ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାରେ ଘର ଉପରେ ଉପୁଡି ପଡିଲା ତେନ୍ତୁଳୀ ଗଛ, ଅଳ୍ପକେ ବର୍ତ୍ତିଲେ ୩ ଜଣ 

ବର୍ଷାରେ ଘର ଉପରେ ଉପୁଡି ପଡିଲା ତେନ୍ତୁଳୀ ଗଛ, ଅଳ୍ପକେ ବର୍ତ୍ତିଲେ ୩ ଜଣ 

ଡାବୁଗାଁ, ୨୦/୭(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଶୁଣ୍ଢୀଗୁଡା ଗ୍ରାମରେ ଶନିବାର ଭୋର ସମୟରେ ଏକ ବଡ ତେନ୍ତୁଳୀ ଗଛ ଉପୁଡି ଘର ଉପରେ ପଡିଯାଇଛି | ଆଜି ଭୋର ପ୍ରାୟ ୩ ଘ. ରୁ ୪ ଘ. ମଧ୍ୟରେ ଏକ ତେନ୍ତୁଳୀ ଗଛ ଉପୁଡି ପଡି ଗ୍ରାମର ଲକ୍ଷ୍ମଣ ଦାଶ ଓ କାର୍ତ୍ତିକ ଦାଶ ଙ୍କ ଘର ଉପରେ ପଡିଥିଲା | ଜଣଙ୍କ ଘର ଭିତରେ ୩ ଜଣ ଶୋଇଥିଲେ କିନ୍ତୁ ଭାଗ୍ୟବଶତ ଘର ର ଯେଉଁ ପଟରେ ଘଛ ପଡିଥିଲା ତାର ବିପରୀତ ପଟେ ୩ ଜଣ ଶୋଇଥିବାରୁ ଅଳ୍ପକେ ବର୍ତ୍ତୀଯାଇଥିଲେ | ଆଜି ଏନେଇ ଲକ୍ଷ୍ମଣ ଦାଶ ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିସମ କେନ୍ଦ୍ର କର୍ମଚାରୀ ଏଲଏଫଏମ ଉପେନ୍ଦ୍ର ମହାରଣା, ଏଫଏମଡି ପ୍ରସନ୍ନ ବିଶ୍ଵାଳ, ଆଗ୍ନିକ ଜନ୍ମେଜୟ ପଟେଲ, ନିର୍ମଳ ଚନ୍ଦ୍ର ତରିଆ ଓ ମାନସିଂ ଶବର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ସଫା କରିଥିଲେ | ଉକ୍ତ ୨ଟି ଘରର କେବଳ ଆଜିବେଷ୍ଟ ଭାଙ୍ଗି ଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡିଆ ନବବର୍ଷ ପାଇଁ ଗରିମାର ପ୍ରସ୍ତୁତି ବୈଠକ

Sunil Chandra Nayak

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଦେହାନ୍ତ, ସାମ୍ବାଦିକ ମହଲରେ ଶୋକର ଛାୟା, ଖଡ଼ିଆଳ ସାମ୍ବାଦିକ ମାନଙ୍କ ତରଫରୁ ଶୋକ ପ୍ରକାଶ

Sunil Chandra Nayak

କ୍ଷେତ ଓ ଗ୍ରାମୀଣ ଶ୍ରମିକ ୟୁନିୟନ ଏକାଦଶ ରାଜ୍ୟ ସମ୍ମିଳନୀ ଉପଲକ୍ଷେ ଖାଦ୍ୟ, କାମ, ବାସଗୃହ ଓ ସାମାଜିକ ନିରାପତ୍ତା ଦାବିରେ ଲାଲ୍ ପଟୁଆର

Leave a Comment

error: Content is protected !!