ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜୁନାଗଡ଼,୧୭/୧୧(ମ ନି ସ) ଆଜି ବ୍ଲକ ସମ୍ମିଳନୀ କକ୍ଷ ଠାରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୧ ତାରିଖରେ ବ୍ଲକ ପରିସରରେ ଆୟୋଜିତ ହେବାକୁ ଥିବା ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି.। ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଅତିରିକ୍ତ ତହସିଲଦାର ଅଶୋକ ମିଶ୍ର, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ଭୂୟାଁ ତଥା ସରପଞ୍ଚମାନେ ଯୋଗ ଦେଇଥିବା ବେଳେ ସମସ୍ତ ପିଇଓ, ଶିକ୍ଷା ବିଭାଗରୁ ବିଆରପି ମଧ୍ୟ ଯୋଗ ଦେଇଥିଲେ. ଏହି ବୈଠକ ରେ ଆଗାମୀ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କିଭଳି ସଫଳ ଭାବରେ ଆୟୋଜିତ ହେଇପରିବ ତାହାର ରୂପରେଖ ପ୍ରସ୍ତୁତ ହୋଇଥିଲା , ବ୍ୟାପକ ପ୍ରଚାର ପ୍ରସାର କରି ଅଧିକରୁ ଅଧିକ ଭିନ୍ନକ୍ଷମ ମାନଙ୍କୁ ଏହି ଶିବିରରେ ଯୋଗ କରାଇ ସରକାରଙ୍କ ଯୋଜନାରେ ସାମିଲ କରିବା ନିମନ୍ତେ ଆଲୋଚନା ହୋଇଥିଲା ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ନିର୍ମାଣ ଧୀନ ପାଇଖିନା ରେ ଶ୍ୱାସ ରୁଦ୍ଧ, ଦୁଇ ଶ୍ରମିକ ମୃତ୍ୟୁ

Sunil Chandra Nayak

ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ବାବା ସାହେବ ଆମ୍ବେଦକର  ମହାସମାରୋହରେ ପାଳିତ ହେଲା ୧୩୪ତମ ଜନ୍ମଜୟନ୍ତୀ

masiha

ଡ଼.ନିଆଲ ରାଇଟର ଇଣ୍ଟେରନେସନାଲ ର କାର୍ଯକାରୀ ସମ୍ପାଦକ ମନୋନୀତ

masiha

Leave a Comment

error: Content is protected !!