ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଇଚିଣ୍ଡା ଆଦିବାସୀ ଭଵନରେ ବିଶ୍ବ ଆଦିବାସୀ ଦିବସ ପାଳିତ 

ମୟୂରଭଞ୍ଜ-୦୯/୦୮/୨୩):- ( ମସିହା)ବିଶ୍ବ ଆଦିବାସୀ ଦିବସ ସମାରୋହ-୦୯-ଅଗଷ୍ଟ-୨୦୨୩ ଆଦିବାସୀ ଭବନ, ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଇଚିଣ୍ଡା ଠାରେ ବାମନଘାଟି ସାନ୍ତାଳ ଓ କୋଲ୍ହ ସମ୍ଫ୍ରାଦୟ ଓ୍ବେଳଫେୟାର ଟ୍ରଷ୍ଟ ପକ୍ଷରୁ ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଇଛି । ଜାତିସଂଘ ପକ୍ଷରୁ ଘୋଷଣା ଅନୁଯାୟୀ:-୦୯-ଅଗଷ୍ଟ-୧୯୯୪ ଠାରୁ ପ୍ରଥମ ଥର ସମଗ୍ର ବିଶ୍ବରେ ଆଦିବାସୀ ମାନଙ୍କର ପରାମ୍ପାରିକ ଅସ୍ତିତ୍ଵ ସମାଜିକ ଅଧିକାର କୁ ସ°ରକ୍ଷଣ ଓ ସମ୍ବର୍ଦ୍ଧନ ତଥା ସମ୍ମାନ କୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ବର୍ଷ:- ୦୯-ଅଗଷ୍ଟ ରେ ପାଳିତ କରାଯାଇଥାଏ ।। 

ରାଇରଙ୍ଗପୁର ଠାରେ ବାମନଘାଟି ସାନ୍ତାଳ ଓ କୋଲ୍ହ ସମ୍ଫ୍ରାଦୟ ଓ୍ବେଳଫେୟାର ଟ୍ରଷ୍ଟର ସଭାପତି ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ପୁର୍ବତନ ବିଧାୟକଙ୍କର ସଭାପତିତ୍ବରେ ଆଦିବାସୀ ଭବନ ଇଚିଣ୍ଡା ରାଇରଙ୍ଗପୁର ଠାରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଜଗନ୍ନାଥ ସୋରେନ, ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସମ୍ମାନିତ ଅତିଥି ଶ୍ରୀ ମୋଚିରାମ ମାଝୀ , ଅବସରପ୍ରାପ୍ତ କ୍ଷେତ୍ରିୟ ପ୍ରୋବେଶନ ଅଧିକାରୀ ଉତ୍ତରାଞ୍ଚଳ ଡିଭିଜନ, ଶ୍ରୀ ବାରିୟାଳ ମାଝୀ ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ବୁଧୁରାମ ମହାଳି ଅବସରପ୍ରାପ୍ତ ଅଧିକାରୀ, ଏ ସି ଏଫ ଜଙ୍ଗଲ ବିଭାଗ , ଶ୍ରୀ ନାରାୟଣ ପ୍ରସାଦ ବେସ୍ରା ଅବସରପ୍ରାପ୍ତ ପ୍ରଗତି ସହାୟକ ଅଧିକାରୀ, ପର୍ଶୁରାମ ଟୁଡୁ ସୁପରଭାଇଜର ,ବାସେନ ମୁର୍ମୁ ଆଇନଜୀବୀ ଓ କୋଷାଧ୍ୟକ୍ଷ ଟ୍ରଷ୍ଟ, ଟିକୁନ ଜେରାଇ ଆଇନଜୀବୀ , ସମାଜସେବୀ ଜାଟିଆ ସାୱାଁୟା ,ରଘୁନାଥ ହାଁସଦା ଲମ୍ବୋଦର ବାନରା, ଶ୍ରମତୀ ପାର୍ବତୀ ପୂର୍ତ୍ତି , ଶ୍ରୀମତୀ ସୁବାସିନୀ ମାଝୀ , ଚନ୍ଦ୍ରଶେଖର ଟୁଡୁ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।।

ଏହି ଉତ୍ସବ ରେ ବିଶେଷ ଭାବରେ ବାମନଘାଟି ଅଞ୍ଚଳ ର ଆଦିବାସୀ ବାଳିକାମାନେ NEET Exam ରେ ଉତ୍ତୀର୍ଣ୍ଣ ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀମେଡ଼ିକାଲ କଲେଜ ହସ୍ପିଟାଲରେ ପ୍ରବେଶ ପାଇଥିବା ଦୁଇଜଣ ବାଳିକା ସୁନିତା ଟୁଡୁ ପିତା- ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ ଜାମଦା ବ୍ଳକ ଓ ଜାମ୍ବିମାନୀ ସାୱାଁୟା ପିତା- ପାଳାଉ ସାୱାଁୟା,ଜାମଦା ବ୍ଳକଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରାଯାଇଥିଲା । ଅତିଥି ଗଣଵିଶ୍ଵ ଆଦିବାସୀ ଦିବସରେ ଆଦିବାସୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ।ଏହାର ସମାଧାନ ପାଇଁ ସମସ୍ତେ ମିଳିତ ଉଦ୍ୟମ ଜାରି ରଖି ନିଜର ହଂକଂ ହାସଲ ପର୍ଯ୍ୟନ୍ତ ଲଢେଇରେ ଆବଶ୍ୟକ ବୋଲି କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସାଇନିଙ୍ଗ କିଡ୍ସ ୱାର୍ଲଡ଼ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଥାନା ରେ ପ୍ରେମି ଯୁଗଳଙ୍କ ବିବାହ

Sunil Chandra Nayak

ଜିଲ୍ଲାରେ ୧୩୦ ଗୋଟି ନୂତନ ଭୋଟ କେନ୍ଦ୍ର ଗଠନ ନିମନ୍ତେ ଭାରତୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ

Sunil Chandra Nayak

Leave a Comment

error: Content is protected !!