁ ବାସ୍ତବରେ କାର୍ଯ୍ୟକାରୀ କରିଛି ବିଜେପି ସରକାର: ମୋହନ ଚରଣ ମାଝୀ

_ରାଜ୍ୟ କାର୍ଯ୍ୟାଳୟରେ ୧୩୬ତମ ଆମ୍ବେଦକର ଜୟନ୍ତୀ ପାଳନ_

ବାବାସାହେବଙ୍କ ଆଦର୍ଶକୁ ବାସ୍ତବରେ କାର୍ଯ୍ୟକାରୀ କରିଛି ବିଜେପି ସରକାର: ମୋହନ ଚରଣ ମାଝୀ

ବ୍ୟକ୍ତି ବଡ ନୁହେଁ, ଦେଶ ଓ ସମ୍ବିଧାନ ବଡ଼: ମନମୋହନ ସାମଲ 
 ସାମ୍ବିଧାନିକ ବ୍ୟବସ୍ଥା ଯୋଗୁ ଭାରତ ବିଶ୍ୱରେ ଏକ ଆଦର୍ଶ ଦେଶ ହେବା ସହ ଆଗାମୀ ଦିନରେ ବିଶ୍ୱଗୁରୁ ହେବା ପାଇଁ ଅଗ୍ରସର ହେଉଛି
ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି
 ଓଡ଼ିଶାର ମହାପୁରଷ ଏବଂ ବାବାସାହେବଙ୍କ ଫଟୋ ଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଉଦ୍‌ଘାଟନ କରିବା ସହ ପଣା ସଂକ୍ରାନ୍ତି ଉପଲକ୍ଷେ ପଣା ବଂଟନ କରିଥିଲେ 

ଭୁବନେଶ୍ୱର, ତା.୧୪/୦୪: ଭାରତୀୟ ସମ୍ବିଧାନର ପ୍ରଣେୟତା ଭାରତରତ୍ନ ବାବାସାହେବ ଡା. ଭୀମରାଓ ଆମ୍ବେଦକରଙ୍କ କେବେଳ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ରାଷ୍ଟ୍ରର ବିଚାରଧାରା । ତାଙ୍କର ବିଚାର ହିଁ ଆମ ସମସ୍ତଙ୍କର ଆଧାର ବୋଲି ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କୁହନ୍ତି । ସେହି ଦୂରଦୃଷ୍ଟିକୁ ସଫଳ କରିବା ପାଇଁ “ସବ୍‌କା ସାଥ ସବ୍‌କା ବିକାଶ” ମନ୍ତ୍ରରେ ବିଜେପି ସରକାର ଆଗକୁ ବଢ଼ିଚାଲିଛି । ତାଙ୍କ ସ୍ମୃତି ଆମକୁ ସର୍ବଦା ସାମାଜିକ ନ୍ୟାୟ ପଥରେ ଚାଲିବା ପାଇଁ ପ୍ରେରଣା ଦିଏ । କଂଗ୍ରେସ ସରକାର ସମୟରେ ବାବାସାହେବଙ୍କ ପ୍ରତି ଅନେକ ଅବହେଳା କରାଯାଇଥିଲା । ତାଙ୍କୁ ଭାରତରତ୍ନ ଦେବାରୁ ବଂଚିତ କରାଯାଇଥିଲା । ୧୯୯୦ ମସିହାରେ ଯେତେବେଳେ ଭାରତୀୟ ଜନତପାର୍ଟିର୍ର ସମର୍ଥନରେ କେନ୍ଦ୍ରରେ ସରକାର ଥିଲା, ସେତେବେଳେ ବିଜେପିର ପ୍ରସ୍ତାବ କ୍ରମେ ବାବାସାହେବଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା ବୋଲି ରାଜ୍ୟ କାର୍ଯ୍ୟାଳୟରେ ବାବାସାହେବଙ୍କ ୧୩୬ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । 

