ମୟୂରଭଞ୍ଜ — ୧୬/୮ ( ମସିହା) ରାଇରଙ୍ଗପୁର ଷ୍ଟାଡ଼ିୟମ ଠାରେ ବାମନଘାଟୀ ଉପଖଣ୍ଡସ୍ଥରୀୟ ୭୭ ତମ ସ୍ବାଧୀନତା ଦିବସ ପାଳିତ ନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ ଯୋଗଦେଇଥିଲେ । ପ୍ଯାରେଡ୍ ପଡିଆରେ ମୋଟ ୨୬ ଗୋଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ
ପ୍ଯାରେଡ୍ ପ୍ରତିଯୋଗିରେ ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ ମହାବିଦ୍ୟାଳୟ ସ୍ତରରେ ରାଇରଙ୍ଗପୁର ମହାବିଦ୍ୟାଳୟ ଓ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଏନ୍ ସି ସି , ଆର୍ମୀ , ସ୍କାଉଟ୍ , ଗାଇଡ୍ , ରେଡକ୍ରସ , ସିଭିଲ୍ , ପ୍ରମୁଖ ସାମିଲ୍ ଥିଲେ । ମୁଖ୍ୟ ଅତିଥି ଉପଖଣ୍ଡ ଉପ ଜିଲ୍ଲାପାଳ ଜାତୀୟ ପତାକା ୯ ଟା ୧୫ ମିନିଟ୍ ଉତ୍ତୋଳନ କରିଥିଲେ । ଜାତୀୟ ସଂଗୀତ ରାଇରଙ୍ଗପୁର ଏସ ଏସ ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ର ଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ । ପରେ ମୁଖ୍ୟ ଅତିଥି ପ୍ଯାରେଡ୍ ପରିଦର୍ଶନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଦେଶ ପ୍ରେମ ଓ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ର
ବଳିଦାନ କଥା କହିଥିଲେ । ଯେଉଁ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ବଳିଦାନରେ ଆଜି ଆମେ ସ୍ବାଧୀନତା ପାଇଛୁ ତାଙ୍କୁ ମନେ ପକାଇବା ସମସ୍ତଙ୍କର ଦାୟିତ୍ବ ରହିଛି । ପେରେଡ୍ ପ୍ରତିଯୋଗିରେ କୃତିତ୍ବ ଅର୍ଜନ କରିଥିବା ଓ ପୂର୍ବ ନିର୍ଦ୍ଧାରିତ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରସଂଶା ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ । ୭୭ ତମ୍ ଉପଖଣ୍ଡସ୍ଥରୀୟ ସ୍ବାଧୀନତା ଦିବସ ଶାନ୍ତି ପୂର୍ଣ୍ଣ ଭାବରେ ସମାପନ ହୋଇଥିବାରୁ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଅଧିକାରୀ ବିଭାଗ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ


