ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗିଗିନା ଧାନମଣ୍ଡିରୁ ଧାନ ଲୋଡ୍ ଧରି ମିଲକୁ ଯାଉଥିବା ଟ୍ରକ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍

ରୁପ୍ରା, ୨୯/୧ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ପଲମ ପେକ୍ସ୍ ଅଧିନ ଗିଗିନା ଉପମଣ୍ଡିରୁ ପ୍ରାୟ ୩୩୭ ବସ୍ତା ଧାନ ଟ୍ରକ୍ ନଂ OR 08D 1105 ରେ ଲୋଡ୍ କରି ଆଜି ସନ୍ଧ୍ୟାରେ କେସିଙ୍ଗା ସ୍ଥିତ ଆର୍.କେ ଉଦ୍ୟୋଗ୍ ଧାନମିଲ୍ କୁ ଯାଉଥିବା ବେଳେ ରୁପ୍ରା କେସିଙ୍ଗା ରାସ୍ତାର ଥୁଆପଦର ଛକ ନିକଟରେ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତହୋଇ ଓଲଟି ଯାଇଛି, ଫଳରେ ଡ୍ରାଇଭର ଓ ହେଲପର୍ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସମସ୍ତ ଧାନବସ୍ତା ତଳେ ପଡିଯାଇଛି । ଏବାବଦରେ କେସିଙ୍ଗା ପୁଲିସ ଖବର ପାଇବାପରେ ଏଏସ୍ଆଇ ଗ୍ୟାନରଞ୍ଜନ ମାଝୀ ଓ କର୍ମଚାରୀ କିଛି ସମୟ ମଧ୍ୟରେ ପହଞ୍ଚି ତଦନ୍ତ କରିଛନ୍ତି । ଏଏସ୍ଆଇ ଶ୍ରୀ ମାଝୀଙ୍କ ସୂଚନା ମତେ ଡ୍ରାଇଭରଙ୍କ ନାମ ରାଜୁ ଆଡଯୁଆଡ୍ ଓ ହେଲପରଙ୍କ ନାମ ରାକେଶ ବୋଲି ଜଣାପଡିଛି ଓ ଡ୍ରାଇଭର୍ ପ୍ରଚୁର ମଦ୍ୟପାନ କରିଥିବା ହେତୁ ଏହି ଘଟଣା ଘଟିଥିବା କହିଛନ୍ତି ।ତଦନ୍ତ ଜାରି ରହିଛି ।

ରୁପ୍ରା, ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!