ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ  କ୍ଷତିପୂରଣ ଦାବିରେ ରାଜରାସ୍ତା  ରୋକିଲେ ଗ୍ରାମବାସୀ 

ପାପଡାହାଣ୍ଡି,29/05, ମନିସ -ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଆରଟିଓ କାର୍ଯାଳୟ ନିକଟରେ ରବିବାର ଏକ ବାଇକ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କାରେ ଜଣେ ବାଇକ ଚାଲାକଙ୍କ ମୃତ୍ୟୁ ହୋଇଥିଲା | ମୃତକଙ୍କ କୁ ନେଇ ପରିବାର ଲୋକ କ୍ଷତିପୂରଣ ଦାବିରେ ସୋମବାର ଚିକିଲି ଛକ ନିକଟରେ ରାସ୍ତା ରୋକ କରିଥିଲେ | ଫଳରେ 2 ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତା ରୋକ ହୋଇଥିଲା | ଘଟଣା ସ୍ଥଳରେ ନବରଙ୍ଗପୁର ତହସିଲଦାର ପହଞ୍ଚି ଆର୍ଥିକ ସହାୟତା ଯୋଗେଇଦେବା ପରେ ରାସ୍ତାରୋକ ହଟିଥିଲା | 

ସୂଚନା ଅନୁଯାୟୀ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଚିକିଲି ଗ୍ରାମର ରାମ ହରିଜନ ନବରଙ୍ଗପୁର ସହରରେ ରସେଇ ଗ୍ୟାସ ଘର ଘର ପହଁଚାଇବା କାମ କରନ୍ତି | ରବିବାର ଦିନ ଏହି କାମ ସାରି ନିଜ ଘର ଚିକିଲି ଫେରୁଥିଲେ ଏହି ସମୟରେ ପାପଡାହାଣ୍ଡି ରୁ ନବରଙ୍ଗପୁର ଯାଉଥିବା ଆମ୍ବୁଲାନ୍ସ ସହ ଆରଟିଓ କାର୍ଯ୍ୟାଳୟ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା | ଏଥିରେ ବାଇକ ଚାଳକ ଗୁରୁତର ଅବସ୍ଥାରେ କୋରାପୁଟ ଜିଲ୍ଲା ମେଡିକାଲ ରେ ଭର୍ତ୍ତି ହୋଇଥିଲ | ଚିକିତ୍ସାଧୀନ ଅବସ୍ଥା ରାମଙ୍କ ରାତ୍ର 8 ଘଣ୍ଟା ସମୟରେ ମୃତ୍ୟୁ ଘଟିଥିଲା | ସୋମବାର ଦିନ 2ଟା ସମୟରେ ଶବ ଚିକିଲି ପହଂଚିବା ପରେ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ | ଖବର ପାଇ ନବରଙ୍ଗପୁର ତହସିଲଦାର ଜୟଦୃତ ଆଚାର୍ଯ୍ୟ ପାପଡାହାଣ୍ଡି ଏସଡ଼ିପିଓ ଆଦିତ୍ୟ ସେନ, ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ ଜେନା, ନବରଙ୍ଗପୁର ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ଘଟଣାସ୍ଥଳ ପହଁଚି ପରିବାର ବୁଝେଇଥିଲେ ଓ କ୍ଷତିପୂରଣ ବାବଦ ରେ ରେଡ଼କ୍ରସ ପାଣ୍ଠି ରୁ 30 ହଜାର ଟଙ୍କା ଦେଇଥିଲେ | ଏହାପରେ ରାମ ଙ୍କ ଝିଅ ଙ୍କ ପାଠ ପଢା ବ୍ୟବସ୍ତା କରାଯିବ ବୋଲି କହିଥିଲେ | ଏହାପରେ ସନ୍ଧ୍ୟା 4 ଘଣ୍ଟା ସମୟରେ ରାସ୍ତା ରୋକ ହଟିଥିଲା ଜାତୀୟ ରାଜପଥ ଅବରୋଧ ଯୋଗୁଁ ଅନେକ ଗାଡି ଦୁଇ ପକ୍ଷ ରେ ଅଟକି ରହିଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାମନଘାଟୀ ସାଂସ୍କୃତିକ ପରିଷଦ,ସାଜ ଐର ଆୱାଜ ପକ୍ଷରୁ   ମହାନ୍ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

masiha

ବେଲପଡ଼ାରେ ଷୋହଳ ପ୍ରହର ନାମଯଜ୍ଞ

masiha

ସଡ଼କ ଦୁର୍ଘଟଣାରେ ଅଵସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!