ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ

କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ

କାମାକ୍ଷାନଗର -(ମନିସ )1/8/24 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ସଦର ମହକୁମାରେ ଅବସ୍ଥିତ କଙ୍କଡାହାଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଯୁକ୍ତ ଦୁଇ କଳା ଶ୍ରେଣୀରେ ନାମ ଲେଖାଇଥିବା ନବାଗତ ଛାତ୍ରଛାତ୍ରୀଙ୍କ ମାନଙ୍କ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା,ପରେ ଆୟୋଜିତ ଉତ୍ସବ ରେ ଅଧକ୍ଷ ପ୍ରସନ୍ନ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ର ନୀତି ନିୟମ ବିଷୟରେ ବୁଝାଇବା ସହ ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳା ମାନି ଚଳିବାକୁ ପରାମର୍ଶ ଦେଇ ଥିଲେ l ଅଧ୍ୟାପକ ପ୍ରେମାନନ୍ଦ ନାୟକ, ଲକ୍ଷ୍ମୀକାନ୍ତ ଶତପଥୀ, ଅଜୟ ଚିନାରା,ଅଧ୍ୟାପିକା ରାକା ବେନ୍ ପତି, ଝୁନୁ ରାୟ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନ ର ଇତିହାସ ,ଉପଲବ୍ଧ ସୁବିଧା ସୁଯୋଗ ,ବିଭିନ୍ନ ପ୍ରକାରର ବୃତ୍ତି ଚୟନ ,ପ୍ରତିଯୋଗିତା , ଛାତ୍ର ବୃତ୍ତି ଇକୋ କ୍ଲବ ଇ ଲାଇବ୍ରେରୀ ଆଦି ବିଷୟ ରେ ଆଲୋକପାତ କରିବା ସହିତ ନିଜସ୍ଵ ପରିଚୟ ପ୍ରଦାନ କରି ଥିଲେ l ଏଥିରେ ଯୁକ୍ତ ଦୁଇ କଳା ରେ ନାମ ଲେଖାଇ ଥିବା ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡାବୁଗାଁରେ ଦୋଳ ପୂର୍ଣ୍ଣମୀ ଓ ହୋଲି ପାଳିତ

Sunil Chandra Nayak

୧- ଭାପୁର ଅଞ୍ଚଳରୁ ମାଙ୍କଡା ପଥର,ବୋଝେଇ ଟ୍ରକ୍ ଜବତ, ୨–ଜରିପାଳ ଗ୍ରାମ ନିକଟ ପୋଖରୀରେ ହାତୀ ଆକ୍ରମଣରେ ଯୁବକ ମୃତ

ଡ଼. ଆମ୍ବେଦକର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Leave a Comment

error: Content is protected !!