ଶ୍ରୀ ମାଝୀ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ବାବାସାହେବଙ୍କ ସହ ଜଡ଼ିତ ୫ଟି ମୁଖ୍ୟସ୍ଥାନକୁ ପଂଚତୀର୍ଥ ଭାବେ ବିକଶିତ କରିଛନ୍ତି । ଏହା ବିଜେପି ପାଇଁ ରାଜନୀତି ନୁହେଁ, ଏହା ହେଉଛି ଦଳର ବାବାସାହେବଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସାମାଜିକ ମୂଲ୍ୟବୋଧର ପ୍ରତୀକ । କେବଳ କେନ୍ଦ୍ରରେ ନୁହେଁ ଓଡ଼ିଶାରେ ମଧ୍ୟ ବାବା ସାହେବଙ୍କ ଆଦର୍ଶରେ ଡବଲଇଞ୍ଜିନ ସରକାର ଗରିବଙ୍କ ସରକାର ଭାବେ କାର୍ଯ୍ୟ କରୁଛି । ଏଠାରେ କରାଯାଇଥିବା ବଜେଟ ଗରିବ, ଦଳିତ ଓ ଆଦିବାସୀମାନଙ୍କ ବିକାଶର ବଜେଟ୍ । ବିଜେପି କେବଳ ଘୋଷଣା କରେ ନାହିଁ ତାହାକୁ ବାସ୍ତବରେ କାର୍ଯ୍ୟକାରୀ ମଧ୍ୟ କରେ । ୨୦୨୬-୨୭ ବଜେଟ୍‌ରେ ଅନୁସୂଚିତ ଜାତି ଓ ଜନଜାତିର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୬୬୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଘୋଷଣା କରାଯାଇଛି । ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ପାଖରେ ଯେପରି ବିକାଶ ପହଂଚିପାରିବ ସେନେଇ ବିଜେପି ସରକାର ଗୁରୁତ୍ୱ ଦେଉଛି । ବିଗତ ସରକାର କେବଳ ସଂରକ୍ଷଣ କଥା କହୁଥିଲେ । କିନ୍ତୁ ସମାନୁପାତିକ ସଂରକ୍ଷଣ ଦେବାକୁ ପଛଘୁଂଚା ଦେଉଥିଲେ । କିନ୍ତୁ ବିଜେପି ସରକାର ଏହି ବ୍ୟବସ୍ଥାକୁ ଲାଗୁ କରି ବାବାସାହେବଙ୍କ ଆଦର୍ଶକୁ ବାସ୍ତବତାରେ କାର୍ଯ୍ୟକାରୀ କରେ ବୋଲି ଦର୍ଶାଇଦେଇଛି । ଏଠାକାର ଡବଲଇଞ୍ଜିନ ସରକାର ଶିକ୍ଷା ସହ ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଉଛି । ଗରିବ କଲ୍ୟାଣ ଅନ୍ନ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ପିଏମ୍ ଆବାସ ଘର, ଅନ୍ତ୍ୟୋଦୟ ଗୃହ ଯୋଜନା, ଉଜ୍ୱଳା ଯୋଜନା ପରି ସବୁକ୍ଷେତ୍ରରେ ଡବଲଇଞ୍ଜିନ ସରକାର ଦ୍ରୁତ ଗତିରେ ଆଗେଇ ଚାଲିଛି । ଅନୁସୂଚିତ ଜାତି ଓ ଜନଜାତିର ବିକାଶ ନ ହେବା ପର୍ଯ୍ୟନ୍ତ ସମୃଦ୍ଧ ଓଡ଼ିଶା ଅବା ବିକଶିତ ଭାରତ ଗଢ଼ିବା ସମ୍ଭବ ନୁହେଁ । ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସମାନ ଅଧିକାର ଦେବାକୁ ବିଜେପି ସରକାର କାର୍ଯ୍ୟ କରୁଛି । ମହିଳା ସଶକ୍ତିକରଣ କ୍ଷେତ୍ରରେ ବାବାସାହେବ କହିଥିଲେ, ଯେକୌଣସି ଜାତିର ଉନ୍ନତି ସେଠାକାର ମହିଳାମାନଙ୍କ ଉନ୍ନତିରୁ ହିଁ ଜଣାପଡ଼େ । ବିଜେପି ସରକାର ମହିଳାମାନଙ୍କ ଉନ୍ନତି ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ । ଏଥିପାଇଁ ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଭଳି ଅନେକ ଯୋଜନା ଲାଗୁ କରାଯାଇଛି । ବିଜେପି ଭୋଟ ପାଇଁ ନୁହେଁ ସେବା କରିବା ପାଇଁ ରାଜନୀତି କରେ । ଏଥିପାଇଁ ଆଜି ଓଡ଼ିଶା ଡବଲଇଞ୍ଜିନ ସରକାର ଲୋକଙ୍କ ସରକାରର ମାନ୍ୟତା ପାଇଥିବାବେଳେ ବାବା ସାହେବଙ୍କ ବାର୍ତା ଯେପରି ପ୍ରତି ଘରେ ପହଂଚିପାରିବ ସେନେଇ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ତାଙ୍କ ପଦାଙ୍କ ଅନୁସରଣ କରି ସାମାଜିକ ସଂହତି ରକ୍ଷା କରି ମଜ୍‌ଭୁତ ଓଡ଼ଶା ଗଢ଼ିବା ଆମ ସମସ୍ତଙ୍କ କର୍ତବ୍ୟ । ଏହାହିଁ ବାବାସାହେବଙ୍କ ପ୍ରତି ବିଜେପିର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମାଝୀ କହିବା ସହ ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତୀ ପାଳନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।

ଏହି ଅବସରରେ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଭାରତରେ ଯେତେବେଳେ ସାମାଜିକ ଅବ୍ୟବସ୍ଥା ବଢ଼ିଯାଇଥିଲା, ସେତେବେଳେ ଲମ୍ବା ସମୟ ଧରି ସଂଘର୍ଷ କରି ନିଜର ଅନୁଭବ ଓ ଅଭିଜ୍ଞତାକୁ ପାଥେୟ କରି ସମ୍ବିଧାନ ପ୍ରଣୟନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବାବାସାହେବ । ସ୍ୱାଧୀନ ଭାରତରେ ସମ୍ବିଧାନର ବ୍ୟବସ୍ଥା କରିବା ପାଇଁ ସେ ଦୃଢ଼ ସଂକଳ୍ପ ନେଇଥିଲେ । ସମାଜର ସବୁଠାରୁ ତଳ ପାହାଚରେ ଥିବା ବ୍ୟକ୍ତି ବିଶେଷର ଯେପରି ଉତ୍‌ଥାନ ହେବ, ଆଗାମୀ ଦିନରେ ଭାରତବର୍ଷ ଯେପରି ଯଶସ୍ୱୀ ହେବ ଓ ବିଶ୍ୱଗୁରୁ ପଥରେ ପହଂଚିବ ସେନେଇ ବାବସାହେବ ସ୍ୱପ୍ନ ଦେଖିଥିଲେ । ଏହାର ପ୍ରତିଫଳନ ସମ୍ବିଧାନରେ ଦେଖିବାକୁ ମିଳିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ତାହା ଏବେ ସାକାର ହେବାକୁ ଯାଉଛି । ଆମର ସାମ୍ବିଧାନିକ ବ୍ୟବସ୍ଥା ଯୋଗୁ ଭାରତ ବିଶ୍ୱରେ ଏକ ଆଦର୍ଶ ଦେଶ ହେବା ସହ ଆଗାମୀ ଦିନରେ ବିଶ୍ୱଗୁରୁ ହେବା ପାଇଁ ଅଗ୍ରସର ହେଉଛି । ବାବାସାହେବ ହେଲେ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ । ସେ ଦଳିତ, ଶୋଷିତ, ଅବହେଳିତ, ଅତ୍ୟାଚାରିତ ଓ ଲାଂଛିତ ଲୋକମାନଙ୍କୁ ଆଗଧାଡିକୁ ଆଣିବା ପାଇଁ ଅହରଣ ଉଦ୍ୟମ କରିଥିଲେ । ମାତ୍ର ତାଙ୍କୁ ବିଭିନ୍ନ ପରିସ୍ଥିତିରେ କଂଗ୍ରେସ ଦଳ ଏବଂ କଂଗ୍ରେସ ନେତୃବୃନ୍ଦ ଯେଉଁଭଳି ଭାବେ ବାରମ୍ବାର ଅପମାନିତ କରିଛନ୍ତି, ତାହା ଅକ୍ଷମଣୀୟ । କଂଗ୍ରେସ ସମ୍ବିଧାନର ଦୂରୁପଯୋଗ ଏବଂ ଅସମ୍ମାନ କରିଥିବାବେଳେ ବିଜେପି ସମ୍ବିଧାନର ମର୍ଯ୍ୟାଦାକୁ ଅତୁଟ ରଖିଛି । କାରଣ ବ୍ୟକ୍ତି ବଡ ନୁହେଁ, ଦେଶ ବଡ଼, ସମ୍ବିଧାନ ବଡ଼ । ଏହାକୁ ବିଜେପି ପ୍ରମାଣିତ ମଧ୍ୟ କରିଛି । ଆମ ଗଣତନ୍ତ୍ର ଓ ସମ୍ବିଧାନ ଆଗାମୀ ଦିନରେ ଅଧିକ ଶକ୍ତିଶାଳୀ କିପରି ହେବ ସେନେଇ ଆମ ସମସଙ୍କୁ ଉଦ୍ୟମ କରିବାକୁ ହେବ । ଏଥିସହ ଭାରତବର୍ଷ ତଥା ଓଡିଶାକୁ ସମୃଦ୍ଧ ଓ ବିକଶିତ କରି ଆମ୍ବେଦକରଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେବା ସହ ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । 

