ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡା ବ୍ଲକ୍ ସ୍ତରୀୟ ସର୍ଗିଫୁଲ୍ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡା ବ୍ଲକ୍ ସ୍ତରୀୟ ସର୍ଗିଫୁଲ୍ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

କଲ୍ୟାଣସିଂହପୁର, ତା ୧୭/୧୧/୨୩  // ରାୟଗଡ଼ା ଜିଲ୍ଳା କଲ୍ୟାଣସିଂହପୁର ବ୍ଲକ ସ୍ତରୀୟ ସର୍ଗିଫୁଲ୍ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀଙ୍କର ଲୁକାୟତ କଳା ପ୍ରତିଭା କ୍ରୀଡ଼ାବିତ୍ ଙ୍କୁ ଲୋକଲୋଚନ କରିବା ଉଧେଶ୍ୟରେ ଓଡ଼ିଶା ସରକାର ଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କ୍ଲଷ୍ଟର, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରର ହେଉଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷା ଅମ୍ରିତା କାଡ୍ରାକା ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବେ ତହସିଲଦାର ରଞ୍ଜନ କୁମାର୍ ମାନ୍ ସେଠ୍ , ରେଞ୍ଜର ଚନ୍ଦନ ଗମାଙ୍ଗ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା , ସ୍ଥାନୀୟ ସରପଞ୍ଚ ଶ୍ରୀରାମ କାଡ୍ରାକା ଫରେଷ୍ଟର ପି କେ ଜେନା, ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ମାଝୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାବୁରାଓ ନିଶିକା ମଞ୍ଚାସିନ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏଲୋକେଶନ ତର୍କ ପ୍ରତିଯୋଗିତା , ସ୍ଲୋଗାନ ଲିଖନ ଚିତ୍ରାଙ୍କନ, କୁଇଜ , ସଙ୍ଗୀତ ପ୍ରତିଯୋଗିତା,ଏକକ ଅଭିନୟ, ଏକକ ନୃତ୍ୟ ଦଳ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏଥିରେ କୃତିତ୍ୱ ଲାଭ କରିଥିବା ବିଦ୍ୟାର୍ଥୀ ଙ୍କୁ ଅତିଥିଙ୍କ ଦ୍ଵାରା ପୁରକୃତ କରାଯାଇଥିଲା। ବିଚାରକ ମଣ୍ଡଳୀ ମଧ୍ୟରେ ସୁପ୍ରିତ୍ ଔରଫ ସନ୍ତୋଷ କୁମାର ବଛା ଓ ଦିପ୍ତି ଦାସ୍ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀନିବାସ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାମନଘାଟୀ ରଙ୍ଗତୂଳୀ କଳାକାର ସଂଘ ପକ୍ଷରୁ ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଲାଞ୍ଜିଗଡ ପଞ୍ଚାୟତ ସମିତିର ନବମ ବୈଠକ ଅନୁଷ୍ଠିତ

masiha

ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଦଳ ୨୬ ଟି ପଦକ ହାସଲ

Sunil Chandra Nayak

Leave a Comment

error: Content is protected !!