ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସ୍କାର ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ଓ ଆଭାର ଅଭିଭାବକ ସଭା

ସଂସ୍କାର ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ଓ ଆଭାର ଅଭିଭାବକ ସଭା

କାମାକ୍ଷାନଗର –   କାମାକ୍ଷାନଗର ଉପଖଣ୍ଡ ରହଣୀ ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳନ ସହିତ “ଆଭାର” ଅଭିଭାବକ ସଭା ଆୟୋଜିତ ହୋଇଯାଇଅଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାନ୍ତନୁ ଚାଟାର୍ଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରାମର୍ଶଦାତା ଡକ୍ଟର ମଳୟ ରଞ୍ଜନ ପତି, ଟ୍ରଷ୍ଟି ଶ୍ରୀ ପ୍ରସନ୍ନ କୁମାର ସାହୁ ଏବଂ ଖାରବେଳ ଏକାଡେମୀର ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ଜେନା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଉତ୍କଳର ବୀରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉତ୍କଳ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଓଡ଼ିଶାର ସଂସ୍କୃତିକୁ ପ୍ରତିଫଳିତ କରି ବିଭିନ୍ନ ସାଂସ୍କୃତିକ ନୃତ୍ୟ ଓ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ସଭାକୁ ସମ୍ବୋଧିତ କରି ଅଧ୍ୟକ୍ଷ ଶ୍ରୀଯୁକ୍ତ ଚାଟାର୍ଜୀ ସମ୍ବୃଦ୍ଧ ଓଡ଼ିଶାକୁ ଆଗେଇ ନେବାରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କର ଭୂମିକା ଉପରେ ଉଦବୋଧନ ରଖିଥିଲେ ଏବଂ ଚଳିତ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟର ନୂତନ ପଦକ୍ଷେପ ସମ୍ବନ୍ଧରେ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ। ପ୍ରତିଷ୍ଠାତା ଡକ୍ଟର ପତି ନିଜର ପ୍ରେରଣା ଦାୟକ ଅଭିଭାଷଣରେ ପ୍ରତ୍ୟେକ ଶିଶୁ ଅଲଗା ତେଣୁ ସେମାନଙ୍କର ପାଳନପୋଷଣ ମଧ୍ୟ ସେହିପରି ଅନନ୍ୟ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଦିପ୍ତିମୟୀ ସାହୁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ। ପରିଶେଷରେ ଉପାଧ୍ୟକ୍ଷା ଶ୍ରୀମତୀ ବିମଳା ବାରିକ୍ ଅଭିଭାବକ ତଥା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

masiha

କେତେଦିନ ଅନ୍ତର୍ଦୋୟ ରାସନ ଚାଉଳ ଲୁଟର ଶିକାର ହେବେ ଆଦିବାସୀ ପରିବାର

Sunil Chandra Nayak

ରାୟଗଡ଼ା ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ 

masiha

Leave a Comment

error: Content is protected !!