ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ଙ୍କର ୩୬ତମ ପ୍ରତିଷ୍ଠା ଦିବସ ପାଳିତ

 ମୟୂରଭଞ୍ଜ – (ମସିହା) ପବିତ୍ର ମାଘସପ୍ତମୀ ଅବସରରେ ରାଇରଙ୍ଗପୁର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରର ୩୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି | ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭୋରୁ ଖଡଖାଇ ନଦୀରେ ବୁଡ ମାରି ନବବସ୍ତ୍ର ପରିଧାନ କରି ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ସକାଳେ ପୂଜାପାଠ,ଆରତୀ,ହୋମଯଜ୍ଞ ହୋଇଥିଲାବେଳେ ସଂନ୍ଧ୍ୟା ସମୟରେ ହରିନାମ ସଂକ୍ରୀର୍ତ୍ତନ ଆୟୋଜିତ ହୋଇଥିଲା |ଏହି ଉପଲକ୍ଷେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ବହୁ ସମାଗମ ଦେଖାଯାଇଥିଲା |ଏଥିରେ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତରଥ ମହାପାତ୍ର,ପ୍ରଶାନ୍ତ ମିଶ୍ର,କାଳିଆ ନନା ସହ କମିଟୀର କୃଷ୍ଣ ବିହାରୀ ମହାନ୍ତି,ମନୋରଂଜନ ମହାନ୍ତି,ଆଲୋକ ଅଗ୍ରୱାଲ, ଦେବୋତ୍ତର କମିଟି ତରଫରୁ ପ୍ରସାଦ ବେହେରା ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ |ରାଇରଙ୍ଗପୁରେର ଏହି ମନ୍ଦିର ର ବିଶେଷ ଆକର୍ଷଣ ରହିଛି |ଏହି ମନ୍ଦିର ଚାରିପାଖରେ ବିଭିନ୍ନ ଦେବାଦେବୀ ମନ୍ଦିର ରହିଛି ଯେପରି ଶିବ ମନ୍ଦିର,ନବଗ୍ରହ ମନ୍ଦିର,ହନୁମାନ ମନ୍ଦିର,ମା ଲକ୍ଷୀ ମନ୍ଦିର ଓ ମା ବିମଳା ମନ୍ଦିର |ଆଜିର ଦିନରେ ଭକ୍ତମାନଙ୍କପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଥିଲା | ଅପରାହ୍ନରେ ମନ୍ଦିର ପ୍ରାଙ୍ଗଣରେ ସଂକୀର୍ତ୍ତନ କମିଟି ତରଫରୁ ହରିରାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।

ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳ ରିପୋର୍ଟ

Related posts

ଆଳତୁମା ଗ୍ରାମରେ ଶିଶୁ ମାନଙ୍କ ଦ୍ଵାରା ଶ୍ରୀମଦ୍ଭାଗବତ ଗ୍ରନ୍ଥ ସମର୍ପଣ

Sunil Chandra Nayak

ଚିଲିକା ମା, କାଳିଜାଇ ପୀଠରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଜାଗର ଯାତ୍ରା

Sunil Chandra Nayak

ମେଦନା ରେ ସତ୍ୟ ସନାତନ ମହିମା ଧର୍ମ ର ବାନା ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵ ଶାନ୍ତି ବ୍ରହ୍ମ ଯଜ୍ଞ ଅନୁଷ୍ଠିତ 

masiha

Leave a Comment

error: Content is protected !!