ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେକ୍ଟର-୧୩ ମେଲଣ ପଡିଆରେ ଜୁନ୍ ୨୭ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା

ସେକ୍ଟର-୧୩ ମେଲଣ ପଡିଆରେ ଜୁନ୍ ୨୭ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା

ରାଉରକେଲା : ଇସ୍ପାତ ସହର ରାଉରକେଲାର ସେକ୍ଟର-୧୩ ମେଲଣ ପଡ଼ିଆରେ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା.ଲିଃ. ପକ୍ଷରୁ ଆପେଲ ସାଇନ୍ ଆଣ୍ଡ ଗ୍ରାଫିକ୍ସ ସହାୟତାରେ ଦ୍ଵିତୀୟ ରାଉରକେଲା ଆନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୫ ଅନୁଷ୍ଠିତ ହେବାକୁଯାଉଛି ବୋଲି ପାନ୍ଥନିବାସ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଏହି ମଲ୍ଟି ସେକ୍ଟର ବିଟୁବି ଏବଂ ବିଟୁସି ପ୍ରଦର୍ଶନୀ, ପୂର୍ବରୁ ଓଡ଼ିଶାର ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଠାରେ ଆୟୋଜିତ ହୋଇ ଖୁବ୍ ପ୍ରଶଂସା ସାଉଣ୍ଟିବା ସହ ଏକ ମାଇଲଖୁଣ୍ଟ ଇଭେଣ୍ଟ ଭାବେ ଉଭା ହୋଇଛି | ଆୟୋଜିତ ହୋଇଥିବା ଇଭେଣ୍ଟ୍ ଗୁଡିକରେ ୨୨ଟି ରାଜ୍ୟ ଏବଂ ୧୦ଟି ଦେଶରୁ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଅଂଶଗ୍ରହଣ କରିଛନ୍ତି । ଡିଜାଇନ୍ କରାଯାଇଥିବା ଷ୍ଟଲଗୁଡିକ ଶୀତତାପ ନିୟନ୍ତ୍ରିତ ହ୍ୟାଙ୍ଗର ସଂରଚନାରେ ଅନ୍ତର୍ଭୂକ୍ତ | ଏହି ମେଳାରେ ରିଏଲ୍ ଇଷ୍ଟେଟ୍, ଷ୍ଟାର୍ଟ ଅପ୍ କମ୍ପାନୀ, ଉତ୍ପାଦକ, ବିକାଶକାରୀ, ବ୍ୟାଙ୍କ, ନିର୍ମାଣ ସାମଗ୍ରୀ, ହାର୍ଡୱେର୍‌, ଆସବାବପତ୍ର, ଆଭ୍ୟନ୍ତରୀଣ, ଶିକ୍ଷା, ଘର ସାଜସଜ୍ଜା ଆଦି ଉତ୍ପାଦ ସହିତ ଘରୋଇ ଉପକରଣ, ଇଲେକ୍ଟ୍ରୋନିକ୍ସ, ଆର୍ଟିଷ୍ଟିକ୍ସ ପରିଦର୍ଶକମାନେ ରିଅଲ୍‌ ଇଷ୍ଟେଟ୍, ଷ୍ଟାର୍ଟ-ଅପ୍, ଉତ୍ପାଦନ, ବ୍ୟାଙ୍କିଙ୍ଗ୍, ନିର୍ମାଣ ସାମଗ୍ରୀ, ଆସବାବପତ୍ର, ଆଭ୍ୟନ୍ତରୀଣ ଡିଜାଇନ୍, ହୋମ ଇଲେକ୍ଟ୍ରୋନିକ୍ସ, ସ୍ବାସ୍ଥ୍ୟ ଏବଂ ସୁସ୍ଥତା, ଥାଇ ଫୁଲ, ଆଫଗାନିସ୍ତାନ ଶୁଖୁଲା ଫଳ, ରାଜସ୍ଥାନୀ ମାର୍ବଲ, ଇରାନୀ ପର୍ସିଆନ କାର୍ପେଟ, କାଶ୍ମୀରୀ ଫର୍ଣ୍ଣିଚର୍‌, ଇରାନୀ ଗହଣା, ମାଲେସିଆର ଫାଉଣ୍ଟେନ୍ ଏବଂ ବାଂଲାଦେଶୀ ହ୍ୟାଣ୍ଡଲୁମ୍ ସହିତ ଭାରତୀୟ ହସ୍ତତନ୍ତ ଭଳି ଉତ୍ପାଦମାନ ଏହି ମେଳାରେ ପ୍ରଦର୍ଶିତ କରାଯିବ। ବିସ୍ତୃତ ଉତ୍ପାଦ ପ୍ରଦର୍ଶନୀ ସହିତ ଉପସ୍ଥିତ ଲୋକମାନେ ଖାଦ୍ୟ ପାଇଁ ଏକ ବିଶେଷ ଜୋନରେ ଉପଲବ୍ଧ ବିଭିନ୍ନ ପ୍ରକାରର ସୁସ୍ବାଦୁ ଏବଂ ସ୍ୱଚ୍ଛ ଖାଦ୍ୟ ମଧ୍ୟ ପାଇପାରିବେ। ଚଳିତ ମାସ ୨୭ ତାରିଖ ଦିନ ଏହି ଦ୍ବିତୀୟ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାର ଶୁଭ ଉଦଘାଟନ ହେବାକୁ ଥିବା ବେଳେ ଏହା ୧୧ ଦିନ ଧରି ଚାଲିବ। ରାଉରକେଲା ସ‌ହର ସମେତ ସୁନ୍ଦରଗଡ଼ ଜିଲ୍ଲା ଓ ସମଗ୍ର ପଶ୍ଚିମ ଓଡ଼ିଶାରୁ ପ୍ରାୟ ୩ଲକ୍ଷ ଦର୍ଶକ ଇଭେଣ୍ଟର ଭରପୁର ଲାଭ ଉଠାଇବା ସହ, ଅନେକ କ୍ଷେତ୍ରରୁ ଗୁଣାତ୍ମକ ଉତ୍ପାଦମାନ ଏହି ପ୍ରଦର୍ଶନୀରୁ ସୁଲଭ ମୂଲ୍ୟରେ ପାଇପାରିବେ, ଏହା ସହ ମୁଖ୍ୟ ଆକର୍ଷଣ ଚମ୍ପାରନ ମଟନ ହେବ ବୋଲି କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର ଗୁପ୍ତା ସୂଚନା ଦେଇଛନ୍ତି। ଏହି ମେଳା ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ଅର୍ଥପୂର୍ଣ୍ଣ ସଂଯୋଗ ଓ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା. ଲିମିଟେଡ଼ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର ଗୁପ୍ତା ଏବଂ ପାୟଲ ଆଚାର୍ଯ୍ୟ ଗୁପ୍ତାଙ୍କ ନେତୃତ୍ବରେ ଏହି ବିଶ୍ବବ୍ୟାପୀ ବାଣିଜ୍ୟ ଏବଂ ଉପଭୋକ୍ତା ଯୋଗାଯୋଗ ପାଇଁ ଅତୁଳନୀୟ ପ୍ଲାଟଫର୍ମ ସୃଷ୍ଟି କରିବ ବୋଲି କୁହାଯାଇଛି। 

