ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ନୂଆପଡା//  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଳପଡା ଗ୍ରାମରେ ସରକାରଙ୍କ ତରଫରୁ ହେଉଥ‌ିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକୁ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ପରିଦର୍ଶନ କରିବା ସହ ତାର ସମୀକ୍ଷା କରିଥିଲେ। ଉକ୍ତ ଗ୍ରାମରେ ସରକାରଙ୍କ ଅନୁଦାନରେ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ ଗୁଡିକ କାର୍ଯ୍ୟକାରୀ ହେଉଥିବା ବେଳେ ଉପାଧ୍ୟକ୍ଷ ସେହି କାର୍ଯ୍ୟ ଗୁଡିକୁ ପରିଦର୍ଶନ କରିବାକୁ ଯାଇଥିଲେ । ଗାଁ ରେ ନିର୍ମାଣ ହେଉଥ‌ିବା ରାସ୍ତାଘାଟ, ମଣ୍ଡପ, ପ୍ରଧାନମନ୍ତ୍ରୀ ଆବାସଗୃହ, ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହେଉଥ‌ିବା ବିଭିନ୍ନ କାର୍ଯ୍ୟ ପରିଦର୍ଶନ କରିଥିଲେ । ଉକ୍ତ ଗ୍ରାମରେ ଥିବା ବୃଦ୍ଧବୃଦ୍ଧା ଯେଉଁମାନେ କି ବର୍ତ୍ତମାନ ସୁଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ କିପରି ଶୀଘ୍ର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇ ପାରିବ ସେ ନେଇ ବିଡ଼ିଓଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପରିଦର୍ଶନ ସମୟରେ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ସହ ମାଣ୍ଡୋସିଲ ସରପଞ୍ଚ ସୁଭାଷିନୀ ପାନ, ସମିତି ସଭ୍ୟ ଡୋଲମଣୀ ପଣ୍ଡା, ଜିଆରଏସ, ବିଏଫଟି ତଥା ଗ୍ରାମର ୱାର୍ଡ ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରଜ ମହୋତ୍ସବକୁ ପ୍ରଥମକରି ପାଳିଲା ଶୁଭସ୍ଥିତି ଆପାର୍ଟମେଣ୍ଟ

Sunil Chandra Nayak

First Kavach-Equipped Locomotive Flagged Off from DLS Visakhapatnam

Sunil Chandra Nayak

ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଦ୍ଵାରା ବୀମା ରାଶି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!