ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଦର ମାଟିରେ ସଂଗ୍ରାମୀ ବଂଶୀଧର ଦାସଙ୍କ ସ୍ମୃତି ଚାରଣ 

ସଦର ମାଟିରେ ସଂଗ୍ରାମୀ ବଂଶୀଧର ଦାସଙ୍କ ସ୍ମୃତି ଚାରଣ 

କଟକ : ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ଚାଷିଖଣ୍ଡ ପଞ୍ଚାୟତର ବିଶିଷ୍ଟ ବାମପନ୍ଥୀ ତଥା ମାନବାଧିକାର କମିଶନ ର ସଦସ୍ୟ ଅସୀମ ଅମିତାଭ ଦାସ ଙ୍କ ପିତା ବଂଶୀ ଧର ଦାସ ବିଶିଷ୍ଟ ସ୍ତମ୍ବକାର ଭାବେ ପରିଚିତ ଥିଲେ । ସେ ଭାରତ ସମ୍ବିଧାନ ଏବଂ ବିଭିନ୍ନ ସମସ୍ୟା,ଗୋ ହତ୍ୟା ପ୍ରସଙ୍ଗ ଉପରେ ପୁସ୍ତକ ରଚନା କରିଥିଲେ । ଜୀବନ ର ଶେଷ ପର୍ଯ୍ୟନ୍ତ ସେ ସମାଜ ସେବା ତଥା ଲେଖା ଲେଖି ଜାରି ରଖିଥିଲେ । ବେଣ୍ଟକାର ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଥିଲା ବେଳେ ଆମେ ମାନେ ମାଗଣା ରେ ପାଠ ପଢି ମଣିଷ ହେଇଚୁ । ତାଙ୍କର ଏହି ପୁଣ୍ୟତିଥିରେ କଟକ ସଦର ୪୨ ମୌଜା ପାଟଣା ଗ୍ରାମ ର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଏକ ସ୍ମୃତି ଚାରଣ ସଭା ସଭାପତି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସରୋଜ ନଳିନୀ ପରିଜାଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ, ଉପଦେଷ୍ଟା ମିହିର କୁମାର ନାୟକ , ଏବଂ ରାଧାମୋହନ ଷ୍ଟଡି ସର୍କଲ ର ଛାତ୍ର ଛାତ୍ରୀ ମାନେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାର ଶପଥ ନେଇଥିଲେ। ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ତରଫରୁ ରାଷ୍ଟ୍ରୀୟ ଶିଶୁ ସନ୍ତାନ ଦିବସର ସପ୍ତାହ 

masiha

ରାଜସ୍ବ ଅମଲା ସଙ୍ଘ ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ରାଇରଙ୍ଗପୁର ତହସିଲଦାର ଙ୍କୁ ସ୍ୱାଗତ ସମର୍ଦ୍ଧନା

masiha

ପ୍ରତ୍ୟୁଷ କୁମାର ବାଣୁଆ ପାଇଲେ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ଯୁବ ପ୍ରତିଭା ପୁରସ୍କାର 

masiha

Leave a Comment

error: Content is protected !!