ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଜୁନାଗଡ଼,୨୯/୧(ମ ନି ସ)  ଜୁନାଗଡ଼-ଭବାନୀପାଟଣା ଜାତୀୟ ରାଜପଥ ୨୬ଜରିଂ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଅରୋହି ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀ ମୃତ ହୋଇଥିବାବେଳେ ସ୍ଵାମୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଜଣାଯାଇଛି।ପ୍ରକାସଯେ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଗ୍ରାମର ସହଦେଵ ପଣ୍ଡା ଏବଂ ତାଙ୍କ ସ୍ତ୍ରୀ ସନ୍ଧ୍ୟାରେ ଏକ ସ୍ୱିଫ୍ଟ କାର (ଓଡ଼ି ୦୮ଇ୬୬୮୭) ଭାବାନୀପାଟଣାରୁ କୌଣସି କାମରେ ଯାଇ ଜୁନାଗଡ଼ ଫେରୁଥିଲେ ହେଲେ ଜରିଂ ନିକଟ ଜାତୀୟ ରାଜପଥ ଉପରେ ତାଙ୍କ କାର ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ କାର ରେ ଚାପି ହୋଇ ସ୍ତ୍ରୀସାରଦା ପଣ୍ଡା (୫୫) ଙ୍କ ମୃତୁ ହୋଇଯାଇଥିଲା।ସ୍ଥାନୀୟ ଲୋକ ଜୁନାଗଡ଼ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସାରଦା ଓରଫ ସରସ୍ୱତୀ ପଣ୍ଡାଙ୍କୁ ତାକ୍ତର ମୃତ ଘୋଷଣା କରିଥିଲେ ଏବଂ ଗୁରୁତର ସ୍ୱାମୀ ସହଦେଵ ପଣ୍ଡା ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି।ଜୁନାଗଡ଼ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ବିଭିନ୍ନ ଦାବୀ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ନୂଆପଡା ଛତ୍ରପୁର ଗ୍ରାମବାସୀ

ଶିଶୁ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସ୍ବାସ୍ଥ୍ୟ ମିଶନ କର୍ମଚାରୀଙ୍କ ଧାରଣା : ନର୍ଲା ସ୍ବାସ୍ଥ୍ୟସେବାରେ ବ୍ୟାଘାତ 

masiha

Leave a Comment

error: Content is protected !!