ସଭାରେ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ ସଭା ସଂଚାଳନ କରିଥିବାବେଳେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିମ୍ବାଧର କୁଅଁର, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶାର ମହାପୁରଷ ଏବଂ ବାବାସାହେବଙ୍କ ଫଟୋ ଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଉଦ୍‌ଘାଟନ କରିବା ସହ ପଣା ସଂକ୍ରାନ୍ତି ଉପଲକ୍ଷେ ପଣା ବଂଟନ କରିଥିଲେ । ଏଥିସହ ବି.କେ. ଆର୍ଟ ଆଣ୍ଡ କ୍ରାପ୍ଟ କଲେଜର ଛାତ୍ର ଦ୍ୱାରା ଅଙ୍କାଯାଇଥିବା ଫଟୋଚିତ୍ର ବୁଲି ଦେଖିଥିଲେ । 

ଭୁବନେଶ୍ୱର ଏଜି ଛକ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତିରେ ରାଜ୍ୟ ସଭାପତି ଶ୍ରୀ ସାମଲ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ପ୍ରିୟଦର୍ଶୀ ମିଶ୍ର, ଜଗନ୍ନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ମହେଶ ମହାନ୍ତି, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସମେତ ରାଜ୍ୟ ପଦାଧିକାରୀ, ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ବାବାସାହେବଙ୍କ ୧୩୬ତମ ଜନ୍ମ ଜୟନ୍ତୀ ପ୍ରତ୍ୟେକ ଜିଲ୍ଲା ଏବଂ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଡିବ୍ୟାଙ୍ଗ ଯୁବତୀ ଙ୍କ ଦୁଃଖ ବୁଝିବ କିଏ ? ୯୦ ଶତକଡା ବିକଳାଙ୍ଗ ଥିଲେ ମଧ୍ୟ ଅସହାୟ ୧୯ ବର୍ଷର ଯୁବତୀ ଭତ୍ତା ପାଇବାରୁ ବଞ୍ଚିତ

masiha

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ଝାଡାବାନ୍ତି ରୋଗ ସମ୍ପର୍କରେ ସମୀକ୍ଷା

masiha

ସଂସଦୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସ୍ଥାୟୀ ସମିତି ର ୬ ଦିନିଆଁ ବିଭିନ୍ନ ରାଜ୍ୟ ଗସ୍ତ, କମିଟି ରେ ଓଡିଶା ରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ

masiha

Leave a Comment

error: Content is protected !!