ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋଚ୍ଛସେବି ଅନୁଷ୍ଠାନ “ଅନ୍ୱେଷଣ” ର ପ୍ରତିଷ୍ଠା ଦିବସ ପାଳନ

ବ୍ୟୁରୋ ନିଉଜ //  ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ, କିଶୋରୀ ବାଳିକା ମାନଙ୍କୁ ଜୀବନ ଗଠନ କ୍ଷେତ୍ରରେ ମୁଖ୍ୟ ସ୍ରୋତରେ ସାମିଲ କରିବା ସର୍ବୋପରି ମହିଳା ମାନଙ୍କୁ ଆତ୍ମନିର୍ଭରଶିଳ କରିବା ଉଦେଶ୍ୟରେ 2007 ମସିହା ଏପ୍ରିଲ ପହିଲା ପବିତ୍ର ଉତ୍କଳ ଦିବସରେ “ଅନ୍ୱେଷଣ” ନାମକ ଏକ ସୋଛାସେବୀ ସଂଗଠନ ଦକ୍ଷିଣ ରାଉରକେଲା ର କେତେଜଣ ସଚ୍ଛାସେବୀ ବ୍ୟକ୍ତି ଗଠନ କରିଥିଲେ l ଏହି ଅବସରେ ଉତ୍କଳ ଦିବସ ଦିନ “ଅନ୍ୱେଷଣ” ର ପ୍ରତିଷ୍ଠା ଦିବସ ସଭାପତି ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ର ପ୍ରାକ୍ତନ ଅଧକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଶଙ୍କର୍ଷଣ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୁଦନ ଙ୍କ ଜାତୀୟତା ବାଦରେ ଅନୁପ୍ରାଣିତ ହୋଇ ଆଗାମୀ ଓଡ଼ିଶାର ପ୍ରଗତି, ସାମାଜିକ ସଂସ୍କାର ଓଡ଼ିଶାର ପରମ୍ପରା ଓ ସଂସ୍କୃତି, ଆତ୍ମ ନିର୍ଭରଶୀଳ କାର୍ଯ୍ୟପନ୍ଥା ସର୍ବୋପରି ଆଜିର, ଛାତ୍ର ଛାତ୍ରୀଙ୍କୁ କମ୍ପୁଟର, ଟେଲରିଙ୍ଗ, ଓ ବୈଷୟିକ ଶିକ୍ଷା ପ୍ରଦାନ କରି ସ୍ୱାବଲମ୍ବୀ କରିଆସିଛି ଏହା ବାସ୍ତବରେ ପ୍ରଶଂସନୀୟ,ସରକାରଙ୍କ ପକ୍ଷରୁ ଏ ଭଳି କାର୍ଯ୍ୟପାଇଁ ପ୍ରୋତ୍ସାହନ ମଳିବା ଆବଶ୍ୟକତା ଅଛି ବୋଲି ଶ୍ରୀ ପରିଡା କହିଥିଲେ l ରାଜ୍ୟକର୍ମଚାରି ବୀମା ପ୍ରାକ୍ତନ ଅଧିକାରୀ ଡା ବିଷ୍ନୁପ୍ରିୟା ଦେଇ ସନ୍ନମାନିତ ଅତିଥି ଭାବରେ ଯୋଗ ଦେଇ ଓଡ଼ିଆ ଭାଷ ର ଐତିହ୍ୟ, ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ସହ ଏହାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ପାଈଁ ସେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଆହ୍ୱାନ ଦେଇଥିଲେ l ଅନୁଷ୍ଠାନର ପରିଚାଳନା କମିଟିର ସଦସ୍ୟା ଚାନ୍ଦମଣି ମାଝୀ, ହୀରା ଗାଗରାଇ ସନାତନ ସାହୁ ପ୍ରମୁଖ ଓଡ଼ିଆ ଭାଷା,ସାହିତ୍ୟ, ଓ ସଂସ୍କୃତି ର ପ୍ରଚାର ଓ ପ୍ରସାର ପାଇଁ ଆଧୁନିକ ଟେକ୍ନନୋଲୋଜି ମାଧ୍ୟମରେ ପୁରୁଣା ଗ୍ରନ୍ଥ, ଭାଗବତ, ଓ ପ୍ରାଚୀନ ପୁରାଣ ଆଦିକୁ ଈ ବହି ଆକାରରେ ଉପସ୍ଥାପନା କରିବା ପାଈଁ ସରକାରଙ୍କୁ ନିବେଦନ କରିଥିଲେ l ଅନୁଷ୍ଠାନର ସମ୍ପାଦିକା ସଚଳା ପଣ୍ଡା ସମ୍ପାଦକୀୟ ବିବରଣୀରେ ଅନ୍ୱେଷଣ ପକ୍ଷରୁ ଆହୁତ ବିଭିନ୍ନ କାର୍ଯ୍ୟକ୍ରମ କମ୍ପୁଟର ଶିକ୍ଷା, ସିଲେଇ ଶିକ୍ଷା, “ସବଳା” ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ଓ ତାର ସଫଳତା, ଓ ଆଗାମୀ ଦିନରେ ହେବାକୁ ଥିବା ସ୍ୱାସ୍ଥ୍ୟ ସେବା ଶିବିର ସମ୍ପର୍କରେ ସୂଚନା ଦେଇଥିଲେ l ଅନୁଷ୍ଠାନର ସଭାପତି ଶ୍ରୀ ପରିଡା ଏହିଭଳି ବିକାଶ ମୂଳକ କାର୍ଯ୍ୟକ୍ରମ ରେ ସବୁ ସ୍ତରରୁ ସହଯୋଗର ହାତ ବଢାଇବା ପାଈଁ ସେ ସମସ୍ତଙ୍କୁ ନିବେଦନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମାୟା ମାଝୀ, ଦୁଲହନ ମୁର୍ମୁ, ରମେଶ କାନ୍ଦୁଲାନା, ଶୁକଦେବ ଗୌଡ଼, ଶଙ୍କର ଗୁୱାଲା, ଭାରତୀ ନାୟକ, କବିର ସିଂ, ଅନୁପ ପ୍ରସାଦ ଵିଶାଲ, ହସି ଟୁଡୁ, ଖୁସୁବୁ ପ୍ରିୟା, ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ କମ୍ପୁଟର ଶିକ୍ଷା କେନ୍ଦ୍ରର ପ୍ରିନସିପାଳ ଭାରତୀ ବାସ୍କେ ଧନ୍ୟବାଦ ଦେଇଥିଲେ

ମସିହା ନିଉଜ ସର୍ଭିସ୍ 

Related posts

ଯୋଗାଣ ବିଭାଗର ସରକାରୀ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ ଆରମ୍ଭ 

masiha

ଆସନ୍ତା ୨୭ରେ ବିଶ୍ବ ପ୍ରସିଦ୍ଧ ଶୃଙ୍ଖଳିତ ରଥ ଯାତ୍ରା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୁର୍ଣ ବୈଠକ

masiha

କଳାହାଣ୍ଡି ଉତ୍ସବ ଘୁମୁରାର ପ୍ରସ୍ତୁତି ବୈଠକ ।ଜାନୁୟାରୀ ୧୪ରୁ କଳାହାଣ୍ଡି ଉତ୍ସବ ‘ଘୁମୁରା

masiha

Leave a Comment

error: Content is protected !!