ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମେ ସ୍ବପ୍ନ ଦେଖିଥିଲେ ସ୍ବପ୍ନ ଦେଖାଇ ପାରିବା, ମା କୁ ଯିଏ ଭଲପାଏ ନାହିଁ ସେ କାହାର ହୋଇପାରେନା: କୁମରବର ଦାସ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍‌ର ପ୍ରଥମ ଗ୍ଲୋବାଲ ମିଟ୍ ଅନୁଷ୍ଠିତ 

ରାଉରକେଲା/ ଆମେ ସ୍ବପ୍ନ ଦେଖିଥିଲେ ସ୍ବପ୍ନ ଦେଖାଇ ପାରିବା, ଆମେ ଭଲ ଖାଇଥିଲେ ଭଲ ଖୁଆଇ ପାରିବା, ମା’ କୁ ଭଲପାଉ ନଥିବା ବ୍ୟକ୍ତି କାହାର ବି ହୋଇପାରେନା ବୋଲି ଅତିଥି ଭାବେ ଯୋଗଦେଇ ଫକୀରମୋହନ ବିଶ୍ବବିଦ୍ୟାଳୟ ର ପ୍ରାକ୍ତନ କୁଳପତି କୁମରବର ଦାସ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍‌ର ପ୍ରଥମ ଗ୍ଲୋବାଲ୍ ମିଟରେ ମତପ୍ରକାଶ କରିଥିଲେ । ମହାବିଦ୍ୟାଳୟ ପରିସରରେ ଆୟୋଜିତ ଆଲୁମନି ଆସୋସିଏସନ୍ ର ପ୍ରଥମ ଗ୍ଲୋବାଲ୍ ମିଟ୍ ରେ ପରିଚାଳନା କମିଟିର ଅଧ୍ୟକ୍ଷ ଡଃ ସମର ମୁଦାଲିଙ୍କ ଅଧ୍ୟକ୍ଷତା, ଆବାହକ ଗିରିଶ ମହାପାତ୍ର ଓ ମୋ କଲେଜ ଅଭିଯାନର ମୁଖ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଜୟ କୁମାର ବେହେରାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୁମନି ତଥା ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟର ବିଚାରପତି ଅନିଲ କୁମାର ଚୌଧୁରୀ ମୁଖ୍ୟଅତିଥି, ଆଲୁମନି ତଥା ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଓ ଫକୀର ମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି କୁମରବର ଦାସ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ବେକ୍ତା ଆଲୁମନି ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଆଲୁମନି ବିଷ୍ଣୁ ମହାନ୍ତି, ଆଲୁମନି ଛବି ମହାନ୍ତି ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ଆଲୁମନି ପ୍ରାକ୍ତନ ଅଧ୍ୟାପିକା ଅନାକ୍ଷୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଆସୋସିଏସନ୍‌ର ସଭାପତି ବିଭୁତି ଭୂଷଣ ପୁହାଣ ମହାବିଦ୍ୟାଳୟ ସଂପର୍କରେ, ଅଧ୍ୟକ୍ଷତା କରୁଥିବା ଡଃ ମୁଦାଲି ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ଯ ଓ ଆବାହକ ଶ୍ରୀ ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବେହେରା ମହାବିଦ୍ୟାଳୟକୁ ମା ଯଶୋଦା ଓ ଆଲୁମନି ମାନଙ୍କୁ କୃଷ୍ଣଙ୍କ ସହ ତୁଳନା କରି ବକ୍ତବ୍ଯ ରଖିଥିବା ବେଳେ ଆଲୁମନି ଡଃ ପ୍ରେମଲତା ଖଣ୍ଡୁଆଳ ମହାବିଦ୍ୟାଳୟ ଦ୍ବାରା ସୃଷ୍ଟି ହୋଇଥିବା ସଫଳ ବ୍ୟକ୍ତିତ୍ବ ଙ୍କ ସଂପର୍କରେ ମତ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ଚୌଧୁରୀ ଓ ସ୍ବତନ୍ତ୍ର ଅତିଥି ଶ୍ରୀ ଭୌମିକ ମହାବିଦ୍ୟାଳୟର ସ୍ମୃତି ଚାରଣ ସହ ଏହା ଏକ ସଫଳ, ସ୍ବତନ୍ତ୍ର ଓ ଅନନ୍ୟ ପ୍ରୟାସ ବୋଲି ମତ ରଖିଥିଲେ । ସ୍ବତନ୍ତ୍ର ଅତିଥି ଶ୍ରୀ ଦାସ ତାଙ୍କ ବକ୍ତବ୍ଯ ରେ କହିଲେ ଯେ ଶିକ୍ଷକ ମାନେ ମଧ୍ୟ ମା। ମଣିଷ ବୃତ୍ତିରେ ରହିଲେ ପେସାଦାର ହୁଅନ୍ତି ମାତ୍ର ଉତ୍ସାହ ରହିଲେ ସର୍ବଦା ସଫଳ ହୁଅନ୍ତି । ମଣିଷ ର ଅନ୍ତର୍ନିହିତ ଶକ୍ତି ହିଁ ସୌନ୍ଦର୍ଯ୍ୟ । ସେହିପରି ସାଧାରଣରୁ ଅସାଧାରଣର ସୃଷ୍ଟି । ଏହାସହ କୃତ୍ରିମ ଓ ପ୍ରାକୃତିକ ଉପରେ ସୁନ୍ଦର ବ୍ୟାଖ୍ୟାନ କରିଥିଲେ ।

    ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କୁମରବର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ର ‘ ଭାରତରେ ସାମୁହିକ ଶିକ୍ଷା ବାସ୍ତବ କିମ୍ବା କାଳ୍ପନିକ ‘ ସଂପର୍କରେ ଆଲୁମନି ସର୍ବଶ୍ରୀ ଡଃ ଅଶୋକ କୁମାର ପଣ୍ଡା, ଇଂ ନଳିନୀ କାନ୍ତ ଧର, ଡଃ ମଧୁସ୍ମିତା ଧୁପାଳ, ଇଂ ଅଜିତ ମୋହନ ପୂଜାରୀ, ଛବି ମହାନ୍ତି, ଡଃ ସୁମନ ଭଟ୍ଟାଚାର୍ଯ୍ଯ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ସଂପ୍ରତି ବାଲ୍ୟବସ୍ଥା ଚାପଗ୍ରସ୍ଥ। ପଙ୍କରୁ ହିଁ ପଦ୍ମ ଫୁଟେ। ଆଗଧାଡି ପରିଚୟ ଖୋଜୁଥିବା ବେଳେ ପଛଧାଡି ପରିଚୟ ତିଆରି କରନ୍ତି । ସେହିପରି ତୃତୀୟ ପର୍ଯ୍ୟାୟରେ ବିଷ୍ଣୁ ମହାନ୍ତିଙ୍କ ସଂଯୋଜନାରେ ଆଲୁମନି ମାନେ ସଂଗଠନକୁ ସୁଦୃଢ଼ ଓ ଅଧିକ କ୍ରୀୟାଶୀଳ କରିବା ପାଇଁ ମତ ରଖିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ଜୋସ୍ନା ପଟ୍ଟନାୟକ ଓ ପ୍ରଫେସର ଗୌରୀଶଙ୍କର ଆଚାର୍ଯ୍ୟଙ୍କୁ ଆସୋସିଏସନ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂର୍ତ୍ତ ବିଭାଗର ବିଶେଷ ଅବଦାନ ଯୋଗୁଁ ମୁଖ୍ୟଯନ୍ତ୍ରୀ ନାରାୟଣ ପାଲ, ଇଂ ଗୌରାଙ୍ଗ ସାହୁ, ଇଂ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ ଓ ଇଂ ମନୋଜ ମହାନନ୍ଦଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଆଲୁମନି ମୋନାଲିସା ସାହୁଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡଃ ସୁଚିତ୍ରା ମହାନ୍ତି , ସୁଚିସ୍ମିତା ମଡୁଆଳ, ପ୍ରିୟଙ୍କା ପ୍ରିୟଦର୍ଶନୀ, ବର୍ଷା ଜେନା, ଗାୟତ୍ରୀ ବେହେରା, ମୀନାକ୍ଷୀ ଏକ୍କା, ଗୀତା ବାରିକ ପ୍ରମୁଖ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସେହିପରି କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ଅଧ୍ୟାପକ ସର୍ବଶ୍ରୀ ଅଭିଜିତ ଜେନା, ପ୍ରଦୀପ ଖେସ, ସମୀର ପୃଷ୍ଟି, ମମତା ବକ୍ସଲା, ଅନପୂର୍ଣ୍ଣା ମହନ୍ତ,ଆସ୍ତିକ ବାରିକ,ଡି ଅଭିକ କୁମାର, ପୂଜା ଅର୍ଚ୍ଚନା ମହାନ୍ତି, ସବିତା ରାଉତରାୟ, ସୁକନ୍ୟା ମିଶ୍ର, ରଶ୍ମିପ୍ରିୟା ଗୌଡ, ବିଶ୍ବରଂଜନ ଦାସ, ଅଙ୍କିତା ସୂତାର, ମନୀଶ ଚୌବେ, ସୂଜାତା ସ୍ବାଇଁ, ଆଶିଷ ରଂଜନ ମାଳି, ନିଶି ପୋଦ୍ଦାର, ଅଞ୍ଚଳ ପ୍ରଧାନ, ମନସା ରଥ, ସ୍ମିତା ଦାସ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ଦିବଙ୍ଗତ ଆଲୁମନିଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଲୁମନି ଅନିତା, ଗୀତା, ସୁମନ, ଅଜିତ, ପ୍ରିୟଙ୍କା,ବର୍ଷାରାଣୀ,ଶୁଭ୍ରାସିନି,ରିଙ୍କି, ସୁଚିତ୍ରା,ଆସ୍ତିକ,ରାମକଲ୍ୟାଣ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ସଂପାଦକ ରୋଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପିଏମ ଜନମନ ଯୋଜନାର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ପ୍ରଧାନମନ୍ତ୍ରୀ ମୋଦୀ ୧୧୭ ତମ ମନକିବାତ କାର୍ଯ୍ୟକ୍ରମରେ  ସାନଚେରଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ନାଗଙ୍କ କଥା କହିଲେ…..

masiha

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଅଧ୍ୟାପକଙ୍କ ସଫଳତା 

Sunil Chandra Nayak

Leave a Comment

error: Content is protected !!