ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରେ ଉପଖଣ୍ଡ ସ୍ତରୀୟ ୯୧ ତମ ଓଡିଶା ଦିବସ ପାଳିତ 

ଧର୍ମଗଡ ରେ ଉପଖଣ୍ଡ ସ୍ତରୀୟ ୯୧ ତମ ଓଡିଶା ଦିବସ ପାଳିତ 

ଧର୍ମଗଡ:ଧର୍ମଗଡ ଉପଖଣ୍ଡ ସ୍ତରୀୟ ୯୧ ତମ ଓଡ଼ିଶା ଦିବସ ସ୍ଥାନୀୟ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ ପାଳିତ ହୋଇ ଯାଇଛି । ଧର୍ମଗଡ ବିଡ଼ିଓ ସଦାଶିବ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୂଖ୍ୟ ବକ୍ତା ଭାବେ ସାହିତ୍ୟିକ ତଥା ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ, ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତ୍ୟ ପଟ୍ଟନାୟକ , ବ୍ଲକ ଅଧ୍ୟକ୍ଷା ବବିତା ପଟ ଯୋଶୀ, ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ଅମିୟ କୁମାର ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷା ହୀରା ବାଗ ପ୍ରମୁଖ ଯୋଗ ଦେଇ ଓଡ଼ିଶା ଦିବସ ପାଳନ ଉପରେ ଆଲୋକପାତ କରି ଓଡ଼ିଆ ଭାଷା ଓ ଜାତି କୁ ସମୃଦ୍ଧ କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ସହ ଦୃଢ଼ ସଂକଳ୍ପ ନେବାର ଆବଶ୍ୟକତା ଉପରେ ଜୋର ଦେଈ ଥିଲେ । ଏହି ଦିବସ ପାଳନ ଅବସର ରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା । ଡେମୋନଷ୍ଟ୍ରେଟର ମାଧବ ଲହଜଲ ସ୍ଵାଗତ ଭାଷଣ ପ୍ରଦାନ ଓ ସଭା କାର୍ଯ୍ୟ ପରିଚାଳନା କରିଥିଲା ବେଳେ ରାଜେନ୍ଦ୍ର ଦୂରିଆ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ସିଂ କାର୍ଯ୍ୟକ୍ରମ ଅୟୋଜନ କରିଥିବା ବେଳେ ତହସିଲଦାର ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୧- ବୋରାପଦା ଖମାରରେ ଉତ୍କଟ ବିଶୁଦ୍ଧ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ , ୨- ମାରୁଆଡି ମହିଳା ସମିତି ଓ ମାରୁଆଡି ସମାଜ ପକ୍ଷରୁ ଭାଗବତ ସପ୍ତାହର ମହାସମାରୋହରେ ପୂର୍ଣ୍ଣାହିତି ସମ୍ପନ୍ନ , ୩- ଅଙ୍ଗନବାଓ୍ବାଡି ଦିଦିଙ୍କ ବଦଳି ନିମନ୍ତେ ରତ୍ନପୁର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ

Sunil Chandra Nayak

ଗଭୀର ଅବପାତ ପରିସ୍ଥିତିର ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଆଜି ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ୱାରା ଦକ୍ଷିଣ ଓଡ଼ିଶା ଜିଲ୍ଲାପାଳଙ୍କୁ ନେଇ ସମୀକ୍ଷା ବୈଠକ

Sunil Chandra Nayak

ବଡାମତଳିଆ ଓଡ଼ିଶା ବ୍ୟାଙ୍କ ମେନେଜରଙ୍କ କାର୍ଯ୍ଯରେ ଅତିଷ୍ଠ ହୋଇ ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

masiha

Leave a Comment

error: Content is protected !!