ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଜୁନାଗଡ଼,୨୯/୧(ମ ନି ସ)  ଜୁନାଗଡ଼-ଭବାନୀପାଟଣା ଜାତୀୟ ରାଜପଥ ୨୬ଜରିଂ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଅରୋହି ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀ ମୃତ ହୋଇଥିବାବେଳେ ସ୍ଵାମୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଜଣାଯାଇଛି।ପ୍ରକାସଯେ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଗ୍ରାମର ସହଦେଵ ପଣ୍ଡା ଏବଂ ତାଙ୍କ ସ୍ତ୍ରୀ ସନ୍ଧ୍ୟାରେ ଏକ ସ୍ୱିଫ୍ଟ କାର (ଓଡ଼ି ୦୮ଇ୬୬୮୭) ଭାବାନୀପାଟଣାରୁ କୌଣସି କାମରେ ଯାଇ ଜୁନାଗଡ଼ ଫେରୁଥିଲେ ହେଲେ ଜରିଂ ନିକଟ ଜାତୀୟ ରାଜପଥ ଉପରେ ତାଙ୍କ କାର ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ କାର ରେ ଚାପି ହୋଇ ସ୍ତ୍ରୀସାରଦା ପଣ୍ଡା (୫୫) ଙ୍କ ମୃତୁ ହୋଇଯାଇଥିଲା।ସ୍ଥାନୀୟ ଲୋକ ଜୁନାଗଡ଼ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସାରଦା ଓରଫ ସରସ୍ୱତୀ ପଣ୍ଡାଙ୍କୁ ତାକ୍ତର ମୃତ ଘୋଷଣା କରିଥିଲେ ଏବଂ ଗୁରୁତର ସ୍ୱାମୀ ସହଦେଵ ପଣ୍ଡା ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି।ଜୁନାଗଡ଼ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

କଳାହାଣ୍ଡିର ସତ୍ୟପୀର ପ୍ରଧାନଙ୍କ ପଞ୍ଚ୍ ଷ୍ଟ୍ରାଇକ୍ସରେ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ଉପାଧି ଅର୍ଜନ –  ଇରାନର ବିଶ୍ୱ ରେକର୍ଡ ଭାଙ୍ଗି ଭାରତର ନାମ ରଖିଲେ ଓଡ଼ିଶାର ପୁଅ

Sunil Chandra Nayak

ଷୋଳଘର କ୍ଲଷ୍ଟର ରେ ସରକାରୀ ବିଦ୍ୟାଳୟ ମୁହାଁ ହେବେ ୫ ରୁ ୧୮ ବୟସର ପିଲା

Sunil Chandra Nayak

କୋକସରା ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀଙ୍କ ପଦୋନ୍ନତି ପରେ ବିଦାୟ ସମ୍ବର୍ଦ୍ଧନା 

Leave a Comment

error: Content is protected !!