ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦ୍ୟଯନ୍ତ୍ର ଡୁଙ୍ଗଡୁଙ୍ଗାରେ ଜାତୀୟ ସଂଗୀତ ଧୁନ୍

ନବରଙ୍ଗପୁର :(ମସିହା) ରାଜ୍ୟର ଲୁପ୍ତପ୍ରାୟ ବାଦ୍ୟ ଯନ୍ତ୍ର ଡୁଙ୍ଗଡୁଙ୍ଗା ମାଧ୍ୟମରେ ଜାତୀୟ ସଂଗୀତ ଧୁନ୍‌ ବଜାଇ ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁରର ଉଚ୍ଚଶିକ୍ଷିତ ଆନନ୍ଦ କୁମାର ଦାସ। ନବରଙ୍ଗପୁର ସହରର ୧୭ ନମ୍ବର ୱାର୍ଡ ଅଧୀନସ୍ଥ ହିର୍ଲି ଡଙ୍ଗରିରେ ରୁହନ୍ତି ଆନନ୍ଦ। ଛୋଟ ବେଳୁ ହିଁ ସେ ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ପ୍ରତି ଆକୃଷ୍ଟ ହୋଇ ଧିରେଧିରେ ତାହାକୁ ବଜାଇବା ଶିଖିଥିଲେ। ସେ ନବରଙ୍ଗପୁର କଲେଜରେ ପ୍ରାଣୀ ବିଜ୍ଞାନ ବିଷୟରେ ସ୍ନାତ୍ତକ ଶିକ୍ଷା ସମାପ୍ତ କରିଥିବା ବେଳେ ବର୍ତ୍ତମାନ ଏକ ଘରୋଇ କମ୍ପାନିରେ ମାର୍କେଟିଂ ଏକଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରୁଛନ୍ତି l ଜୀବିକା ପାଇଁ ସେ ଚାକିରି କରୁଥିବା ବେଳେ ନିଶା କିନ୍ତୁ ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ଗୁଡିକୁ ବଜାଇବା ଓ ଲୁପ୍ତ ହୋଇ ଯାଉଥିବା ବାଦ୍ୟଯନ୍ତ୍ର ଗୁଡିକୁ ପୁଣିଥରେ ଉଜ୍ଜୀବିତ କରିବା। ଏହି ଲକ୍ଷ୍ୟ ନେଇ ସେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନବରଙ୍ଗପୁର ଜିଲ୍ଲାର ଲୋକ ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରୁଛନ୍ତି।

ଆନନ୍ଦଙ୍କ ଏହି ସମୟର ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଯେଉଁ ଭିଡିଓରେ ସେ ଆଦିବାସୀ ବେଶ ପୋଷାକରେ ସଜ୍ଜିତ ହୋଇ ଅବିଭକ୍ତ କୋରାପୁଟ ଜିଲ୍ଲାର ଲୁପ୍ତ ପ୍ରାୟ ଲୋକବାଦ୍ୟ ଡୁଙ୍ଗଡୁଙ୍ଗା ସହିତ ଝୁମକା ବଜାଇ ଜାତୀୟ ସଂଗୀତ ଗାନ କରୁଥିବା ଦେଖିବାକୁ ମିଳିଛି l ଏକ ମାଟି କୁଡ଼ିଆ ପଛପଟେ ଠିଆ ହୋଇ ଆନନ୍ଦ ଜାତୀୟ ସଂଗୀତର ଧୁନ୍‌ ଡୁଙ୍ଗଡୁଙ୍ଗାରେ ବଜାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କୁ ବିଭିନ୍ନ ପ୍ରଶଂସା ଓ ଶୁଭକାମନା ଜଣାଇଵା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖପ୍ରାଖୋଲ ଭିଡିଓ କନଫରେନ୍ସ ମାଧ୍ୟମରେ ଆମ ହସ୍ପିଟାଲ ଯୋଜନାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

masiha

ଇନ୍ଦୁପୁରରେ ଲୋକକଳା ମହୋତ୍ସବ ଅନୁଷ୍ଠିତ

masiha

ନର୍ଲା ଅଞ୍ଚଳରେ ଦୋରା ସମାଜର ନୂତନ କମିଟି ଗଠନ

masiha

Leave a Comment

error: Content is protected !!