       ଏଠାରେ ସୂଚନା ଯୋଗ୍ୟ ଯେ, ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଏମଏସଏମଇ ସ‌ହ ଜଡିତ ଏବଂ ଏହି ମଲ୍ଟି ସେକ୍ଟର ବିଟୁବି ଏବଂ ବିଟୁସି ପ୍ରଦର୍ଶନୀ ରାଉରକେଲା ସହରରେ ଦର୍ଶକଙ୍କ ସମ୍ପୂର୍ଣ ଆସ୍ଥା ଭାଜନ ହେବ ବୋଲି ଆଶା କରାଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗୁପ୍ତା ଇଭେଣ୍ଟ ମ୍ୟାନେଜେଣ୍ଟର ପରିଚାଳନା ନିର୍ଦ୍ଦେଶକ ସୁଜିତ୍ ଗୁପ୍ତା, ଆପେଲ୍‌ ସାଇନର ନିର୍ଦ୍ଦେଶକ ସରୋଜ ମହାପାତ୍ର, ବିଜେପି ନେତା ଦିଲ୍ଲୀପ ପଟ୍ଟନାୟକ, ମନୋରଞ୍ଜନ ମୁନି ଓ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ସଂଯୋଜକ ଦୀନେଶ ଭୋଳ, ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏସ୍ ସି/ ଏସ୍ ଟି ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ରାଇରଙ୍ଗପୁରରେ ହଡତାଳ

masiha

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

ଖଇରା ସ୍ବାଭିମାନ ମଞ୍ଚର ସମୀକ୍ଷା ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!