ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲି ଶିକ୍ଷା ବିଭାଗର କୃତଜ୍ଞତା ବୈଠକ 

ସିନାପାଲି ଶିକ୍ଷା ବିଭାଗର କୃତଜ୍ଞତା ବୈଠକ 

ସିନାପାଲି :୨୯/0୪- (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ ) ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ନିକଟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ମୋଟ ୭୫ ଜଣ ରକ୍ତଦାତା ସ୍ବେଛାକୃତ ରକ୍ତଦାନ କରି ଶିବିରକୁ ସଫଳ କରିଥିବାରୁ ଆଜି ବିଇଓ ଯତୀନ୍ଦ୍ର କୁମାର ସେଠଙ୍କ ସଭାପତିତ୍ୱରେ ଏକ କୃତଜ୍ଞତା ସଭା ମାଧ୍ୟମରେ ସେମାନଙ୍କୁ ଧନ୍ୟବାଦ ଦିଆଯାଇଛି l ସଭା ମାଧ୍ୟମରେ ରକ୍ତଦାନ କରିଥିବା ଶିକ୍ଷକଶିକ୍ଷୟିତ୍ରୀ, ବିଶେଷ କରି ଶିକ୍ଷା ବିଭାଗ ବାହାରୁ ଆସିଥିବା ରକ୍ତଦାତା, ମେଡିକାଲ ବିଭାଗ, ଅତିଥି, ସିଆରସିସି, ବିଇଓ ଅଫିସ କର୍ମଚାରୀ, ସ୍ଥାନୀୟ ଗଣମାଧ୍ୟମ ତଥା ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଦିଆଯାଇଥିଲା l ପ୍ରାରମ୍ଭରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ l ଏହା ପରେ ଶିବିର ଆୟୋଜକ କମିଟିର କୋଷାଧ୍ୟକ୍ଷ ବୈଷ୍ଣବ ମେହେର ସମସ୍ତ ଆୟବ୍ୟୟ ଉପସ୍ଥାପନ କରିଥିଲେ l ଏଥିସହ ଆଗାମୀ ଦିନରେ ଶିକ୍ଷା ସମ୍ପର୍କିତ ଆଲୋଚନା ଚକ୍ର, ସୃଜନଶୀଳତାର ବୃଦ୍ଧି ପାଇଁ କବିତା ପାଠ, ପତ୍ରିକା ପ୍ରକାଶନ ଭଲି ବିଭିନ୍ନ ଗଠନମୂଳକ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା l ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସଂଘ ସମ୍ପାଦକ ବାଲାଜୀ ହରିଜନ, ସିଆରସିସି ପ୍ରଦୀପ ନାଏକ, ଖଗେଶ୍ୱର ବାଗ, ବଂଶୀଧର ଜଗତ, ବରିଷ୍ଠ ଶିକ୍ଷୟିତ୍ରୀ ସତ୍ୟରୁପା ଯୋଷୀ, ବିଜ୍ଞାନ ଶିକ୍ଷକ ଅନିଲ ସା, ଶିକ୍ଷକ ଗୌତମ ମେହେର, ପ୍ରସନ୍ନ ସାହୁ, ଭାସ୍କର ପାତ୍ର, ଆଶିଷ ସା ପ୍ରମୁଖ ଉପସ୍ଥିତ ଥିଲେ l

Related posts

ଲୋକଙ୍କ ଭିତରେ କ୍ରାନ୍ତି ଚେତନା ଜାଗ୍ରତର ପ୍ରୟାସ

Sunil Chandra Nayak

ମଣିପୁର ଘଟଣାକୁ ନେଇ ମହିଳା ସଂଗଠନର ପତିବାଦ

Sunil Chandra Nayak

ଢେ଼ଙ୍କାନାଳ ଜିଲ୍ଲା କମଳାଙ୍ଗ ଠାରେ ମାଲ୍ ବୋଝେଇ ଟ୍ରେନ ଲାଇନଚ୍ୟୁତ

masiha

Leave a Comment

error: Content is protected !!